ନିଜ ଇନଷ୍ଟାଗ୍ରାମରୁ ନିକ ଜୋନସଙ୍କ ସରନେମ ହଟାଇଲେ ପ୍ରିୟଙ୍କା ଚୋପ୍ରା, କଣ ଉଭୟଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ?


ବଲିଉଡ ଓ ହଲିଉଡର ପପୁଲାର୍ କପଲ ପ୍ରିୟଙ୍କା ଚୋପ୍ରା-ନିକ ଜୋନାସ୍। ଦୁହେଁ ପରସ୍ପର ପ୍ରତି ପ୍ରେମ ବ୍ୟକ୍ତ କରନ୍ତି ଏବଂ ସୋସିଆଲ ମିଡିଆରେ ତାହାର ଝଲକ ଫ୍ୟାନ୍ସଙ୍କୁ ଦେଖାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଲାପରି ଏକ ଖବର ସାମ୍ନାକୁ ଆସିଛି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ନାମ ଆଗରୁ ସ୍ୱାମୀଙ୍କ ସରନେମ ‘ଜୋନାସ୍’ କୁ ହଟାଇ ଦେଇଛନ୍ତି।


ପ୍ରିୟଙ୍କା ଏହା କରିବା ପରଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକ୍ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ବିବାଦ ଦେଖାଦେଇଛି ବୋଲି ଅନୁମାନ କରାଯାଉଛି। ଏପରିକି ଉଭୟ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି।


ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ସରନେମ ‘ଚୋପ୍ରା’ କୁ ବି ହଟାଇ ଦେଇଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ପ୍ରଶଂସକ ଏଥିରେ ବିରକ୍ତ ହୋଇ ଟୁଇଟ୍ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ହୋଇପାରିବ ନାହିଁ ଯେ ନିକ-ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ଦୁହେଁ ଦୀପାବଳିରେ ଏକାଠି ଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ମୁଁ ଭୁଲ୍ ଅଟେ। ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘କଣ ନିକ୍-ପ୍ରିୟଙ୍କାଙ୍କ ଛାଡପତ୍ର ହୋଇଗଲା?’


Share It

Comments are closed.