ଏୟାରଟେଲ ପକ୍ଷରୁ ନୂଆ ମୋବାଇଲ୍ ଟାରିଫ୍‌ର ଘୋଷଣା


ଭୁବନେଶ୍ୱର: ଏୟାରଟେଲ ସର୍ବଦା ଏହା ସୁନିଶ୍ଚିତ କରିଛି ଯେଭଳି ପ୍ରତି ଉପଭୋକ୍ତା ପିଛା ମୋବାଇଲ ହାରାହାରି ରାଜସ୍ୱ(ଏଆରପିୟୁ) ୨୦୦ଟଙ୍କା ଏବଂ ପରିଶେଷରେ ୩୦୦ଟଙ୍କା ରହିବା ଉଚିତ, ଯାହାଦ୍ୱାରା ଏକ ସୁସ୍ଥ ଆର୍ଥିକ ବ୍ୟବସାୟ ମଡେଲ ପାଇଁ ପୁଞ୍ଜି ଉପରେ ଏକ ଯୁକ୍ତିଯୁକ୍ତ ରିଟର୍ଣ୍ଣ ପ୍ରଦାନ କରାଯାଇପାରିବ । ଏହି ସ୍ତରର ଏଆରପିୟୁ, ନେଟୱର୍କ ଏବଂ ସ୍ପେକ୍ଟ୍ରମରେ ଆବଶ୍ୟକୀୟ ପ୍ରମୁଖ ବିନିଯୋଗକୁ ସକ୍ଷମ କରିବ ବୋଲି କମ୍ପାନୀର ବିଶ୍ୱାସ । ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଏୟାରଟେଲକୁ ଭାରତରେ ୫ଜିର ଶୁଭାରମ୍ଭ ପାଇଁ ଯଥେଷ୍ଟ କ୍ଷେତ୍ର ପ୍ରଦାନ କରିବ । ତେଣୁ ଏକ ପ୍ରଥମ ପଦକ୍ଷେପ ଭାବରେ ନଭେମ୍ବର ମାସରେ କମ୍ପାନୀ ପକ୍ଷରୁ ନୂଆ ଟାରିଫର ଘୋଷଣା କରାଯାଇଛି ଯାହାକି ଚଳିତ ନଭେମ୍ବର ୨୬ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।
ଏୟାରଟେଲର ନୂଆ ପ୍ରିପେଡ ଟାରିଫ ଅନୁଯାୟୀ ଏହାର ୭୯ଟଙ୍କାର ୨୮ ଦିନିଆ ପ୍ରିପେଡ ପ୍ୟାକ ବର୍ତମାନ ୯୯ଟଙ୍କାରେ ଉପଲବ୍ଧ ହେବ, ଯେଉଁଥିରେ ୫୦%ରୁ ଅଧିକ ଟକଟାଇମ, ୨୦୦ଏମବି ଡାଟା, ୧ ପ./ସେକେଣ୍ଡ ଭଏସ ଟାରିଫ ମିଳିବ । ସେହିଭଳି ଏହାର ନୂଆ ୧୭୯ଟଙ୍କା, ୨୬୫ଟଙ୍କା, ୨୯୯ଟଙ୍କା ଏବଂ ୩୫୯ଟଙ୍କାର ୨୮ ଦିନିଆ ପ୍ୟାକରେ ଯଥାକ୍ରମେ ୨ଜିବି, ୧ଜିବି/ ଦିନ, ୧.୫ଜିବି/ ଦିନ ଏବଂ ୨ ଜିବି/ ଦିନ ଡାଟା ସହିତ ଅନଲିମିଟେଡ କଲିଙ୍ଗ, ଦିନକୁ ୧୦୦ ଏସଏମଏସ ଭଳି ସୁବିଧା ରହିଛି । ସେହିଭଳି ଏହାର ନୂଆ ୪୭୯ଟଙ୍କା ଏବଂ ୫୪୯ଟଙ୍କାର ୫୬ ଦିନିଆ ପ୍ୟାକରେ ଯଥାକ୍ରମେ ୧.୫ଜିବି ଡାଟା/ଦିନ ଏବଂ ୨ଜିବି ଡାଟା/ ଦିନ ସୁବିଧା ରହିଛି । ୪୫୫ଟଙ୍କା, ୯୧୯ଟଙ୍କା ଏବଂ ୮୩୯ଟଙ୍କାର ନୂଆ ୮୪ ଦିନିଆ ପ୍ୟାକରେ ଯଥାକ୍ରମେ ୬ଜିବି, ୧.୫ ଜିବି/ ଦିନ ଏବଂ ୨ ଜିବି/ ଦିନ ଡାଟା ସୁବିଧା ରହିଛି । ସେହିଭଳି ଏୟାରଟେଲର ନୂଆ ବର୍ଷିକିଆ ପ୍ୟାକର ମୂଲ୍ୟ ବର୍ତମାନ ୧୭୯୯ଟଙ୍କା ଓ ୨,୯୯୯ଟଙ୍କା ହୋଇଯାଇଛି ଯେଉଁଥିରେ ଯଥାକ୍ରମେ ୨୪ ଜିବି ଡାଟା ଏବଂ ଦିନକୁ ୨ ଜିବି ଡାଟା ସୁବିଧା ଉପଲବ୍ଧ ହେବ । ଏହି ସମସ୍ତ ନୂଆ ଟାରିଫ ପ୍ୟାକରେ ଗ୍ରାହକମାନେ ଅନଲିମିଟେଡ କଲିଙ୍ଗ ଓ ଦିନକୁ ୧୦୦ ଏସଏମଏସ୍ ସୁବିଧା ପାଇପାରିବେ । ଏୟାରଟେଲର ନୂଆ ଡାଟା ଟପ-ଅପ୍ ପ୍ୟାକର ମୂଲ୍ୟ ବର୍ତମାନ ୫୮ଟଙ୍କା, ୧୧୮ଟଙ୍କା ଏବଂ ୩୦୧ ଟଙ୍କା ହୋଇଯାଇଛି ଯେଉଁଥିରେ ଯଥାକ୍ରମେ ୩ ଜିବି, ୧୨ ଜିବି ଏବଂ ୫୦ ଜିବିର ଅନଲିମିଟେଡ ଡାଟା ସୁବିଧା ଉପଲବ୍ଧ ହେଉଛି ।


Share It

Comments are closed.