ରିଅଲ୍‌ମିର ବହୁପ୍ରତିକ୍ଷୀତ ୭ ସିରିଜ୍ ସ୍ମାର୍ଟଫୋନ୍ ସହିତ ଏହାର ଅନ୍ୟାନ୍ୟ ଉତ୍ପାଦର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଭାରତରେ ଏହାର ବହୁ ପ୍ରତିକ୍ଷୀତ ୭ ସିରିଜ୍ ସ୍ମାର୍ଟଫୋନ୍ ରିଅଲ୍‌ମି ୭ ଓ ରିଅଲ୍‌ମି ୭ ପ୍ରୋ ଭାରିଆଂଟ୍‌ର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ୍‌ରେ ମୂଲ୍ୟ ବର୍ଗରେ ଲିଡିଙ୍ଗ୍‌-ଏଜ୍ କ୍ୟାମେରା, ଫାଷ୍ଟେଷ୍ଟ୍ ଚାର୍ଜିଙ୍ଗ୍ ଟେକ୍ନୋଲୋଜି ରହିଛି । ପ୍ରଥମ ସ୍ମାର୍ଟଫୋନ୍ ଭାବେ ଉଭୟ ରିଅଲ୍‌ମି ୭ ଓ ରିଅଲ୍‌ମି ୭ ପ୍ରୋ ଟିୟୁଭି ରେନ୍‌ଲ୍ୟାଣ୍ଡ ସ୍ମାର୍ଟଫୋନ୍ ରିଲାୟବିଲିଟି ଭେରିଫିକେସନ ପାସ୍ କରିଛନ୍ତି, ଯେଉଁଥିରେ ୨୩ଟି ପ୍ରମୁଖ ଓ ୭୨ଟି ସାଧାରଣ ପରୀକ୍ଷଣ ସାମିଲ ରହିଥିଲା ଏବଂ ଏଥିରେ ଅନେକ ସାଧାରଣ ବ୍ୟବହାର ପରିସ୍ଥିତିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଟେକ୍‌-ଲାଇଫ୍‌ଷ୍ଟାଇଲ ଉତ୍ସାହୀମାନଙ୍କ ଉତ୍ସାହକୁ ବଢାଇ ରିଅଲ୍‌ମି ଏହାର ନୂତନ ରେଞ୍ଜର ବ୍ୟକ୍ତିଗତ ବର୍ଗର ଉତ୍ପାଦ ଯେପରିକି ରିଅଲ୍‌ମି ଏମ୍‌୧ ସୋନିକ୍ ଇଲେକ୍‌ଟ୍ରିକ୍ ଟୁଥ୍‌ବ୍ରଶ୍‌, ରିଅଲ୍‌ମି ଆଡ୍‌ଭେଂଚରର୍ ଲଗେଜ୍ ଓ ଫ୍ୟାଶନେବୁଲ ରିଅଲ୍‌ମି ଟୋଟେ ବ୍ୟାଗ୍ ଆଦିର ଶୁଭାରମ୍ଭ କରିଛି ।
ରିଅଲ୍‌ମି ୭ ବିଶ୍ୱର ପ୍ରଥମ ମିଡିଆଟେକ୍ ହେଲିଓ ଜି୯୫ ଗେମିଙ୍ଗ ପ୍ରୋସେସର୍‌, ୬୪ ଏମ୍‌ପି କ୍ୱାଡ୍ କ୍ୟାମେରା ସହିତ ସୋନି ଆଇଏମ୍‌ଏକ୍ସ୬୮୨ ସେନ୍ସର, ୫୦୦୦ମେଗାହର୍ଜ ବୃହତ ବ୍ୟାଟେରୀ ଓ ୩୦ ୱାଟ୍ ଡାର୍ଟ ଚାର୍ଜ ଦ୍ୱାରା ପରିଚାଳିତ । ମିଷ୍ଟ ହ୍ୱାଇଟ୍ ଓ ମିଷ୍ଟ ବ୍ଲୁ ଭଳି ଦୁଇଟି କଲର୍‌ରେ ସୁନ୍ଦର ମିରର ଡିଜାଇନ୍ ସହିତ ରିଅଲ୍‌ମି ୭, ୬ଜିବି+୪ଜିବି ଭାରିଆଂଟ୍‌ରେ ୧୪,୯୯୯ ଟଙ୍କାରେ ଓ ୮ଜିବି+୧୨୮ଜିବି ଭାରିଆଂଟ୍‌ରେ ୧୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହାର ସେଲ୍ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ । ସେହିଭଳି ରିଅଲ୍‌ମି ୭ ପ୍ରୋରେ ୬୫ ୱାଟ୍ ସୁପର୍‌ଡାର୍ଟ ଚାର୍ଜ (୩୪ ମିନିଟ୍‌ରେ ୧୦୦% ଚାର୍ଜ), ୬୪ ଏମ୍‌ପି ଏଆଇ କ୍ୱାଡ୍ କ୍ୟାମେରା ସହିତ ସୋନି ଆଇଏମ୍‌ଏକ୍ସ ୬୮୨ ସେନ୍ସର, ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଂଟ୍ ସହିତ ସୁପର୍ ଆମୋଲେଡ୍ ଡିସ୍‌ପ୍ଲେ, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୭୨୦ଜି ଭଳି ଅନେକ ଫିଚର ରହିଛି । ରିଅଲ୍‌ମି ୭ ପ୍ରୋ ମିରର ହ୍ୱାଇଟ୍ ଓ ମିରର ବ୍ଲୁ ଭଳି ଦୁଇଟି ରଙ୍ଗରେ ୬ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୧୯,୯୯୯ ଟଙ୍କା ମୂଲ୍ୟରେ ଓ ୮ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୨୧,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ । ଏହି ସ୍ମାର୍ଟଫୋନ୍‌ର ସେଲ୍ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ । ଗ୍ରାହକମାନେ ଫ୍ଲିପ୍‌କାର୍ଟ ମାଧ୍ୟମରେ ରିଅଲ୍‌ମି ୭ ଓ ରିଅଲ୍‌ମି ୭ ପ୍ରୋ କିଣିବା ସମୟରେ ୨୯୯ ଟଙ୍କା ମୂଲ୍ୟରେ ଡିସ୍କଭରି+ ପାଇଁ ଦୁଇ ବର୍ଷର ସବ୍‌ସ୍କ୍ରିପ୍‌ସନ୍ ପାଇପାରିବେ ।
ରିଅଲ୍‌ମି ଏମ୍‌୧ ସୋନିକ୍ ଇଲେକ୍‌ଟ୍ରୋନିକ୍ ଟୁଥ୍‌ବ୍ରଶ ୧୯୯୯ ଟଙ୍କା ମୂଳ୍ୟରେ ଉପଲବ୍ଧ ହେଉଥିବାବେଳେ, ଏହାର ସେଲ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ସେପ୍ଟେମ୍ବର ୧୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହୋଇଯାଉଛି । ସେହିଭଳି ରିଅଲ୍‌ମି ଆଡ୍‌ଭେଂଚରର୍ ଲଗେଜ୍ ଓ ରିଅଲ୍‌ମି ଟୋଟେ ବ୍ୟାକ୍‌୨ ଯଥାକ୍ରମେ ୨୯୯୯ ଟଙ୍କା ଏବଂ ୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବାବେଳେ ଏହାର ପ୍ରଥମ ସେଲ ରିଅଲ୍‌ମି ଡଟ୍ କମ୍‌ରେ ସେପ୍ଟେମ୍ବର ୧୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହୋଇଯିବ । ଏହା ସମ୍ପର୍କରେ ରିଅଲ୍‌ମି ଇଣ୍ଡିଆର ସିଇଓ ଏବଂ ରିଅଲ୍‌ମିର ଉପାଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି ଯେ, “ଜଣେ ଟ୍ରେଣ୍ଡ ସେଟର୍ ହେବାର ଲକ୍ଷ ସହିତ ଆମେ ବ୍ୟକ୍ତିଗତ, ଆବାସିକ ଓ ଯାତାୟତ କ୍ଷେତ୍ରରେ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ଆମେ ରିଅଲ୍‌ମି ଏମ୍‌୧ ସୋନିକ୍ ଇଲେକ୍‌ଟ୍ରିକ୍ ଟୁଥ୍‌ବ୍ରଶ, ରିଅଲ୍‌ମି ଆଡ୍‌ଭେଂଚରର୍ ଲଗେଜ୍‌, ରିଅଲ୍‌ମି ଟୋଟେ ବ୍ୟାଗ୍‌-୨ର ଶୁଭାରମ୍ଭ ସହିତ ୭ ସିରିଜ୍ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ ଘୋଷଣା କରି ଗର୍ବିତ ଅନୁଭବ କରୁଛୁ । ଉଭୟ ରିଅଲ୍‌ମି ୭ ଓ ୭ ପ୍ରୋ ଦେଶବ୍ୟାପୀ ଆମ ସହଯୋଗୀମାନଙ୍କ ମାଧ୍ୟମରେ ଉଭୟ ଅନ୍‌ଲାଇନ ୍‌ଓ ଅଫ୍‌ଲାଇନ୍‌ରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ।”


Share It

Comments are closed.