ପୁରୀ ରେଳ ଷ୍ଟେସନ ବିକାଶ କାର୍ଯ୍ୟର କାର୍ଯ୍ୟର ସମୀକ୍ଷା


ପୂରୀ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି |

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ | ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀ ସୁନକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଥିଲେ | ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ଯାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ |

ସମୀକ୍ଷା ବୈଠକରେ ଶ୍ରୀ ସୁନକର ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ| ଏହି ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରକଳ୍ପ ଅଧିକାରୀ (ନିର୍ମାଣ) ଶ୍ରୀ ଅମର ପ୍ରାକାଶ ଦ୍ଵିବେଦୀ, ପ୍ରମୁଖ ମେକାନିକାଲ ଇଞ୍ଜିନିୟର ଶ୍ରୀ ଆର. ରାଜା ଗୋପାଳ ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟଙ୍କ ସମେତ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ|


Share It

Comments are closed.