ରଣବୀର ନିଜ ହାତରେ ଲେଖିଲେ ଦୀପିକାଙ୍କ ନାମ

Share It

[vc_row][vc_column][vc_column_text]ରଣବୀର ସିଂହ ଏବଂ ଦୀପିକା ପାଦୁକନ ଘରକୁ ଫେରିବା ପରେ ସେମାନଙ୍କ ଫଟୋ ଏବଂ ଲୁକକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ତାଙ୍କର ମ୍ୟାଚିଙ୍ଗ ପୋଷାକ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁ ଜିନିଷକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବର୍ତ୍ତମାନ ଆଉ ଏକ ଜିନିଷ ଦେଖିବାକୁ ମିଳିଛି । ରଣବୀର ନିଜ ଡାହାଣ ହାତ ପାପୁଲିରେ, ମେହେନ୍ଦିରେ ଏକ ଡିଜାଇନଭରା ନାମ ଲେଖିଛନ୍ତି, ଯାହାକି ସମସ୍ତଙ୍କ ନଜରକୁ ବର୍ତ୍ତମାନ ଆସିଯାଇଛି ।
ବଲିଉଡର ଏହି ଚାର୍ମିଙ୍ଗ ବଏ ଘର ବାହାରେ ଠିଆ ହୋଇଥିବା ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କୁ ହେଲୋ କହିବା ବେଳର ଏକ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଏହି ଫଟୋରେ ରଣବୀରଙ୍କ ହାତରେ କିଛି ଅଙ୍କାଯାଇ ଲେଖାଯାଇଥିବା ସ୍ପଷ୍ଟ ଚିତ୍ର ସାମନାକୁ ଆସିଛି ।[/vc_column_text][vc_single_image image=”5697″ img_size=”full” alignment=”center”][vc_column_text]ଆପଣ ଦେଖିପାରିବେ ଯେ ରଣବୀର ନିଜ ହାତରେ ଏକ ଜଳନ୍ତା ଦୀପର ଫଟୋ ଆଙ୍କିଛନ୍ତି, ଯାହାର ଠିକ ତଳେ ଦୀପିକା ବୋଲି ଲେଖାଯାଇଛି । ଏହା ସହ ଅଙ୍କାଯାଇଥିବା ଏହି ଦୀପର ଛବିଟି ବହୁତ ସୁନ୍ଦର ମଧ୍ୟ ଲାଗୁଛି ।
ଦୀର୍ଘ ବର୍ଷର ପ୍ରେମ ପରେ ଶେଷରେ ଉଭୟ ପରସ୍ପରକୁ ବିବାହ କରିଛନ୍ତି ଏବଂ ବିବାହ ପରେ ଏହି ଯୋଡି ବର୍ତ୍ତମାନ ଆହୁରୀ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।[/vc_column_text][/vc_column][/vc_row]


Share It

Comments are closed.