ପହିଲାରୁ ବଦଳିବ ଏଟିଏମ୍ ବ୍ୟବହାର ଶୁଳ୍କ
ଭୁବନେଶ୍ବର: ମେ’ ପହିଲାରୁ ଏଟିଏମରୁ ଟଙ୍କା ଉଠାଣ ନେଇ କେତେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସାରା ଦେଶରେ ଏଟିଏମରେ କାରବାର ନେଇ ନୂଆ ନିୟମ ଲାଗୁ କରିଛନ୍ତି। ନିର୍ଦ୍ଦାରିତ ସୀମାରୁ ଅଧିକ ଥର ଟଙ୍କା ଉଠାଇବା ଦ୍ୱାରା ଉପଭୋକ୍ତାଙ୍କୁ ଏଣିକି ଅଧବକ ଶୁଳ୍କ ଦେବାକୁ ପଡ଼ିବ। ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତିରିକ୍ତ ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଏଚଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ଆଦି ବ୍ୟାଙ୍କ ଏନେଇ ଶୁଳ୍କ ଧାର୍ଯ୍ୟ କରିସାରିଛନ୍ତି। ସେହିପରି ବ୍ୟାଙ୍କ ଖାତା ଥିବା ଏଟିଏମ୍ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ମଧ୍ୟରେ ଥବବା ପାର୍ଥକ୍ୟକୁ ମଧ୍ୟ ଆରବିଆଇ ସ୍ପଷ୍ଟ କରିଛି। ନୂତନ ନିୟମ ଅନୁସାରେ ମେଟ୍ରୋ ସହରଗୁଡ଼ିକରେ ଗ୍ରାହକ ପ୍ରତି ମାସରେ ୩ଟି ନିଶୁଳ୍କ କାରବାରର ଲାଭ ନେଇପାରିବେ। ସେହିପରି ଅଣମେଟ୍ରୋ ସହରଗୁଡ଼ିକରେ ନିଶୁଳ୍କ କାରବାର ସୀମା ୫ଥରକୁ ଧାର୍ଯ୍ୟ କରାଯାଇଛି। ତେବେ ଏହି ସୀମା ଉଭୟ ଟଙ୍କା ଉଠାଣ, ବାଲାନ୍ସ ଚେକ୍ ସହ ସମସ୍ତ କାର୍ଯ୍ୟକଳାପ ପାଇଁ ଲାଗୁ ହେବ। ମାସିକ କାରବାର ସୀମା ଅତିକ୍ରମ କରିବା ପରେ ପ୍ରତି କାରବାରରେ ଗ୍ରାହକଙ୍କଠାରୁ ଅତିରିକ୍ତ ୨୩ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦିଆଯାଇଛି।
ଏହାବ୍ୟତୀତ ଭିନ୍ନ ଭାବେ ଟ୍ୟାକ୍ସ ଦେବାକୁ ପଡ଼ିବ। ତେବେ ଏହା କେବଳ ଏଟିଏମ କ୍ଷେତ୍ରରେ ନୁହେଁ ବରଂ କ୍ୟାଶ୍ ରିସାିକଲର ମେଶିନ୍(ସିଆରଏମ୍) ମେଶିନ୍ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ସୂଚନା ରହିଛି। ଏଚଡିଏଫସି ବ୍ୟାଙ୍କ ଓ୍ବେବସାଇଟ୍ ଅନୁଯାୟୀ, ମେ ପହିଲାରୁ ନିଦ୍ଧାରିତ ସୀମାରୁ ଅଧିକ ସଂଖ୍ୟକ କାରବାର କ୍ଷେତ୍ରରେ ପ୍ରତି କାରବାର ପିଛା ୨୩ଟଙ୍କା ଶୁଳ୍କ ଏବଂ ଟ୍ୟାକ୍ସ ଲାଗିବ। ପୂର୍ବରୁ ଏହି ଶୁଳ୍କ ୨୧ଟଙ୍କା ଓ ଟ୍ୟାକ୍ସ ସହ ଆଦାୟ କରାଯାଉଥିଲା। ତେବେ ଏହି ଶୁଳ୍କ କେବଳ ଟଙ୍କା ଉଠାଣ କ୍ଷେତ୍ରରେ ଲାଗୁ କରାଯିବ। ବାଲନ୍ସ ଇନ୍କ୍ୱାରି, ମିନିଷ୍ଟେଟମେଣ୍ଟ, ପିନ୍ ଚେଞ୍ଜ କ୍ଷେତ୍ରରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ସେହିପରି ପିଏନବି ପକ୍ଷରୁ ମିଳିଥିବା ସୂଚନାନୁସାରେ ଟଙ୍କା ଉଠାଣ କ୍ଷେତ୍ରରେ ଉପଭୋକ୍ତାଙ୍କୁ ୨୩ଟଙ୍କା, ଏବଂ ନନ୍ କ୍ୟାଶ୍ କାରବାର କ୍ଷେତ୍ରରେ ଜିଏସଟି ବ୍ୟତୀତ ୧୧ ଟଙ୍କାର ଶୁଳ୍କ ଲାଗିବ। ତେବେ ଏହି ନିୟମ ମେ’ ୯ ତାରିଖରୁ ଳାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଡସଇଣ୍ଡ୍ ବ୍ୟାଙ୍କ ସୂଚନାନୁସାରେ, ମେ’ ପହିଲାରୁ ଜମାଖାତା, ଦରମାଖାତା, ଏନଆରଖାତା, ଚାଲୁଖାତା ଗ୍ରାହକଙ୍କୁ ଅଣ ଇଣ୍ଡସଇଣ୍ଡ୍ ବ୍ୟାଙ୍କ ଏଟିଏମରେ ନିର୍ଦ୍ଧାରିତ ସୀମାରୁ ଅଧିକ କାରବାର ଦ୍ୱାରା ପ୍ରତି କାରବାର ପିଛା ୨୩ଟଙ୍କା ଶୁଳ୍କ ଦେବାକୁ ହେବ।
Comments are closed.