ସୋରିଆସିସର ଆୟୁର୍ବେଦିକ ଚିକିସତ୍ା ସମ୍ଭବ: ପତଞ୍ଜଳି

Share It

ପତଞ୍ଜଳି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ସମ୍ପର୍କରେ ବିଶ୍ୱସ୍ତରୀୟ ରିସର୍ଚ୍ଚ ଜର୍ନାଲ ଟେଲର ଆଣ୍ଡ୍‌ ଫ୍ରାନ୍ସସିସ୍‌ ପ୍ରକାଶନୀର ଜର୍ନାଲ ଅଫ୍‌ ଇନଫ୍ଲାମେଶନ ରିସର୍ଚ୍ଚରେ ପ୍ରକାଶ ପାଇଛି। ଏହି ଗବେଷଣା ଅନୁସାରେ ସୋରୋଗ୍ରିଟ୍‌ ଏବଂ ଦିବ୍ୟତୈଳ ଦ୍ୱାରା ସୋରିଆସିସର ଆୟୁର୍ବେଦିକ ଚିକିସତ୍ା ସମ୍ଭବ। ଏନେଇ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ପତଞ୍ଜଳିର ବୈଜ୍ଞାନିକମାନେ ଅନେକ ଗବେଷଣା କରି ସୋରୋଗ୍ରିଟ୍‌ ଏବଂ ଦିବ୍ୟ ତୈଳ ପ୍ରସ୍ତୁତ କରିଛନ୍ତି। ସୂଚନାଥାଉକି, ସୋରିଆସିସ୍‌ ଏକ ଏପରି କ୍ରୋନିକ୍‌ ଅବସ୍ଥା ଯାହାକି ଚର୍ମରେ ସଂକ୍ରମଣହେତୁ ରୂପେଲି ଚିକ୍କଣ ଏବଂ ଲାଲ ଦାଗ ସୃଷ୍ଟି କରିଥାଏ। ଏଲୋପାଥିକ ଚିକିସତ୍ାରେ ଏଥିରୁ ଆରୋଗ୍ୟ ହେବା ସହଜ ହେଉନଥିବାବେଳେ ପିଡିତଙ୍କୁ ବହୁତ ଯନ୍ତ୍ରଣା ହୋଇଥାଏ। ମାତ୍ର ପତଞ୍ଜଳିର ଏହି ଉଦ୍ଭାବନ ସୋରିଆସିସ୍‌ ପିଡ଼ତଙ୍କ ବେଶ୍‌ ଉପଯୋଗୀ ହୋଇପାରିବ ବୋଲି ପତଞ୍ଜଳି ପକ୍ଷରୁ ଦାବୀ କରାଯାଇଛି। ମୂଷାଙ୍କ ଠାରେ ସୋରୋଗ୍ରିଟ୍‌ ଟାବଲେଟ୍‌ ଓ ଦିବ୍ୟ ତୈଳ ପରୀକ୍ଷଣ କରାଯାଇଥିବାବେଳେ ଏହା ସଫଳ ହୋଇଥିବା ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି।


Share It

Comments are closed.