ବିଶ୍ୱର ସର୍ବବୃହତ୍ତ ମାର୍କର ପେନ୍ ପ୍ରସ୍ତୁତ କରି ନୂଆ ରେକର୍ଡ ସୃଷ୍ଟି କଲେ ମହମ୍ମଦ ଦିଲିଫ


କେରଳ ବାସିନ୍ଦା ମହମ୍ମଦ ଦିଲିଫ ବିଶ୍ୱର ସର୍ବବୃହତ ମାର୍କର୍‌ ପେନ୍‌ ପ୍ରସ୍ତୁତ କରି ଗିନିଜ୍ ‌ବିଶ୍ୱ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ଗିନିଜ୍‌ ୱାର୍ଲଡ ରେକର୍ଡସ ନିଜ ଫେସ୍‌ବୁକ୍‌ ପେଜ୍‌ରେ ନିକଟରେ ଏକ ଭିଡିଓ ଶେୟାରକରିଛି । ଏହି ବିଶାଳ କଲମର ପ୍ରସ୍ତୁତି ଏବଂ ଲେଖିବା ନିମନ୍ତେ ଏହାକୁ କିଭଳି ବ୍ୟବହାର କରାଯାଏ, ଉକ୍ତ ଭିଡିଓରେ ତାହା ଦର୍ଶାଯାଇଛି । ଭିଡିଓରେ ଦିଲିଫ ଓ କିଛି ଲୋକ ୨.୭୪୫ମିଟର ଓ ୦.୩୧୫ ମିଟରବିଶିଷ୍ଟ ଏହି କଲମ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ଗିନିଜ୍‌ବିଶ୍ୱ ରେକର୍ଡସ ୱେବ୍‌ସାଇଟ୍‌ ଅନୁସାରେ,ଚଳିତ ବର୍ଷ ସେପ୍ଟେମ୍ବର ୫ତାରିଖରେ ସର୍ବବୃହତ କଲମ ପାଇଁ ଦିଲିଫ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଭିଡିଓ ସହିତ ଥିବା କ୍ୟାପ୍‌ସନରୁ ସ୍ପଷ୍ଟ ହୁଏ ଯେ ପଢ଼ିବା ପାଇଁ ନୂଆ ପିଢ଼ିକୁ ପ୍ରେରିତ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଲିଫ ଏହି ବିଶାଳ କଲମ ନିର୍ମାଣ କରିଛନ୍ତି । ଏହାକୁ ନେଇ ଅନେକ ମଜାଦାର ଟ୍ୱିଟ୍‌ ଦେଖିବାକୁ ମିଳିଛି । ଦିଲିଫଙ୍କ ସୃଜନଶୀଳତାକୁ ଅଧିକାଂଶ ୟୁଜର୍‌ ଖୁବ୍‌ ପ୍ରଶଂସା କରିଛନ୍ତି ।


Share It

Comments are closed.