କରୋନାରେ ଆଖି ବୁଜିଲେ ରାଜ୍ୟର ଆଉ ୯ ଜଣ ଆକ୍ରାନ୍ତ


ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯ ଜଣ ପ୍ରାଣ ହରାଇଛନ୍ତି । ଏହି ମୃତ୍ୟୁ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି । ମୃତ ୯ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, କଟକ ଓ ମୟୁରଭଞ୍ଜରୁ ୨ ଜଣ ଲେଖାଁଏ, କନ୍ଧମାଳ ଓ ସୁନ୍ଦରଗଡରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ଅଗଷ୍ଟ ମାସର ପ୍ରଥମ ୧୩ ଦିନରେ ୧୩୭ ପ୍ରାଣ ହରାଇଛନ୍ତି. ଗଞ୍ଜାମରେ ସର୍ବାଧିକ ୧୪୭ ଜଣ ପ୍ରାଣ ହରାଇଥିବାବେଳେ କଟକରେ ୧୩, ଖୋର୍ଧାରେ ୪୨ ଓ ଗଜପତିରେ ୧୬ଜଣ ପ୍ରାଣ ହରାଇସାରିଲେଣି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୯ ଶହ ୮୧ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨ ଶହ ୨୫ ଓ ସ୍ଥାନୀୟ ସଂକ୍ରମଣରୁ ୭ଶହ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ଗଞ୍ଜାମକୁ ଟପିଛି ଖୋର୍ଧା । ଖୋର୍ଧାରେ ୨୭୪ ଓ ଗଞ୍ଜାମରେ ୨୬୭ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି । ସେହିଭଳି କଟକରେ ୧୩୧, ସୁନ୍ଦରଗଡରେ ୧୪୫ ଓ କନ୍ଧମାଳରେ ୧୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନୟାଗଡ ଓ ସୋନପୁର । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ହୋଇଛି । ଏମାନଙ୍କ ମଧ୍ୟରୁ ୩୬ ହଜାର ୪୭୯ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୧୫ ହଜାର ୮୦୭ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ରେକର୍ଡ ୪୦ ହଜାର ୭୧୧ ଟେଷ୍ଟ ହୋଇଛି । କେବଳ ଅଗଷ୍ଟ ମାସର ୧୩ ଦିନରେ ୨୦ ହଜାର ୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।


Share It

Comments are closed.