ଭାରତରେ ଗ୍ୟାଲାକ୍ସି ନୋଟ୍‌୨୦ ଓ ନୋଟ୍‌୨୦ ଅଲ୍‌ଟ୍ରା ୫ଜିର ସେଲ୍ ଆରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗର ପ୍ରିମିୟମ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ ଗ୍ୟାଲାକ୍ସି ନୋଟ୍‌୨୦ ଓ ନୋଟ୍‌୨୦ ଅଲ୍‌ଟ୍ରା ୫ଜି ଦେଶବ୍ୟାପୀ ପ୍ରମୁଖ ରିଟେଲ୍ ଷ୍ଟୋର୍‌, ସାମ୍‌ସଙ୍ଗ ଅପେରା ହାଉସ୍‌, ସାମ୍‌ସଙ୍ଗ ଡଟ୍ କମ୍ ଓ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକରେ ଉପଲବ୍ଧ ହେବ । ଗ୍ୟାଲାକ୍ସି ନୋଟ୍‌୨୦ ଓ ନୋଟ୍‌୨୦ ଅଲ୍‌ଟ୍ରା ୫ଜି ହେଉଛି କାର୍ଯ୍ୟ ଓ ଖେଳ ପାଇଁ ଅଲ୍ଟିମେଟ୍ ସ୍ମାର୍ଟଫୋନ୍ । ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜିକୁ ଶକ୍ତି ଓ ଉତ୍ପାଦକତା କ୍ଷେତ୍ରରେ ଅଧିକ କିଛି ଚାହୁଁଥିବା ନୋଟ୍ ପ୍ରଶଂସକଙ୍କ ପାଇଁ ଡିଜାଇନ୍ କରାଯାଇଛି । ପ୍ରି-ବୁକିଙ୍ଗ୍‌ଗୁଡିର ସମାପ୍ତି ପରେ ସାମ୍‌ସଙ୍ଗ ଇଣ୍ଡିଆ ଏହି ଶକ୍ତିଶାଳୀ ଗ୍ୟାଲାକ୍ସି ନୋଟ୍‌୨୦ ସ୍ମାର୍ଟଫୋନ୍‌ଗୁଡିକୁ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ନୂତନ ଅଫର୍ ଘୋଷଣା କରିଛି । ଗ୍ୟାଲାକ୍ସି ଫର୍‌ଏଭର୍ ସହିତ ଗ୍ରାହକମାନେ ଗ୍ୟାଲାକ୍ସି ନୋଟ୍‌୨୦ ଓ ନୋଟ୍‌୨୦ ଅଲ୍‌ଟ୍ରା ୫ଜିକୁ ମୋଟ ମୂଲ୍ୟର ମାତ୍ର ୬୦% ପଇଠ କରି କିଣିପାରିବେ । ଗ୍ରାହକମାନେ ନିଜ ଡିଭାଇସ୍ ଉପରେ ୭୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍ ମୂଲ୍ୟ ପାଇବା ପାଇଁ ମଧ୍ୟ ଯୋଗ୍ୟ ହୋଇପାରିବେ ।
ଗ୍ୟାଲାକ୍ସି ନୋଟ୍‌୨୦ ଏବେ ୬୬୯୯୯ ଟଙ୍କାର ଏକ ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଛି ଏବଂ ଏହି ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍ କିଣୁଥିବା ଉପଭୋକ୍ତାମାନେ ୫୦୦୦ ଟଙ୍କା ମୂଲ୍ୟର ସାମ୍‌ସଙ୍ଗ ସପ୍ ଭାଉଚର ଓ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ୟାଶବ୍ୟାକ୍ ପାଇପାରିବେ । ସେହିପରି ଗ୍ୟଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ୮୮୯୯୯ ଟଙ୍କାର ଏକ ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେବ ଏବଂ ଏହା ଉପରେ ଗ୍ରାହକମାନେ ୭୦୦୦ ଟଙ୍କାର ସାମ୍‌ସଙ୍ଗ ସପ୍ ଭାଉଚର ଓ ୯୦୦୦ ଟଙ୍କା ପର୍ଯ୍ୟନ୍ତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ୟାଶବ୍ୟାକ୍ ପାଇପାରିବେ ।
ଏଥିସହିତ ଉପଭୋକ୍ତାମାନେ ସାମ୍‌ସଙ୍ଗ ସପ୍ ଆପ୍‌ରୁ ମାଇକ୍ରୋସଫ୍ଟ ୩୬୫ ଫ୍ୟାମିଲି କିଣିବା ସମୟରେ ୨୨.୬% ରିହାତି ପାଇପାରିବେ । ଗେମିଙ୍ଗ୍ ଉତ୍ସାହୀମାନେ ଫୋର୍‌ଜା ଷ୍ଟ୍ରିଟ୍ ଓ ଆସ୍‌ଫାଲ୍ଟ ୯ ଖେଳିବା ସମୟରେ ସାମ୍‌ସଙ୍ଗ ରିୱାର୍ଡସ୍ ପ୍ରୋଗ୍ରାମର ଅଂଶ ଭାବେ ସେମାନଙ୍କ ପାଇଁ ୫୦୦୦ ଟଙ୍କାର ଇନ୍‌-ଗେମ୍ ଲାଭ ମିଳିବା ଜାରି ରହିବ । ଗ୍ୟାଲାକ୍ସି ନୋଟ୍‌୨୦ ମିଷ୍ଟିକ୍ ବ୍ଲୁ, ମିଷ୍ଟିକ୍ ବ୍ରୋଞ୍ଜ, ମିଷ୍ଟିକ୍ ଗ୍ରୀନ୍ କଲର୍‌ରେ ଉପଲବ୍ଧ ହେଉଥିବା ବେଳେ ନୋଟ୍‌୨୦ ଅଲ୍‌ଟ୍ରା ୫ଜି ମିଷ୍ଟିକ୍ ବ୍ରୋଞ୍ଜ ଓ ମିଷ୍ଟିକ୍ ବ୍ଲାକ୍ କଲର୍‌ରେ ଉପଲବ୍ଧ ହେଉଛି ।


Share It

Comments are closed.