ୱାନ୍ ପ୍ଲସ୍ ଭାରତର ୧ ନମ୍ବର ପ୍ରିମିୟମ୍ ସ୍ମାର୍ଟଫୋନ୍


କାଉଣ୍ଟର ପଏଣ୍ଟ ମାର୍କେଟ୍ ମନିଟର ସର୍ଭିସର ଏକ ସଦ୍ୟ ଗବେଷଣା ଅନୁଯାୟୀ, ଏହି ତିନି ମାସ ମଧ୍ୟରେ ୱାନ୍ ପ୍ଲସ୍ (୨୮୪%) ପ୍ରିମିୟମ୍ (୩୦,୦୦୦ରୁ କମ୍) ସେଗମେଣ୍ଟରେ ପ୍ରଥମ ଥର ପାଇଁ ଦୃତ ଭାବେ ବୃଦ୍ଧି ପାଇଥିବା ସ୍ନାର୍ଟଫୋନ୍ ବ୍ରାଣ୍ଡ ଭାବେ ଉଦୀୟମାନ ହୋଇଛି । ଏହି ପ୍ରିମିୟମ୍ ସେଗମେଣ୍ଟରେ ୱାନ୍ ପ୍ଲସ୍ ୬ ହେଉଛି ସର୍ବାଧିକ ବିକ୍ରି ହୋଇଥିବା ମଡେଲ୍, ଯାହା ପୂର୍ଣ୍ଣ ତ୍ରୟ÷ମାସିକରେ ଏହାକୁ ଅଗ୍ରଣୀ କରାଇବା ସହିତ ସାମସଙ୍ଗ ଓ ଆପଲକୁ ଅତିକ୍ରମ କରିବାରେ ସକ୍ଷମ କରାଇଛି । ନିକଟରେ ୱାନ୍ ପ୍ଲସ୍ ୪୦% ବଜାର ଅଂଶ ଅଧିକାର କରିଛି, ଯେଉଁଠାରେ ସାମସଙ୍ଗ ଏବଂ ଆପଲର ବଜାର ଅଂଶ ଯଥାକ୍ରମେ ୩୪% ଓ ୧୪% ରହିଛି ।
ଏହି ପରିପ୍ରେକ୍ଷୀରେ ୱାନ୍ ପ୍ଲସ୍ର ପ୍ରତିଷ୍ଠାତା ଓ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପେଟେ ଲାଉ, ଏକ ଫୋରମ୍ ପୋଷ୍ଟରେ ଭାରତୀୟ ବଜାର ଉପରେ ତାଙ୍କର ମତପ୍ରକାଶ କରି କହଛନ୍ତିଯେ, “ଆମର ସଂଗଠନ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଆବେଗ ନେଇ ମୁଁ ବାସ୍ତବରେ ବହୁତ ଖୁସି । ଏହି ବଜାର ବର୍ତ୍ତମାନ ଆମର ଦ୍ୱିତୀୟ ବୃହତ ଘରୋଇକ୍ଷେତ୍ର ଏବଂ ଉତ୍ପାଦ ଉଦ୍ଭାବନ ପାଇଁ ଏକ କେନ୍ଦ୍ର ହେବାକୁ ଯାଉଛି ।”
ଏହି ଅବସରରେ ଏଲ୍ଓଟି, ମୋବାଇଲ୍ ଆଣ୍ଡ ଇକୋସିଷ୍ଟମ୍ସ, କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ପକ୍ଷରୁ ଏହାର ସହଯୋଗୀ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକ, ନିଲ ଶାହ, କହିଛନ୍ତିଯେ, “ଉନ୍ନତ ମାନର ସ୍ମାର୍ଟଫୋନ୍ ଶୁଭାରମ୍ଭ ଓ ଅଦୃଷ୍ଟପୂର୍ବ ସଂଗଠନ ସଂଯୋଗ ଉପରେ ଅହରହ ଦୃଷ୍ଟିନିବେଶ ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିବାରେ ତଥା ବିଶ୍ୱରେ ବ୍ରାଣ୍ଡ ସଚେତନତାକୁ ପ୍ରସାରିତ କରିଦା ଦିଗରେ ୱାନ୍ ପ୍ଲସ୍କୁ ସାହାଯ୍ୟ କରିଛି । ମାତ୍ର ୧୪ଟି ତ୍ରୟମାସିକରେ ୪୦% ଅଂଶ ସହିତ ୱାନ୍ ପ୍ଲସ୍ ପ୍ରିମିୟମ୍ ସେଗମେଣ୍ଟରେ ଏକ ଶକ୍ତ ଏବଂ ୧ ନମ୍ବର ବ୍ରାଣ୍ଡ ଭାବେ ଦଣ୍ଡାୟମାନ ହୋଇପାରିଛି ।”
ଏହା ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୱାନ୍ ପ୍ଲସ୍ ୬ ୱାନ୍ ପ୍ଲସ୍ର ସବୁଠାରୁ ଦୃତ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ଭାବେ ରହିଆସିଛି, ଯାହା ଏହାର ବିଶ୍ୱବ୍ୟାପୀ ଶୁଭାରମ୍ଭ ସମୟରେ ମାତ୍ର ୨୨ ଦିନ ମଧ୍ୟରେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ୟୁନିଟ ବିକ୍ରି କରିବାରେ ସକ୍ଷମ ହୋଇଛି । ସବୁଠାରୁ ଅଧିକ ବିକ୍ରି ହୋଇଥିବା ମଡେଲ୍ମାନଙ୍କ ମଧ୍ୟରେ ପ୍ରିମିୟମ ସେଗମେଣ୍ଟରେ ସାମସଙ୍ଗ ଏସ୍ ୯ ଓ ୱାନ୍ ପ୍ଲସ୍ ୫ଟି ପରେ ୱାନ୍ ପ୍ଲସ୍ ୬ ରହିଛି । ୱାନ୍ ପ୍ଲସ୍ ୬ କ୍ରୟରେ, ଅଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ସମସ୍ତ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଚ୍ୟାନେଲରେ ଇଏମ୍ଆଇ ଟ୍ରାଞ୍ଜାକ୍ସନ୍ କରୁଥିବା ଗ୍ରାହକମାନଙ୍କୁ ୧୫୦୦ ଟଙ୍କା ମୂଲ୍ୟର କ୍ୟାସ୍ ବ୍ୟାକ୍ ଅଫର୍ ପ୍ରଦାନ କରାଯାଉଛି । ସମସ୍ତ ପ୍ରମୂଖ ବ୍ୟାଙ୍କଗୁଡ଼ିକର ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ୱାନ୍ ପ୍ଲସ୍ ଗ୍ରାହକମାନଙ୍କୁ ୬ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟ ଇଏମ୍ଆଇ ପ୍ରଦାନ କରୁଛି, ଯାହା ଆମାଜନ୍.ଇନ୍ ଓ ସମସ୍ତ ଅଫ୍ଲାଇନ୍ ଚ୍ୟାନେଲ୍ମାନଙ୍କରେ ଉପଲବ୍ଧ ହେଉଛି । ୨୦୧୮ ଅଗଷ୍ଟ ୩ରୁ ଗ୍ରାହକମାନେ ଆମାଜନ୍.ଇନ୍ରେ ସେମାନଙ୍କର ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ ଉପରେ ୧୫୦୦ ଟଙ୍କାର ଅତିରିକ୍ତ ରିହାତି ପାଉଛନ୍ତି ।


Share It

Comments are closed.