ମନେ ପଡିଲେ ଥରି ଉଠେ ଛାତି, ଆଜି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୂରୁଛି ୨୧ ବର୍ଷ


୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ। । ସେଦିନ ରଚିଥିଲା ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ଲୀଳା। ଉଜୁଡି ଯାଇଥିଲା ଜନଜୀବନ। କେଦିନ କଥା ମନେ ପଡିଲେ ଏବେ ବି ଛାତି ଥରି ଉଠେ । ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ରୂପ। ୧୯୯୯ ମସିହା ଅକ୍ଟୋବର ମାସ ୨୮ ତାରିଖ । ଓଡିଶାରେ ମହାବାତ୍ୟା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଶୁଣି ସମସ୍ତେ ଭୟଭୀତ ହୋଇପଡିଥିଲେ । ୨୯ ତାରିଖ ଦିନ କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ୱଂସସ୍ତୁପରେ ପରିଣତ ହେଲା ଘରଦ୍ୱାରା । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳର ଅନେକ ଜିଲ୍ଲା। ଲୋକଙ୍କ ଆଖିରେ ଛାଡି ଗଲା ଲୁହ।

୧୯୯୯ ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ବାତ୍ୟାର କରାଳ ଗ୍ରାସରେ ନିମିଷକ ମଧ୍ୟରେ ଧୁଳିସାତ ହୋଇ ଗଲା ଅନେକ ଧନ ଜୀବନ । ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ। ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଦିନର ଲୋମ ହର୍ଷଣକାରୀ ଦୃଶ୍ୟ ଅଙ୍ଗେ ନିଭାଇଥିବା ଲୋକଙ୍କ ମନରେ ଏବେବି ତାଜା ଅଛି ପୁରା ଘଟଣା। ଏହାରି ଭିତରେ ୨୧ ବର୍ଷ ବିତିଗଲାଣି। ଅନେକ ପରିମାଣରେ ବଦଳି ଗଲାଣି ଏରସମାର ଦୃଶ୍ୟପଟ୍ଟ । ହଲେ ତଥାପି ଲିଭିନି ପ୍ରଳୟର ଚିହ୍ନ । ସେ ଦିନର କଥା ମନେ ପଡିଲେ ଆଖିରୁ ଲୁହ ଗଡାଉଛନ୍ତି ଏରସମା ଅଞ୍ଚଳର ଲୋକେ। ହେଲେ ଅନେକ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି ବିକାଶର ପଦଚିହ୍ନ ।

ସମୁଦ୍ର ଠାରୁ ୨ କିଲୋମିଟର ଦୂରରେ ଏରସମା ବ୍ଲକ ଡିଗିରୀ ଓ ସାହାଙ୍ଗା ଗାଁରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ହେଲେ ଏବବି ଏହି ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି। ଗାଁ ଭିତରେ ବସିଥତ୍ୱା ନଳକୂପରୁ ଲୁଣି ପାଣି ବାହାରୁଥତ୍ୱାରୁ ଲୋକେ ୫ କିମି ଦୂରରୁ ପ୍ରତି ଦିନ ପାଣି ଟୋପାଏ ଆଣିବାକୁ ଯାଇ ନୟାନ୍ତ ହେଉଛଛନ୍ତି। ବର୍ଷା ଦିନ ହେଲେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଗାଁ ନିକଟରେ କୌଣସି ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଯେତେବେଳେ ବାତ୍ୟା ଆସେ ଲୋକେ ସେଥିପାଇଁ ଭୟଭୀତ ହୋଇପଡ଼ନ୍ତି। ଦିନ ବିତିଛି କିନ୍ତୁ ଦୁଃଖ କମିନି ।


Share It

Comments are closed.