ରଣବୀର ସିଂହଙ୍କ ସହ ନଜର ଆସିବେ ସାରା


ଯୁବ ସମୟ – ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ସିମ୍ବାରେ ଅଭିନୟ କରିବେ ସୈଫ ଅଲି ଖାନ ଏବଂ ଅମିତ୍ରା ସିଂହଙ୍କ ଝିଅ ସାରା ଅଲି ଖାନ । ଏହି ଫିଲ୍ମରେ ସେ ସୁପରଷ୍ଟାର ରଣବୀର ସିଂହଙ୍କ ହିରୋଇନ ଭୂମିକାରେ ନଜର ଆସିବେ । ଅଭିସେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ କେଦାରନାଥରେ ସାରା ସୁଶାନ୍ତ ସିଂହ ରାଜପୁତଙ୍କ ବିପରୀତରେ ଅଭିନୟ କରିସାରିଛନ୍ତି । ଏହି ଫିଲ୍ମଟି ଡିସେମ୍ବର ୨୧ରେ ରିଲିଜ ହେବାକୁ ଥିବା ବେଳେ କୌଣସି କାରଣରୁ ଏହାର ରିଲିଜ ଡେଟରେ ବିଳମ୍ବ କରାଯାଇଛି ।
ସିମ୍ବା ଫିଲ୍ମ ପାଇଁ ମିଡିଆରେ ବହୁ ଅଭିନେତ୍ରୀଙ୍କ ନାମ ଆସିବା ପରେ ଏହି ଫିଲ୍ମର ପ୍ରସ୍ତୁତକର୍ତ୍ତାମାନେ ସାରା ଖାଙ୍କ ନାମ ସ୍ଥିର କରିଛନ୍ତି । ଧର୍ମା ପ୍ରଡକସନ ଟ୍ୱିଟରରେ ଏହି ନୂତନ ଚେହେରାର ଚୟନ ସମ୍ପର୍କରେ ଘୋଷଣା କରି ଫିଲ୍ମଟି ୨୮ ଡିସେମ୍ବରକୁ ପରଦାକୁ ଆସିବ ବୋଲି ଜଣାଇଛନ୍ତି । ଏହି ଫିଲ୍ମରେ ଉଭୟ ବୃହତ ଫିଲ୍ମ ମେକର କରନ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ତତ୍ୱାବଧାନରେ ଶେଷ ହେବ ।


Share It

Comments are closed.