ବିକାଶର ଗଙ୍ଗାକୁ ଲୋକଙ୍କ ପାଖରେ ପହଁଚାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ


ପଶ୍ଚିମବଙ୍ଗ/ଭୁବନେଶ୍ୱର, – ବିଗତ ୬ ବର୍ଷରେ ପୂର୍ବ ଭାରତରେ ଥିବା ଏଲପିଜି ଗ୍ୟାସ୍ ସମସ୍ୟାକୁ ଦୂର କରାଯାଇ ପ୍ରାକୃତିକ ଗ୍ୟାସ ତଥା ଏଲପିଜି ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ଏବଂ ପୂର୍ବ ଭାରତରେ ଉଜ୍ଜଳା ଯୋଜନା ପରେ ଏଲପିଜି ଗ୍ୟାସ ସଂଯୋଗ ଓ ଚାହିଦା ଉଭୟ ବୃଦ୍ଧି ପାଇଛି ବୋଲି ରବିବାର ପଶ୍ଚିମବଙ୍ଗର ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୬ ବର୍ଷ ପୂର୍ବରୁ ବିକାଶର ପଛରେ ରହିଥିବା ପୂର୍ବ ଭାରତରେ ନାଗରିକଙ୍କ ଜୀବନ ଓ ବ୍ୟବସାୟ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ପୂର୍ବାଂଚଳରେ ଗ୍ୟାସ ସଂଯୋଗ ସମେତ ରେଳ, ରାଜପଥ, ଜାହାଜ, ବିମାନ ସେବା ତଥା ସବୁ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି । ୨୦୧୪ ପୂର୍ବରୁ ଗ୍ୟାସ୍ ପାଇଁ ନୂଆ ଉଦ୍ୟୋଗ ସମେତ ପୁରୁଣା ଉଦ୍ୟୋଗ ବନ୍ଦ ହେଉଥିଲା । ମାତ୍ର ୨୦୧୪ ପରେ ଏହାକୁ ଆମ ସରକାର ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ପୂର୍ବ ଭାରତରେ ପ୍ରାକୃତିକ ଗ୍ୟାସ ସମେତ ଏଲପିଜି ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ପଶ୍ଚିମବଙ୍ଗରେ ୨୦୧୪ରେ ଏଲପିଜି ଗ୍ୟାସ ସଂଯୋଗ ୪୧ ପ୍ରତିଶତ ଥିଲା ବେଳେ ଆମ ସରକାରଙ୍କ ଉଦ୍ୟମରେ ଏଲପିଜି ଗ୍ୟାସର କଭରେଜ ବର୍ତମାନ ୯୯ ପ୍ରତିଶତରେ ପହଁଚି ପାରିଛି ।
ସେ କହିଛନ୍ତି ଯେ ଆଜି ସମଗ୍ର ପୂର୍ବ ଭାରତରେ ସ୍ୱଚ୍ଛ ଇନ୍ଧନରେ ସଂଯୋଗ ସ୍ଥାପନାରେ ଆତ୍ମନିର୍ଭରତା ଓ ଭାରତକୁ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା କରିବା ପାଇଁ ଗୋଟିଏ ବଡ ଦିନ । ପୂର୍ବାଂଚଳରେ ଗ୍ୟାସ ସଂଯୋଗକୁ ସଶକ୍ତ କରିବା ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଆଜି ଅନେକ ଗୁଡିଏ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ଏହା ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତରେ ଇଜ୍ ଅଫ୍ ଡୁଇଂ ଏବଂ ଇଜ୍ ଅଫ୍ ଲିଭିଂରେ ସର୍ବୋତମ ହେବ । ହଳଦିଆ ଠାରେ ଲୋକାର୍ପିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ୟୁପି ଏବଂ ଉତର ପଶ୍ଚିମର କୋଟି କୋଟି ପରିବାର ସୁବିଧା ପାଇବେ । ଏହି କ୍ଷେତ୍ରର ୨ କୋଟି ଓ ଉଜ୍ଜଳା ଯୋଜନାରେ ପ୍ରାୟ ୧ କୋଟି ହିତାଧିକାରୀ ଲାଭାର୍ଥୀ ହେବେ । ଏହି ପ୍ରକଳ୍ପ ହଳଦିଆକୁ ଦେଶର ଆଧୁନିକ ଏବଂ ବୃହତ ରପ୍ତାନୀ ସେଂଟରର ବିକଶିତ କରିବାରେ ସହାୟକ ହେବ ।
ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ବିକାଶର ଗଙ୍ଗାକୁ ଦେଶର ଲୋକଙ୍କ ପାଖରେ ପହଁଚାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଦେଶରେ ଅନେକ ସରକାର ଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଆତ୍ମନିର୍ଭର କରିବା ତଥା ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି । ଇତିମଧ୍ୟରେ ପଶ୍ଚିମବଙ୍ଗରେ ୯୦ ଲକ୍ଷ ମହିଳାଙ୍କ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ହୋଇଛି । ସ୍ୱାଧୀନତାର ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ୨୩ ଜିଲ୍ଲାରୁ ୧୧ ଜିଲ୍ଲାରେ ପାଇପରେ ଗ୍ୟାସ ପହଁଚିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାମାରୀ ସମୟରେ ଅନେକ ଦେଶକୁ ଔଷଧ ପଠାଇବା ସହ ପିପିଇ କିଟ୍ ଉତ୍ପାଦନ କରିବାର ଦାୟିତ୍ୱ ନେଇ ବିଶ୍ୱରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଜି ୩ଟି ପ୍ରକଳ୍ପ ଯଥା ୨୪୩୩ କୋଟି ବ୍ୟୟରେ ନିର୍ମିତ ୩୪୭ କିଲୋମିଟର ଲମ୍ବ ଢୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ୧୦୦୦ କୋଟିର ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ୧୯୦ କୋଟିର ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏ ଓଭରର ଲୋକାର୍ପଣ କରିବା ସହ ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଢୋବି-ଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।
ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ । ଏହାବ୍ୟତିତ ଜାତୀୟ ରାଜପଥ- ୪୧ର ହଳଦିଆ ସ୍ତିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌- ଫ୍ଲାଏ ଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଫ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ ।
ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ ।


Share It

Comments are closed.