କ୍ୱିଣ୍ଟନ ଡି’କକ୍‌ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ


ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ଭାବେ କ୍ୱିଣ୍ଟନ ଡି’ କକ୍‌ଙ୍କୁ ଶୁକ୍ରବାର ନିଯୁକ୍ତ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍‌। ୨୦୨୦/୨୧ ସିଜିନ୍‌ ନିମନ୍ତେ ଡି’କକ୍‌ଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସୂଚନାଥାଉକି ୨୮ ବର୍ଷୀୟ ଡି’କକ୍‌ଙ୍କୁ ଗତ ସିଜିନ୍‌ରେ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ଚଳିତ ସିଜିନ୍‌ରେ ଦକ୍ଷିଣ ଆଫ୍ରିକା ଦଳ ୩ଟି ଟେଷ୍ଟ ସିରିଜ୍‌ ଖେଳିବ। ପ୍ରଥ​‌େ​‌ମ ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଇତିମଧ୍ୟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି।
ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ : କ୍ୱିଣ୍ଟନ‌ ଡି’ କକ୍‌ (ଅଧିନାୟକ), ଟେମ୍ବା ବାଭୁମା, ଆଇଡେନ୍ ମାର୍କରାମ୍‌, ଫାଫ୍‌ ଡୁ ପ୍ଲେସି, ବୈରନ୍‌ ହେଣ୍ଡ୍ରିକ୍‌ସ, ଡିଅନ୍ ଏଲଗର୍‌, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ରୁସେ ଭାନ୍‌ ଡାର୍‌ ଡୁସେନ୍‌, ସାରେଲ୍‌ ଏରୱି, ଆନ୍‌ରିଚ୍‌ ନୋର୍ଟଜେ, ଗ୍ଲେନ୍‌ଟନ୍‌ ଷ୍ଟ୍ରୁମ୍ୟାନ୍‌, ୱାଅନ୍‌ ମୋଲଡର୍‌, କେଗାନ୍‌ ପିଟରସନ୍‌ ଓ କେଲ୍‌ ଭେରେନେ।


Share It

Comments are closed.