ଲକ୍‌ଡାଉନ୍ ବେଳେ ରାଜସ୍ଥାନରେ ଲାଗିଲା ମେଳା, ଶହ ଶହ ଲୋକଙ୍କ ଭିଡ


ଦେଶ ଏବେ କରୋନା ଭାଇରସ୍ ଭଳି ଏକ ମହାମାରୀର ସାମ୍‌ନା କରୁଛି । ମହାମାରୀକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ଏହାମଧ୍ୟରେ ରାଜସ୍ଥାନରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଲକ୍‌ଡାଉନ୍ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଧାରା ୧୪୪ ଲଗାଯିବା ସତ୍ୱେ ଏଠାରେ ନବରାତ୍ରି ଅବସରରେ ମେଳା ଲାଗିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜସ୍ଥାନର ବୁନ୍ଦିଠାରେ ଅନ୍ଧବିଶ୍ୱାସର ଖେଳ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକ ଭିଡ ଲଗାଇଥିଲେ । ବୁନ୍ଦି ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ମେଳାର ଆୟୋଜନ ହୋଇଥିଲା, ଯେଉଁଠାରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା ।
ବୁନ୍ଦି ଜିଲ୍ଲାର ରାମନଗର ଓ ଲାଖେରୀ ଅଂଚଳରେ ନବରାତ୍ରି ଓ ରାମନବମୀ ଅବସରରେ ଏହି ମେଳା ଆୟୋଜିତ ହୋଇଥିଲା । ଅଂଚଳରେ ଶତାଧିକ ଲୋକଙ୍କ ଭିଡ ଜମିବା ପରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ହଟାଇଥିଲା । ଏହି ଘଟଣାକୁ ନେଇ ପୁଲିସ୍ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି । ଲୋକଙ୍କୁ ବୁଝାଇବା ପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡିଥିଲା ।


Share It

Comments are closed.