ଆପଣ ମଧ୍ୟ ଠିଆ ହୋଇ ଖାଦ୍ୟ ଖାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ପ୍ରଭାବ

Share It

ଯେତେବେଳେ ଆମେ ସମସ୍ତେ ବିବାହରେ ବଫେଟ୍ ଖାଇବା (ଛିଡା ହେବା ଏବଂ ଖାଇବା) ର ଧାରଣାକୁ ଭଲପାଉ, ଆମେ ପ୍ରାୟତଃ ଭୁଲିଯାଉ ଯେ ଏହା ଏକ ଖରାପ ଅଭ୍ୟାସ | ବିଶେଷଜ୍ଞ ଙ୍କ ମତରେ, ଛିଡ଼ା ହୋଇଥିବା ଅବସ୍ଥାରେ ପାଣି ପିଇବା ଯେଭଳି ଖରାପ, ସେହିପରି, ଛିଡ଼ା ହୋଇଥିବା ସମୟରେ ଖାଇବା ହଜମ ପ୍ରକ୍ରିୟା ଏବଂ ଶରୀର ପାଇଁ ବିପଦଜନକ | ତେବେ ଆସନ୍ତୁ ଜାଣିବା ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଶରୀରକୁ କିଭଳି ପ୍ରଭାବିତ କରିଥାଏ ।

ବିବାହ, ଅନେକ ଉତ୍ସବ, କୌଣସି ଆୟୋଜନରେ ଠିଆ ହୋଇ ଭୋଜନ କରାଯାଉଥିବା ଦେଖାଯାଇଥାଏ। ଜାଣନ୍ତୁ ,ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡିଥାଏ…..

ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ପେଟ ପର୍ଯ୍ୟନ୍ତ ସଠିକ ଭାବେ ଖାଦ୍ୟ ପହଞ୍ଚି ପାରି ନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ। ଏହାସହ ଗ୍ୟାଷ୍ଟ୍ରିକ,ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।

ଏପରି ମଧ୍ୟ ଅନେକ ସମୟରେ ଦେଖାଯାଏ , ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ଚୋବାଇ ନଥାଆନ୍ତି। ଏହା ସହ ମୋଟାପଣ ବୃଦ୍ଧି ହେବା ଭଳି ସମସ୍ୟା ମଧ୍ୟ ହୋଇଥାଏ।
ଖାଦ୍ୟ ନଳୀ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।

ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରରେ ସଠିକ ଭାବେ ଅବଶୋଷିତ ହୋଇ ପାରେ ନାହିଁ।


Share It

Comments are closed.