ଖୁସି ଖବର : ପ୍ରଥମ ପର୍ଯ୍ୟାୟରେ ସଫଳ ହେଲା କରୋନା ଭ୍ୟାକ୍ସିନ, ରୋଗୀଙ୍କ ଠାରେ ବଢ଼ୁଛି ରୋଗପ୍ରତିରୋଧକ ଶକ୍ତି
ଆମେରିକୀୟ ବାୟୋଟେକ କମ୍ପାନୀ ମୋଡେର୍ଣ୍ଣାର କୋଭିଡ-୧୯ ଭ୍ୟାକ୍ସିନ ଟ୍ରାୟଲର ପ୍ରଥମ ପର୍ଯ୍ୟାୟ ସଫଳ ରହିଛି । ଏହାର ପରିଣାମରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧିପାଉଛି । ଆମେରିକା ଗବେଷକମାନଙ୍କ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ସ୍ୱାସ୍ଥ୍ୟ ସ୍ୱୟଂସେବକଙ୍କ ଉପରେ ଏହାର ଟ୍ରାୟଲ କରାଯାଇଥିଲା । ଟ୍ରାୟଲ ସ୍ୱରୂପ ଯେଉଁ ଲୋକମାନଙ୍କୁ ଭ୍ୟାକ୍ସିନର ଦୁଇ ଡୋଜ ଦିଆଯାଇଛି, ସେମାନଙ୍କ ଠାରେ ଭାଇରସଙ୍କୁ ମାରୁଥିବା ଆଂଟିବଡି ଅଧିକ ମାତ୍ରାରେ ଦେଖାଦେଇଛି । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଗବେଷଣା ଅନୁଯାୟୀ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଏହି ରୋଗୀମାନଙ୍କଠାରୁ ହାରାହାରିଠାରୁ ମଧ୍ୟ ଅଧିକ ଆଂଟିବଡି ପ୍ରସ୍ତୁତ ହୋଇଛି ।
ସବୁଠାରୁ ଭଲ କଥା ହେଉଛି କୌଣସି ମଧ୍ୟ ସ୍ୱାସ୍ଥ୍ୟସେବକଙ୍କ ଠାରେ ଏହି ଭ୍ୟାକ୍ସିନର କୌଣସି ପ୍ରକାରର ସାଇଡ ଇଫେକ୍ଟ ଦେଖାଯାଇନାହିଁ । ଏମିତିରେ ଏଥିରେ ଥକାପଣ, ମୁଣ୍ଡବ୍ୟଥା, ଥଣ୍ଡା ଲାଗିବା, ମାଂସପେଶୀରେ ଦରଜ ଏବଂ ଇଂଜେକ୍ସନ ଦିଆଯାଇଥିବା ସ୍ଥାନରେ ଦରଜ ଭଳି ଲକ୍ଷଣ ଦେଖାଯାଇଥିଲା । ଏହା ଅଧିକତର ସେହି ଲୋକଙ୍କ ଠାରେ ଦେଖାଦେଇଥିଲା ଯେଉଁମାନେ ଦୁଇ କିମ୍ବା ତାଠାରୁ ଅଧିକ ଡୋଜ ନେଇଥିଲେ ।
ମୋଡେର୍ଣ୍ଣା ହେଉଛି ପ୍ରଥମ କମ୍ପାନୀ ଯେ କି ମାର୍ଚ୍ଚ ୧୬ରେ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ କରିଥିଲା । ଭାଇରସର ଜେନେଟିକ ସିକ୍ୱେନ୍ସ ଜାରି ହେବାର ୬୬ ଦିନ ପରେ ହିଁ ମୋଡେର୍ଣ୍ଣା କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିନେଇଥିଲା ଏବଂ ତାର ପରୀକ୍ଷଣ ମଧ୍ୟ ଆରମ୍ଭ କରିଦେଇଥିଲା । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜର ନିର୍ଦ୍ଦେଶକ ଡା ଏଂଟୋନୀ ଫୋସି ଏହାକୁ ଏକ ଭଲ ଖବର ବୋଲି କହିଛନ୍ତି ।
ଡା ଏଂଟୋନୀ କହିଛନ୍ତି ଯେ ଯଦି ଆପଣଙ୍କ ଭ୍ୟାକ୍ସିନ ସୁସ୍ଥ ହୋଇଥିବା ରୋଗୀଙ୍କ ତୂଳନାରେ ଅଧିକ ପ୍ରତିକ୍ରିୟା ସୃଷ୍ଟି କରିପାରିଥାଏ ତେବେ ଏହା ବିଜୟର କଥା ଅଟେ । ଏହି ଘୋଷଣା ପରେ ମୋଡେର୍ଣ୍ଣାର ସେୟାରରେ ୧୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଆମେରିକା ସରକାର ମଧ୍ୟ ମୋଡେର୍ଣ୍ଣା ଭ୍ୟାକ୍ସିନକୁ ସମର୍ଥନ କରୁଛନ୍ତି । ଏଥିପାଇଁ ସରକାର ପାଖାପାଖି ୫୦ ଆରବ ଡଲାର ଦେଇଛନ୍ତିି ।
Comments are closed.