ରଥଯାତ୍ରା ୨୦୨୫; ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଓଡିଶା ସରକାର ଏବଂ ଟାଟା ପାୱାରର ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍ ପୁରୀର ପବିତ୍ର ରଥଯାତ୍ରା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହାରାଇଛି। ଏହି ମହାନ୍ ଉତ୍ସବ ସମୟରେ ପୁରୀ ସହରରେ ୭୪ ମେଗାୱାଟ୍ ପିକ୍ ଭାର ପୂରଣ କରିବା ପାଇଁ ୧୭୦ ଏମଭିଏର ସ୍ଥାପିତ କ୍ଷମତା ସହିତ ଟିପିସିଓଡିଏଲ ଏହି ପବିତ୍ର ଉତ୍ସବକୁ ସମସ୍ତ ଭକ୍ତଙ୍କ ପାଇଁ ସୁନିଶ୍ଚିତ ଏବଂ ସୁରକ୍ଷିତ ଅନୁଭୂତି କରିବାକୁ ପ୍ରତିଶ୍ରୁତିବଦ୍ଧ।
ଏହି ଉତ୍ସବ ପାଇଁ ପ୍ରସ୍ତୁତି ସ୍ୱରୂପ ଟିପିସିଓଡିଏଲ ପୁରୀ ସହରରେ ୪ଟି ୧୨.୫/୧୬ ଏମଭିଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର (ପିଟିଆର) ସ୍ଥାପନ କରିଛି ଯାହା ସ୍ଥାନୀୟ ନେଟୱାର୍କକୁ ସଶକ୍ତ କରିବା ସହ ଭାର ପରିଚାଳନାକୁ ସୁଦୃଢ଼ କରିଛି। ଏହା ଏନ-୨ ରିଡନଡାନ୍ସି ସୁନିଶ୍ଚିତ କରିବ ଯାହା ଫଳରେ ଉତ୍ସବ ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ପ୍ରବାହ ନିଶ୍ଚିତ ହେବ।
ସମଗ୍ର ନେଟୱାର୍କ ଭୁବନେଶ୍ୱରର ଆଧୁନିକ ପାୱାର ଡିଷ୍ଟ୍ରିବ୍ୟୁସନ୍ ଟେକ୍ନୋଲୋଜି ସେଣ୍ଟର୍ ଦ୍ୱାରା ଚବିଶ ଘଣ୍ଟା ନିରୀକ୍ଷଣ କରାଯିବ। ଏଥିସହ ସହରଗୁଡ଼ିକରେ ୭୦୦ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ଚବିଶ ଘଣ୍ଟା ନେଟୱାର୍କ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଅଛନ୍ତି। ୩୩/୧୧ କେଭି ପ୍ରାଥମିକ ସବଷ୍ଟେସନ୍, ହାଇ ଟେନ୍ସନ୍ (ଏଚଟି) ଏବଂ ଲୋ ଟେନ୍ସନ୍ (ଏଲଟି) ସ୍ୱିଚଗିୟର୍ ସିଷ୍ଟମ୍, ଓଭରହେଡ୍ ଲାଇନ୍ ଏବଂ ଅଣ୍ଡରଗ୍ରାଉଣ୍ଡ୍ କେବଲ୍ ଉପରେ ଉପଯୁକ୍ତ ପ୍ରତିଷେଧକ ମରାମତି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ମୋବାଇଲ୍ ଟ୍ରାନ୍ସଫର୍ମର ତ୍ରୁଟି ଧରିବା, କ୍ରେନ୍, ମ୍ୟାନ୍ ଲିଫ୍ଟର୍ ଏବଂ ସ୍ପେୟାର୍ ଟ୍ରାନ୍ସଫର୍ମର୍ ଭଳି ଆଧୁନିକ ସାମଗ୍ରୀ ମଧ୍ୟ ଯେକୈଣସି ପରିସ୍ଥିତିରେ ଦ୍ରୁତ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରଖାଯାଇଛି।
ଜନସାଧାରଣର ସୁରକ୍ଷାକୁ ପ୍ରାଥମିକତା ଦେଇ, ଟିପିସିଓଡିଏଲ ବ୍ୟାପକ ଲିକେଜ୍ କରେଣ୍ଟ୍ ପରୀକ୍ଷା, ସବଷ୍ଟେସନ୍ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଅଗ୍ନିନିର୍ବାପକ ଯନ୍ତ୍ର ସ୍ଥାପନ, ବିଦ୍ୟୁତ୍ ଆଘାତ ରୋକିବା ପାଇଁ ଇନ୍ସୁଲେଟିଂ ପେଣ୍ଟ ଲଗାଇବା ଏବଂ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ଗୁଡ଼ିକୁ ଫେନ୍ସିଂ ଦ୍ୱାରା ସୁରକ୍ଷିତ କରିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି।
ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କମ୍ପାନୀର ପ୍ରତିବଦ୍ଧତା ବୟାନ କରି କହିଛନ୍ତି କହିଛନ୍ତି ଯେ, “ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ଏକ ଭାବନା ଯାହା ଲକ୍ଷାଧିକ ଲୋକଙ୍କୁ ଏକାଠି କରେ। ଆମେ ସହରକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ରଖିବାରେ ଆମର ଭୂମିକା ପାଇଁ ଅତ୍ୟନ୍ତ ଗର୍ବିତ। ଆମର ଟିମ୍ ଅବିଶ୍ରାନ୍ତ ପରିଶ୍ରମ କରିଛି ଏବଂ ଏହି ମହାନ୍ ଉତ୍ସବର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଭାବନାକୁ ସମର୍ଥନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।”
Comments are closed.