ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ
ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଡିଏ ଚଢ଼ାଉକରାଯାଇଛି।
ଭୁବନେଶ୍ୱର: ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସ୍ଏସ୍ବି)ର ସହକାରୀ ପ୍ରକଳ୍ପ ପ୍ରବନ୍ଧକ ଦେବାଶିଷ ସାହୁଙ୍କ ସଂପୃକ୍ତି ଥିବା ୭ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ ଆରମ୍ଭ କରିଛି। ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତାଙ୍କୁ ଚଢ଼ାଉ କରାଯାଉଛି।
ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭୁବନେଶ୍ୱର, ଜଟଣୀ ଓ କଟକର ବିଭିନ୍ନ ସ୍ଥାନରେ ୭ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍ଆଇ) ଓ ଅନ୍ୟ ାନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଅପରେସନର ନେତୃତ୍ୱ ନେଉଛନ୍ତି।
ସନ୍ଧାନାଧୀନ ସମ୍ପତ୍ତିଗୁଡିକ ମଧ୍ୟରେ ରହିଛି:
୧. ଜଟଣୀ, ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଆବାସିକ ଘର।
୨. ଭୁବନେଶ୍ୱର ଆଇଗିଣିଆସ୍ଥିତ ସୁକାନ୍ତି ଦେବୀ ଏନକ୍ଲେଭରେ ଭଡ଼ା ଘର।
୩. ଖୋର୍ଦ୍ଧା ଜଟଣୀସ୍ଥିତ ସର୍ଦ୍ଦାର ପଟେଲ ମାର୍ଗରେ ଦୁଇ ମହଲା କୋଠା।
୪. ଖୋର୍ଦ୍ଧା ଜଟଣୀସ୍ଥିତ ସର୍ଦ୍ଦାର ପଟେଲ ମାର୍ଗରେ ତ୍ରିମୁଖୀ (ନିର୍ମାଣାଧୀନ) କୋଠା।
୫. ଖୋର୍ଦ୍ଧା ଜଟଣୀସ୍ଥିତ ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ଦୁଇଟି ଦୋକାନ।
୬. କଟକ ଚୌଦ୍ୱାରରେ ଜଣେ ସମ୍ପର୍କୀୟଙ୍କ ଘର।
୭. ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟାଳୟ।
ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଏହି ତଥ୍ୟ ସମ୍ପର୍କରେ ଅଧିକ ବିବରଣୀ ଯଥାଶୀଘ୍ର ପ୍ରଦାନ କରାଯିବ।
Comments are closed.