ଅକ୍ସଫାମ୍ ଇଣ୍ଡିଆ ସହଯୋଗରେ ପ୍ଲାଟିନମ୍ ଗିଲ୍ଡ ଇଣ୍ଡିଆ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ସହାୟତା


ଭୁବନେଶ୍ୱର: ସାମ୍ପ୍ରତିକ କୋଭିଡ୍ ୧୯ ପରିସ୍ଥିତିରେ ବହୁଳ ଭାବେ ପ୍ରଭାବିତ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ଦିଗରେ ଏକ ପଦକ୍ଷେପ ଗ୍ରହଣ କରି ପ୍ଲାଟିନମ ଗିଲ୍ଡ ଇଣ୍ଡିଆ ଅକ୍ସଫାମ୍ ଇଣ୍ଡିଆ ସହିତ ସହଭାଗିତା କରି ‘ପ୍ଲାଟିନମ୍ ସିଜନ୍ ଅଫ୍ ହୋପ୍‌’ ଅଭିଯାନର ଶୁଭାରମ୍ଭ କରିଛି । ଏହି ଅଭିଯାନ ୩ ମାସ ଅବଧି ମଧ୍ୟରେ ୪୫୦୦ ପରିବାର ଓ ପ୍ରାୟ ୨୨,୫୦୦ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଏହି ଅଭିଯାନ ଅଧିନରେ ପ୍ରଦାନ କରାଯିବାକୁ ଥିବା ରିଲିଫ୍ ପ୍ୟାକେଜ୍‌ରେ ୩ଟି ପ୍ରମୁଖ ଉପାଦାନ ଯେପରିକି ପ୍ରତିଦିନ ଆହାର/ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ସାନିଟାରୀ କିଟ୍ ଓ ଅତ୍ୟାବଶ୍ୟକ ଅଣଖାଦ୍ୟ ସାମଗ୍ରୀଗୁଡିକ ପାଇଁ ଏକ ଡାଇରେକ୍ଟ ଟ୍ରାନ୍ସଫର୍ ସାମିଲ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଯେପରିକି ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା ଓ ବିହାରର ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ଏହି ଅଭିଯାନ ସହଯୋଗ ପ୍ରଦାନ କରିବ । ଏହି ଅଭିଯାନ ସହିତ ଲକ୍ଷ୍ୟ ହେଉଛି, ସବୁଠାରୁ ଅଧିକ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ ଜୀବନରେ ଆଶାକୁ ପୁଣିଥରେ ଫେରାଇ ଆଣିବା ।
ଏହି ଅଭିଯାନ ଉପରେ ମତ ରଖି, ପିଜିଆଇ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବୈଶାଳୀ ବାନର୍ଜୀ କହିଛନ୍ତି, ପିଜିଆଇରେ ଆମର ଲକ୍ଷ୍ୟ ହେଉଛି ସମୁଦାୟକୁ ପୁଣିଥରେ ମୁଖ୍ୟସ୍ରୋତକୁ ଫେରାଇଆଣିବା ଓ ଆମର ଇକୋସିଷ୍ଟମକୁ ଏକାଠି ରଖୁଥିବା ଲୋକ- ପ୍ରବାସୀ ଶ୍ରମିକଙ୍କ ପାଇଁ ଆଶାର ଆଲୋକ ହେବା । ଏହି ଅଭିଯାନକୁ ଲଂଚ୍ କରିବା ପାଇଁ ଅକ୍ସଫାମ୍ ଇଣ୍ଡିଆ ସହିତ ସହଭାଗିତା କରି ଆମେ ଖୁବ୍ ଗର୍ବିତ । ଅକ୍ସଫାମ୍ ଇଣ୍ଡିଆର ସିଇଓ ଅମିତାଭ ବେହାର କହିଛନ୍ତି, ପ୍ଲାଟିନମ୍ ଗିଲ୍ଡ ଇଂଟର୍‌ନ୍ୟାସନାଲ (ପିଜିଆଇ) ଇଣ୍ଡିଆ ସହିତ ଏହି ସହଭାଗିତାକୁ ଆମେ ସ୍ୱାଗତ କରିଛୁ । ପିଜିଆଇ ଇଣ୍ଡିଆ ସହିତ ମିଳିତ ଭାବେ ଆମେ ସକାରାତ୍ମକ ଭାବେ ସମୁଦାୟକୁ ପ୍ରଭାବିତ କରିବାକୁ ଏବଂ ସେମାନଙ୍କୁ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିବାକୁ ଚାହୁଁଛୁ ।
ସିଜନ୍ ଅଫ୍ ହୋପ୍ ହେଉଛି ଡିଜିଟାଲ ଓ ସୋସିଆଲ ପ୍ଲାଟ୍‌ଫର୍ମ ଊପରେ ଧ୍ୟାନ ସହିତ ଏକ ଉପଭୋକ୍ତା ଓ ଟ୍ରେଡ୍ ମାର୍କେଟିଙ୍ଗ ପ୍ରୋଗ୍ରାମ ଏବଂ ଏହା ଇ-କମର୍ସ କ୍ଷେତ୍ରରେ ଏକ ସକ୍ରିୟ ଅଂଶଗ୍ରହଣ ମଧ୍ୟ ଦେଖିବବ । ପ୍ଲାଟିନମ୍ ଗିଲ୍ଡ ଇଣ୍ଡିଆ ଆମର ସମସ୍ତ ୩ଟି ବ୍ରାଣ୍ଡେଡ୍ ବର୍ଗରେ ଏକ ଏକତ୍ରୀତ ମାର୍କେଟିଙ୍ଗ୍ ପ୍ରୋଗ୍ରାମ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହି ପଦକ୍ଷେପ ବୋର୍ଡରେ ନୂତନ କଲେକ୍ସନ , ବ୍ୟାପକ ମୂଲ୍ୟ ବର୍ଗ ସହିତ ଶକ୍ତି ସଂଚାର କରିବ ।


Share It

Comments are closed.