ଟ୍ୱିଟରେ ଭିଡିଓ ସେୟାର କରି ପୁଣିଥରେ ଦେଶବାସୀଙ୍କ ମନୋବଳ ବଢାଇଲେ ପ୍ରଧାନମନ୍ତ୍ରୀ


ଆଜି ସାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରୁଥିବାବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ବିରୋଧୀ ମୁକାବିଲାରେ ସାମିଲ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ଜନସାଧାରଣଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ ମଧ୍ୟ କରିଛନ୍ତି । ଏହା ସମୟରେ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ ଏକ ଭିଡିଓ ସେୟାର କରିଥିବାବେଳେ ଏଥିରେ ଫିଲ୍ମ ଜଗତର ଅନେକ ଅଭିନେତାଙ୍କ ଠାରୁ ଆରମ୍ଭ କରି ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।
ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଟ୍ୱିଟ କରି ଲେଖିଛନ୍ତି ଯେ, “ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆମେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟର ମଙ୍ଗଳକାମନା କରିବା ସହ ସମସ୍ତ ଡାକ୍ତର, ନର୍ସ, ଚିକିତ୍ସକ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇବା, ଯେଉଁମାନେକି ସାହସିକତାର ସହ କୋଭିଡ-୧୯ ବିରୋଧ ଲଢେଇରେ ନେତୃତ୍ୱ ନେଉଛନ୍ତି । ”
ଏହି ସମୟ, ଲୋକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ତାଙ୍କୁ ପ୍ରେରିତ କରିବା ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆମେ ସାମଜିକ ଦୂରତା ନିୟମକୁ ଯେପରି ପାଳନ କରି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ଯେପରି ରକ୍ଷା କରିପାରିବା ତାହା ଆସନ୍ତୁ ସୁନିଶ୍ଚିତ କରିବା । ଆଶା କରୁଛି, ଏହି ଦିନ ଆମକୁ ବର୍ଷସାରାର ବ୍ୟକ୍ତିଗତ ଫିଟନେସ ଉପରେ ଧ୍ୟାନ ଦେବା ପାଇଁ ପ୍ରେରଣା ଯୋଗାଇବା, ଯାହାକି ଆମର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଉନ୍ନତ କରିବା ପାଇଁ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ଫିଲ୍ମ ଜଗତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭିଡିଓକୁ ମଧ୍ୟ ସେୟାର କରିଛନ୍ତି । ଯାହାକୁ ସେୟାର କରି ସେ ଲେଖିଛନ୍ତି, “ପୁଣିଥରେ ହସିବ ଇଣ୍ଡିଆ…ପୁଣି ଜିତିଯିବ ଇଣ୍ଡିଆ ” ଏହି ଭିଡିଓରେ ଫିଲ୍ମ ଜଗତର ଅନେକ କଳାକାରଙ୍କ ସମେତ କ୍ରିକେଟର ଶିଖର ଧାୱାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।


Share It

Comments are closed.