ଫେସବୁକ ଓ ଟ୍ୱିଟରରେ ଚାଷୀଙ୍କ ସମସ୍ୟା ବୁଝିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ


ଭୁବନେଶ୍ୱର: ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁଣିଥରେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଚାଷୀ ଭାଇମାନଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଚାଷୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେସବୁକରେ #AskOdishaFoodMinister ହ୍ୟାସଟ୍ୟାଗ କରି ସିଧାସଳଖ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ସମସ୍ୟା ସଂପର୍କରେ ପଚାରିପାରିବେ । ଚଳିତ ଖରିଫ ଧାନକିଣା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ ଚାଷୀ ଭାଇମାନଙ୍କୁ ଏଥିପାଇଁ ଚଳିତ ମାସ ୧୯ ତାରିଖ ସୁଦ୍ଧା ଉପରୋକ୍ତ ଟ୍ୟାଗ୍‌ରେ ରଖିବାକୁ ପଡ଼ିବ । ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ସେମାନେ ଆସନ୍ତା ୨୨ ତାରିଖରେ ଫେସ୍‌ବୁକ୍ ମାଧ୍ୟମରେ ପାଇପାରିବେ । ଯାହାର ଉତ୍ତର ରଖିବେ ଖୋଦ ବିଭାଗୀୟ ମନ୍ତ୍ରୀ ରାଜା ସ୍ୱାଇଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ମୋ ସରକାର’ ଏବଂ ‘୫ଟି’କୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ ପ୍ରତ୍ୟେକ ଲୋକଙ୍କ ସହ କିପରି ସିଧାସଳଖ କଥା ହୋଇ ଏହାର ତତକ୍ଷଣାତ ସମାଧାନ କରାଯାଇ ପାରିବ ସେଥିପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ।


Share It

Comments are closed.