‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍‍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ


ଭୁବନେଶ୍ୱର,: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍‍ ରିଲାଏନ୍ସ ଜୁଏଲ୍‍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ କଲେକ୍ସନ ‘ଉତ୍କଳ’ ଉନ୍ମୋଚନ କରିଛି- ଯେଉଁ ଭୂଖଣ୍ଡରେ କେବଳ ସୂର୍ଯ୍ୟ ନୁହେଁ, ସୌନ୍ଦର୍ଯ୍ୟ ମଧ୍ୟ ଝଟକୁଛି ।
ଉତ୍କଳ କଲେକ୍ସନରେ ଓଡ଼ିଶାର ବିବିଧ ବୈଭବ ମଧ୍ୟରୁ ଅନ୍ୟତମ ଅନୁପ୍ରେରିତ ଜୁଏଲାରୀ ହେଉଛି ‘ପଟ୍ଟଚିତ୍ର’ ଜୁଏଲାରୀ ସମ୍ଭାର । ପଟ୍ଟଚିତ୍ର ଏକ ପାରମ୍ପରିକ, କପଡା ଭିତ୍ତିକ ଗୁଡାଇ ହୋଇ ରହିଥିବା ପେଣ୍ଟିଂ, ଯାହା ଓଡ଼ିଶାରେ ଉଦ୍‍ଭବ ହୋଇଛି । ଏହା ଦେଶର ଅନ୍ୟତମ ସର୍ବପୁରାତନ କଳା ଏବଂ ଏଥିରେ ପୌରାଣିକ କଥାବସ୍ତୁର ଚିତ୍ର ସ୍ଥାନ ପାଇଥାଏ । ରିଲାଏନ୍ସ ଜୁଏଲସ୍‍ର ଉତ୍କଳ କଲେକ୍ସନରୁ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ହାର ସେଟ୍‍ ବାସ୍ତବପକ୍ଷେ ଜୁଏଲାରୀ ପ୍ରେମୀଙ୍କ ପାଇଁ ସ୍ୱପ୍ନର ବସ୍ତୁ । ଏଥିରେ ବିରଳ ଏବଂ ବହୁ ପୁରାତନ କପଡାରେ ଚିତ୍ରକଳାର କୌଶଳ ରହିଛି, ଯେଉଁଥିରେ ଡିଜାଇନରେ ଚିତ୍ରକଳା ଅନ୍ତଃସ୍ଥାପିତ ହୋଇଛି । ଅତି ସମୃଦ୍ଧ ରଙ୍ଗୀନ ତଥା ସୃଜନଶୀଳ ରୂପାଙ୍କନ ଦ୍ୱାରା ପଟ୍ଟଚିତ୍ର ଜୁଏଲାରୀ ଅତ୍ୟନ୍ତ ମନୋରମ ଦେଖାଯାଉଛି ଏବଂ ଏଥିରେ ସରଳ ତତ୍ତ୍ୱର ବର୍ଣ୍ଣନା କରାଯାଇଛି, ଯାହା ମୁଖ୍ୟତଃ ପୌରାଣିକ କଥାବସ୍ତୁ ଆଧାରିତ । ଏହି ଜୁଏଲାରୀ ଜୀବନ୍ତ, ଅନନ୍ୟ ଏବଂ ଅତ୍ୟନ୍ତ ବିବିଧତାପୂର୍ଣ୍ଣ ହୋଇଛି । ଏହାକୁ ଉଭୟ ସମକାଳୀନ ଏବଂ ପାରମ୍ପରିକ ଭଳି ଯେକୌଣସି ଲୁକ୍‍ ସହିତ ପରିଧାନ କରାଯାଇପାରିବ ।
ଏହି କଲେକ୍ସନ ସମ୍ପର୍କରେ ପ୍ରକାଶକରି ରିଲାଏନ୍ସ ଜୁଏଲ୍‍ସର ମୁଖପାତ୍ର କହିଛନ୍ତି, “ଧନ୍‍ତେରାସ ଏବଂ ଦୀପାବଳି ଉତ୍ସବ ପାଳନ ସହିତ ଅଳଙ୍କାର ଖରିଦ କରିବାର ପବିତ୍ର ଅବସର । ଓଡ଼ିଶାର ପଟ୍ଟଚିତ୍ର କଳା ଦ୍ୱାରା ଅନୁପ୍ରେରିତ ଏହି ଜୁଏଲାରୀ ଶ୍ରେଷ୍ଠ କୃତିକୁ ନେଇ ଆମେ ଆମର ଗ୍ରାହକଙ୍କୁ ଚଳିତ ବର୍ଷ ଦୀପାବଳି ପାଳନ ଅବସରରେ କିଛି ସ୍ୱତନ୍ତ୍ର ଏବଂ ସୌନ୍ଦର୍ଯ୍ୟମୟ ବସ୍ତୁ ଯୋଗାଇଦେବାକୁ ଚାହୁଁଛୁ ।”
ଉତ୍କଳ କଲେକ୍ସନର ପଟ୍ଟଚିତ୍ର ଦ୍ୱାରା ଅନୁପ୍ରେରିତ ସ୍ୱର୍ଣ୍ଣ ଅଳଙ୍କାର ଏବଂ ଅନ୍ୟ ଡିଜାଇନ ୨୨କାରାଟ୍ ସୁନାରେ ତିଆରି ହୋଇଛି ଏବଂ ଏହା ପ୍ରାଚୀନ ତଥା ୟେଲୋ ଗୋଲ୍‌ଡ ଫିନିଶ୍ ସହିତ ଅତି ମନୋରମ ମନ୍ଦିର ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି ଏବଂ ତତ୍‌ସହିତ ୟେଲୋ ଗୋଲ୍‌ଡ ତଥା ପ୍ରାଚୀନ କାରୁକାର୍ଯ୍ୟଖଚିତ ଅତ୍ୟନ୍ତ ମନୋରମ ତାରକସି ଷ୍ଟାଇଲରେ ଆସୁଛି । ପଟ୍ଟଚିତ୍ର ଜୁଏଲାରୀ ସମ୍ଭାର ବଛାବଛା ରିଲାଏନ୍ସ ଜୁଏଲ୍‍ସ ଆଉଟ୍‌ଲେଟରେ ଉପଲବ୍ଧ ହେଉଛି । ଏହି ପାର୍ବଣ ସମୟରେ ଗ୍ରାହକମାନେ ଚଳିତ ନଭେମ୍ବର ୧୬ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ଅଳଙ୍କାର ଓ ସ୍ୱର୍ଣ୍ଣ ମୁଦ୍ରାର ଗଢା ମଜୁରୀ ଉପରେ ସିଧା ୩୦% ରିହାତି ଏବଂ ହୀରା ଅଳଙ୍କାର ଇନ୍‌ଭଏସ ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଗ୍ରାହକମାନେ ଚଳିତ ମାସ ୧୬ତାରିଖ ପର୍ଯ୍ୟନ୍ତ ଏସବିଆଇ କ୍ରେଡିଟ କାର୍ଡରେ ୫% କ୍ୟାସବ୍ୟାକ ଫାଇଦା ମଧ୍ୟ ଉପଭୋଗ କରିପାରିବେ (ସର୍ତ୍ତାବଳୀ ପ୍ରଯୁଜ୍ୟ) ।


Share It

Comments are closed.