ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସରେ ଏଲଏଚବି କୋଚ

Share It

ଭୁବନେଶ୍ବର: ୧୨୮୯୨/୧୨୮୯୧ ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଶ (ଏଲଏଚବି) କୋଚ ସହ ଚଳାଚଳ କରିବ। ସୋମବାର ବାଙ୍ଗିରିପୋଷି ରେଳ ଷ୍ଟେଶନରୁ ଏହି ରୂପାନ୍ତରିତ ଟ୍ରେନ ସେବାର ଶୁଭାରମ୍ଭ କରାଯାଇଛି। ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି କୋଚ ସହିତ ନିୟମିତ ସେବାମଙ୍ଗଳବାର ଠାରୁ ପୁରୀରୁ ଏବଂ ୩୦ ତାରିଖ ଠାରୁ ବାଙ୍ଗିରିପୋଷିରୁ ଆରମ୍ଭ ହେବ।

ପୂର୍ବରୁ ଏହି ଟ୍ରେନଟି ପାରମ୍ପରିକ ଆଇସିଏଫ କୋଚ ସହିତ ଚଳାଚଳ କରୁଥିଲା। ରୂପାନ୍ତରିତ ଟ୍ରେନ ସଂରଚନାରେ ଗୋଟିଏ ଏସି ଚେୟାର କାର, ୬ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ଆସନ କୋଚ, ୫ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ, ଗୋଟିଏ ଗାର୍ଡ ତଥା ପାୱାର କାର୍‌ ଏବଂ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗୋଟିଏ ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ କୋଚ ରହିଛି।

ବାଙ୍ଗିରିପୋଷି ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଲୋକସଭା ଏମପି ନବ ଚରଣ ମାଝୀ, ରାଜ୍ୟସଭା ଏମପି ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଏବଂ ସରସକଣା ବିଧାୟକ ଭାଦବ ହାଁସଦା ପ୍ରମୁଖ ସାମିଲ ଥିଲେ। ଏଲଏଚବି କୋଚ ପ୍ରଚଳନ ଏହି ଗୁରୁତ୍ୱପୂର୍ଣ୍ଣ ରୁଟ ପାଇଁ ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହଯାଇଛି। ଏହା ରାଜଧାନୀ ଭୁବନେଶ୍ୱର ଦେଇ ଓଡ଼ିଶାର ଉପକୂଳ ଏବଂ ଉତ୍ତର ଓଡ଼ିଶାର ଆଦିବାସୀବହୁଳ ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଛି।


Share It

Comments are closed.