ରାଜ୍ୟରେ ସର୍ବାଧିକ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରୁ ଆଉ ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ ବୃଦ୍ଧି ହୋଇଛି । ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୭୪ ଓ ଗଞ୍ଜାମରୁ ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬, ବାଲେଶ୍ୱର ୫୯, ବରଗଡ଼ ୨୭, ଭଦ୍ରକ ୬୫, ବଲାଙ୍ଗୀର ୨୭, ବୌଦ୍ଧ ୨୨, କଟକ ୧୩୧, ଦେଓଗଡ଼ ୧୬, ଢେଙ୍କାନାଳ ୩୯, ଗଜପତି ୮, ଗଞ୍ଜାମ ୨୬୭, ଜଗତସିଂହପୁର ୪୨, ଯାଜପୁର ୬୦, ଝାରସୁଗୁଡ଼ା ୮, କଳାହାଣ୍ଡି ୩୯, କନ୍ଧମାଳ ୧୭୯, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩, ଖୋର୍ଦ୍ଧା ୨୭୪, କୋରାପୁଟ ୯୭, ମାଲକାନଗିରି ୬୪, ମୟୁରଭଞ୍ଜ ୩୭, ନବରଙ୍ଗପୁର ୧୮, ନୟାଗଡ଼ ୫୬, ନୂଆପଡ଼ା ୧୬, ପୁରୀ ୭୭, ରାୟଗଡ଼ା ୫୫, ସମ୍ବଲପୁର ୩୮, ସୋନପୁର ୫୭, ସୁନ୍ଦରଗଡରୁ଼ ୧୪୫ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୪୭୮ ସୁସ୍ଥ ହୋଇଥିବା ବେଳେ ୧୫୮୦୮ ସକ୍ରିୟ କେସ ରହିଛି।
Comments are closed.