ବରିଷ୍ଠ ସାମ୍ବାଦିକ ପ୍ରେମ୍ ପ୍ରକାଶଙ୍କ ପୁସ୍ତକର ଉନ୍ମୋଚନ କରିଛନ୍ତି ରାଜନାଥ ସିଂହ


ଭୁବନେଶ୍ୱର : ନିକଟରେ ଦିଲ୍ଲୀର ସାହିତ୍ୟିକମାନେ ଭାରତର କିମ୍ବନ୍ଦନ୍ତୀ ସାମ୍ବାଦିକ ପ୍ରେମ୍ ପ୍ରକାଶଙ୍କ ଦ୍ୱାରା ଲିଖିତ ଏକ ଚମତ୍କାର ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ ଉତ୍ସବକୁ ପାଳନ କରିଥିଲେ । ପ୍ରେମ୍ ପ୍ରକାଶଙ୍କ ଲିଖିତ ପୁସ୍ତକ ‘ରିପୋର୍ଟିଙ୍ଗ୍ ଇଣ୍ଡିଆ: ମାଇଁ ସେଭେଂଟି ଇୟର ଜର୍ଣ୍ଣି ଆଜ୍ ଏ ଜର୍ଣ୍ଣାଲିଷ୍ଟ’ର ହିନ୍ଦୀ ଅନୁବାଦକୁ ତାଙ୍କର ଆକ୍‌ବର ରୋଡ୍‌ସ୍ଥିତ ବାସଭବନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରଇଥିଲେ । ଏହି ପୁସ୍ତକର ଅନୁବାଦକୁ ଏକ ଅଗ୍ରଣୀ ସଂଗଠନ ପ୍ରଭା ଖୈତାନ ଫାଉଣ୍ଡେଶନ ପକ୍ଷରୁ ଆରମ୍ଭ କରାଯାଇଥିଲା ଏବଂ ପ୍ରଭାତ ପ୍ରକାଶନଙ୍କ ଦ୍ୱାରା ଏହି ଅନୁବାଦକୁ ପ୍ରକାଶିତ କରାଯାଇଥିଲା । ଉନ୍ମୋଚନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଭା ଖୈତା ଫାଉଣ୍ଡେଶନ ଏବଂ ଏହାର ସାହିତ୍ୟିକ ଓ ସାଂସ୍କୃତିକ ପଦକ୍ଷେପଗୁଡିକ ସମ୍ପର୍କରେ ପରିଚିତ କରାଯାଇଥିଲା । ଏହି ଉନ୍ମୋଚନ ଅବସରରେ ପୁସ୍ତକର ଲେଖକ ତଥା ବରିଷ୍ଠ ସାମ୍ବାଦିକ ପ୍ରେମ୍ ପ୍ରକାଶ, ସଞ୍ଜୀବ କପୁର, ନୀଳିମା ହାଲ୍‌ମିଆ ଆଧାର (ଏହସାସ ୱମେନ ଅଫ୍ ଦିଲ୍ଲୀ), ବନ୍ଦନା ସିଂହ ଓ ମନିଷା ଜୈନ୍ (ବ୍ରାଣ୍ଡିଙ୍ଗ୍ ଆଣ୍ଡ କମ୍ୟୁନିକେଶନ ଚିଫ୍ ଅଫ୍ ପ୍ରଭା ଖୈତାନ ଫାଉଣ୍ଡେଶନ) ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରେମ୍ ପ୍ରକାଶ ହେଉଛନ୍ତି ଜଣେ ବରିଷ୍ଠ ଭାରତୀୟ ସାମ୍ବାଦିକ ଏବଂ ଭାରତର ସର୍ବବୃହତ୍ ଟେଲିଭିଜନ ନ୍ୟୁଜ୍ ଏଜେନ୍ସି ଏସିଆନ୍ ନ୍ୟୁଜ୍ ଇଂଟରନ୍ୟାଶନାଲ (ଏଏନ୍‌ଆଇ)ର ଅଧ୍ୟକ୍ଷ । ସେ ସ୍ୱାଧୀନ ଭାରତର ଅନେକ ରୋଚକପୂର୍ଣ୍ଣ କାହାଣୀଗୁଡିକୁ କଭର କରିଛନ୍ତି ଏବଂ ୧୯୫୦ରୁ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଭାରତୀୟ ଉପ-ମହାଦେଶର କିଛି ପ୍ରମୁଖ ଘଟଣାଗୁଡିକର ରିପୋର୍ଟିର୍ଙ୍ଗ୍ କରିଛନ୍ତି । ସେ ଫ୍ରାନ୍ସ, ଜର୍ମାନୀ ଓ ୟୁଏସ୍‌ର ବିଦେଶୀ ବ୍ରଡ୍‌କାଷ୍ଟରଙ୍କ ସହ ମଧ୍ୟ କାର୍ଯ୍ୟ କରିଛନ୍ତି ।


Share It

Comments are closed.