କରୋନାର ଭୟାବହତା ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲେ ମୁକେଶ ଅମ୍ବାନୀ : କରୋନା ରୋଗୀଙ୍କ ପାଇଁ ଯୋଗାଇଦେଲେ ୮୭୫ ବେଡ୍ ଓ ୧୪୫ ଆଇସିୟୁ ବେଡ

Share It

ଭାରତରେ କରୋନା ଦ୍ୱିତୀୟ ଲହର ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଅନେକ ବଡ ବଡ ଅନୁଷ୍ଠାନ ଏବଂ କମ୍ପାନୀ ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ନିକଟରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ୧୩୫ କୋଟି ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ବର୍ତ୍ତମାନ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ କରୋନା ରୋଗୀଙ୍କ ପାଇଁ ୮୭୫ ଶଯ୍ୟା ପାଇଁ ବ୍ୟବସ୍ଥା କରିଛି ।

ବାସ୍ତବରେ, ରିଲାଏନ୍ସ ଫାଉଣ୍ଡେସନ କହିଛି ଯେ କୋଭିଡ -୧୯ ମହାମାରୀରେ ବଢୁଥିବା ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ସେ ନିଜର ଅଭିଯାନକୁ ବୃଦ୍ଧି କରିଛି । ରିଲାଏନ୍ସ ଫାଉଣ୍ଡେସନର ଡାକ୍ତରଖାନା – ନ୍ୟାସନାଲ ସ୍ପୋର୍ଟସ କ୍ଲବ ଅଫ ଇଣ୍ଡିଆ (NSCI), ସେଭେନ ହିଲ୍ସ ହସପିଟାଲ ଏବଂ ଟ୍ରାଇଡେଣ୍ଟ, ବି.କେ.ସିରେ ପ୍ରାୟ ୮୭୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ୧୪୫ ଆଇସିୟୁର ସୁବିଧା ମଧ୍ୟ କରାଯାଇଛି ।

ଅନ୍ୟପକ୍ଷରେ, NSCI ର ସାର୍ ଏଚ୍ ଏଚ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ୬୫୦ ମେଡିକାଲ୍ ବେଡ୍ ବ୍ୟବସ୍ଥା କରାଯିବ । ରିଲାଏନ୍ସ ଫାଉଣ୍ଡେସନ ଆହୁରି ୧୦୦ ଟି ନୂତନ ଆଇସିୟୁ ଶଯ୍ୟା ପରିଚାଳନା କରିବ, ଯାହା ୧୫ ମେ ୨୦୨୧ ରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ଏହା ବ୍ୟତୀତ ସମସ୍ତ କୋଭିଡ ରୋଗୀଙ୍କୁ NSCI ଏବଂ ସେଭେନ ହିଲ୍ସ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ନୀତା ଅମ୍ବାନୀ କହିଛନ୍ତି ଯେ ମୋଟ ଫାଉଣ୍ଡେସନ ୧୪୫ ଆଇସିୟୁ ବେଡ ସମେତ ପ୍ରାୟ ୮୭୫ ଶଯ୍ୟା ପରିଚାଳନା କରିବ । ସେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ଦେଶ ପାଇଁ ସେବାରେ ସର୍ବଦା ଆଗରେ ରହିଆସିଛି । ସେ କହିଛନ୍ତି ଯେ ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦାମନ, ଡିୟୁ ଏବଂ ନଗର ହଭେଲିକୁ ରିଲାଏନ୍ସ ପ୍ରତିଦିନ ୭୦୦ ଟନ୍ ଅକ୍ସିଜେନ୍ ଦେଉଛି ।


Share It

Comments are closed.