ଓଡିଶାରେ ଏବେ ଯାଏଁ ଆସିନି ତୃତୀୟ ଲହର : ବିଶେଷଜ୍ଞ
ଓଡ଼ିଶାରେ କରୋନାର ସ୍ଥିତି ଠିକ ଟେଲି ଫେନୋମେନନ ଅବସ୍ଥାରେ ରହିଛି । ଅର୍ଥାତ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ରହିଛି । ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି । ଅନ୍ୟ କିଛି ରାଜ୍ୟରେ ବି ଏହି ସ୍ଥିତି ଲାଗିରହିଛି । ଆଶା ଆଗକୁ ସଂକ୍ରମଣ କମିବ। ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ । ଥାର୍ଡ଼ ୱେଭ ଆକଳନ କରାଯାଇଛି କିନ୍ତୁ ଆସିନାହିଁ ।ଆମେ ବର୍ତ୍ତମାନ ସେକେଣ୍ଡ ୱେଭରେ ଅଛୁ । ମାଡ଼୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କୁହାଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସି.ବି.କେ ମହାନ୍ତି ।
Comments are closed.