ଫ୍ଲିପ୍‌କାର୍ଟ ପକ୍ଷରୁ ୨୦୦୦ରୁ ଅଧିକ ଫ୍ୟାଶନ ଷ୍ଟୋର ସହିତ ସହଭାଗିତା


ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟ୍‌ପ୍ଲେସ୍ ଫ୍ଲିପ୍‌କାର୍ଟ ନିଜ ପ୍ଲାଟ୍‌ଫର୍ମରେ ୨୦୦୦ରୁ ଅଧିକ ଫ୍ୟାଶନ ଷ୍ଟୋର୍‌ର ବ୍ୟାପକ ଶୃଙ୍ଖଳାର ଉତ୍ପାଦଗୁଡିକୁ ଆଣିବାରେ ସାହାଯ୍ୟ କରିବା ଲାଗି ଚଳିତ ପାର୍ବଣ ଋତୁରେ ୧୦୦ରୁ ଅଧିକ ବ୍ରାଣ୍ଡ ସହିତ ସହଭାଗିତା କରିଛି । ୩୦୦ରୁ ଅଧିକ ସହରରେ ପରିବ୍ୟାପ୍ତ ଏହି ସହଭାଗିତା ବ୍ରାଣ୍ଡଗୁଡିକୁ ନିକଟତମ ପିନ୍‌କୋଡ୍‌ଗୁଡିକରେ ନିଜର ଉପଲବ୍ଧ ରିଟେଲ୍ ସିଲେକ୍ସନକୁ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିବ । ଗ୍ରାହକମାନଙ୍କୁ ଏକ ବିସ୍ତୃତ ସିଲେକ୍ସନ ପାଇଁ ଦୃଶ୍ୟତା ହାସଲ କରିବା ଏବଂ ପରେ ସେଗୁଡିକୁ ସେମାନଙ୍କୁ ଫ୍ଲିପ୍‌କାର୍ଟର ସୁରକ୍ଷିତ ଓ ସାନିଟାଇଜ୍‌ଡ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ଡେଲିଭରି କରିବାରେ ସାହାଯ୍ୟ କରିବ ।
ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏବଂ ଦେଶବ୍ୟାପୀ ଅଧିକ ଗ୍ରାହକ ଇକମର୍ସ ମାଧ୍ୟମରେ ସପିଙ୍ଗ୍ କରିବା ପାଇଁ ପସନ୍ଦ କରୁଥିବାରୁ, ଏହି ସହଭାଗିତା ଶହ ଶହ ବ୍ରାଣ୍ଡ ପାଇଁ ଏକ ଓମ୍‌ନିଚ୍ୟାନେଲ ରୁଟ୍ ପାଇଁ ପହଂଚ ହାସଲ କରିବା ଲାଗି ଅଧିକ ଗୁରୁତ୍ୱ ବହନ କରୁଛି ଯାହା ସେମାନଙ୍କୁ ନିଜ ଗ୍ରାହକମାନଙ୍କ ସହିତ କନେକ୍ଟେଡ୍ ରହିବା ଲାଗି ସକ୍ଷମ କରୁଛି । ଏହି ଅଭିଯାନ ଫ୍ଲିପ୍‌କାର୍ଟର ୨୫୦ ମିଲିୟନରୁ ଅଧିକ ଗ୍ରାହଙ୍କ ବିଶାଳ ଓ ବର୍ଦ୍ଧିତ ଆଧାର ପାଇଁ ପସନ୍ଦର ଉତ୍ପାଦଗୁଡିକୁ ବ୍ୟାପକ କରିବା ସହିତ ମେଟ୍ରୋ, ଟାୟାର ୨ ଆଂଚଳିକ ଓ ଏହା ବାହାରେ ନିଜ ଘରେ ରହି ସୁରକ୍ଷିତ ଭାବେ ଅନ୍‌ଲାଇନ୍ ସପିଙ୍ଗ୍ କରିବାକୁ ପସନ୍ଦ କରୁଥିବା ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବ ।
ଫ୍ଲିପ୍‌କାର୍ଟ ଏହି ରିଟେଲ ଷ୍ଟୋରଗୁଡିକୁ ଇକମର୍ସର ଉତମତା ଓ ଦୃଢ ଯୋଗାଣ ଶୃଙ୍ଖଳା ସହିତ ସକ୍ଷମ କରିବା ଲାଗତ ‘ଜିଓ ଫେନ୍ସିଙ୍ଗ୍‌’ ଓ ‘ଷ୍ଟୋର ହପିଙ୍ଗ୍‌’ ଭଳି ଟେକ୍ନୋଲୋଜି ଓ ଆଡ୍‌ଭାନ୍ସଡ୍ ଇନ୍‌ଭେଂଟୋରି ମ୍ୟାନେଜ୍‌ମେଂଟ୍ ସିଷ୍ଟମଗୁଡିକର ବ୍ୟବହାର କରୁଛି । ଏହା ମେଟ୍ରୋ ବାହାରେ ଅଂଚଳ ଓ ସହରଗୁଡିକକୁ କଭର୍ କରିବା ସହିତ ଉଭୟ ଉପଭୋକ୍ତା ଓ ବ୍ରାଣ୍ଡଗୁଡିକର ଆବଶ୍ୟକତାକୁ ପୂରଣ କରୁଛି, ଯେଉଁଥିରେ ଗୁଲ୍‌ବର୍‌ଗା ଓ ସୀତାପୁରରେ ‘ଲିବର୍ଟି ଷ୍ଟୋର’, କୋଚିନ୍‌, ପଞ୍ଜିମ୍ ଓ କାଲିକଟ୍‌ରେ ‘ପେପେ ଷ୍ଟୋର୍‌’, ଜିରାଖପୁର ଓ ମୋଗାରେ ‘ରେମଣ୍ଡ ଷ୍ଟୋର’, ଜମ୍ମୁରେ ‘ଆରୋ ଷ୍ଟୋର୍‌’, ଯୋଧପୁରରେ ‘ଖାଦିମ୍ସ ଷ୍ଟୋର’, ଦୂର୍ଗାପୁରରେ ‘ଏଥ୍‌ନିସିଟି ଷ୍ଟୋର’ ଆଦି ସାମିଲ ରହିଛି । ଏହି ସହଭାଗିତା ମେଟ୍ରୋ ସହରଗୁଡିକର ଉପଭୋକ୍ତାଙ୍କ ପାଇଁ ନୂତନ ଷ୍ଟାଇଲ୍‌ଗୁଡିକର ତତ୍କାଳ ଡେଲିଭରି ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ଏହା ଟାୟାର ୨ ଓ ଆଂଚଳିତ କ୍ଷେତ୍ରଗୁଡିକର ଆକାଂକ୍ଷିତ ଗ୍ରାହକଙ୍କମାନଙ୍କୁ ମଧ୍ୟ ନୂତନ ଟ୍ରେଣ୍ଡି ବ୍ରାଣ୍ଡ ଅଫରିଙ୍ଗ୍‌ଗୁଡିକର ଏକ ବିଶାଳ ସିଲେକ୍ସନ ପାଇଁ ପହଂଚ ହାସଲ କରିବାକୁ ସକ୍ଷମ କରୁଛି ।
ଏହି ଅଭିଯାନ ସମ୍ପର୍କରେ ମତ ରଖି ଫ୍ଲିପ୍‌କାର୍ଟ ଫ୍ୟାଶନର ଉପାଧ୍ୟକ୍ଷ, ନିଶିତ୍ ଗର୍ଗ କହିଛନ୍ତି, “ସପିଙ୍ଗର ଭବିଷ୍ୟତ ହେଉଛି ଏକ ଏକତ୍ରିତ ମଡେଲ ଯେଉଁଠାରେ ଲାଇନ୍‌ଗୁଡିକ ଅସ୍ପଷ୍ଟ ରହିବ, ଯାହା ଉପଭୋକ୍ତା, ବ୍ରାଣ୍ଡ ଓ ସେଲର୍‌ଙ୍କ ପାଇଁ ଏକ ବିଜୟୀ ସ୍ଥିତି ସୃଷ୍ଟି କରିବ । ଏହି ଦୃଷ୍ଟିକୋଣ ସହିତ ଆମେ ରହିଥିବା ଅନ୍ତରକୁ ଦୂର କରୁଛୁ ଯାହା ପ୍ରଥମତଃ ବର୍ତମାନର ସର୍ବୋତମ ଫ୍ୟାଶନ ଟ୍ରେଣ୍ଡ ପାଇବାକୁ ଚାହୁଁଥିବା କିନ୍ତୁ ସୀମିତ ପହଂଚ ଥିବା ଟାୟାର ୩ ସହର ଓ ଏହା ବାହାରର ଆକାଂକ୍ଷିତ ଗ୍ରାହକଙ୍କ ପାଇଁ ଏବଂ ଦ୍ୱିତୀୟତଃ ଏକ ସର୍ବନିମ୍ନ ସମୟରେ ଫ୍ରେସ୍ ଫ୍ୟାଶନ ଚାହୁଁଥିବା ମେଟ୍ରୋ ସହରର ଗ୍ରାହକଙ୍କ ପାଇଁ ବିଦ୍ୟମାନ ରହିଛି ।”
ଅଗ୍ରଣୀ ବ୍ରାଣ୍ଡ ଓ ସେଲର୍‌ଙ୍କ ସହିତ ସହଭାଗିତାରେ ଚଳିତ ବର୍ଷ ଫ୍ଲିପ୍‌କାର୍ଟରେ ବିଗ୍ ବିଲିୟନ ଡେଜ୍ ଓ ପାର୍ବଣ ଋତୁ ସମୟରେ ଉପଭୋକ୍ତାଙ୍କ ପାଇଁ ସର୍ବବୃହତ୍ ଫ୍ୟାଶନ ସିଲେକ୍ସନ ଉପଲବ୍ଧ ରହିବ; ଯାହାକି ଅକ୍ଟୋବର ୧୫,୨୦୨୦ରୁ ପ୍ଲସ୍ ମେମ୍ବରଙ୍କ ପାଇଁ ପ୍ରାରମ୍ଭିକ ପ୍ରବେଶ ସହିତ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଛି ।


Share It

Comments are closed.