ଆରପାରିରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ଶରବରୀ ଦତ୍ତା


ଆରପାରିରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ଶରବରୀ । କୋଲକତା ସ୍ଥିତ ନିଜ ନିବାସରେ ତାଙ୍କ ଦେହାନ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଶରବରୀଙ୍କ ମୃତଦେହ କୋଲକତା ସ୍ଥିତ ତାଙ୍କ ଘରର ବାଥରୁମରୁ ମିଳିଛି। ତେବେ ଶରବରୀଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମାମଲାକୁ ନେଇ ପୋଲିସ ସୁତ୍ରରୁ ସୂଚନା ମିଳିଛି କି, ବିଳମ୍ବିତ ରାତିରେ ବାଥରୁମରୁ ଶରବରୀଙ୍କ ମୃତଦେହ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ କୋଲକତା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାକୁ ନେଇ ଶରବରୀଙ୍କ ପରିବାର ଲୋକଙ୍କ କହିବାନୁସାରେ, ୬୩ ବର୍ଷୀୟ ଫ୍ୟାସନ ଡିଜାଇନର ଶରବରୀଙ୍କୁ ଶେଷ ଥର ପାଇଁ ମଙ୍ଗଳବାର ରାତି ସମୟରେ ଡିନର କରୁଥିବାର ଦେଖିଥିଲେ। ଏହା ପରେ ସେ କାହା ସହିତ କଥାବାର୍ତ୍ତା କରିନାହାନ୍ତି। ଘଟଣାର ପ୍ରାଥମିକ ଯାଞ୍ଚରେ ସାମ୍ନାକୁ ଆସିଛି କି, ଶରବରୀଙ୍କ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହୋଇଛି। କିନ୍ତୁ ତାଙ୍କ ପରିବାର ଲୋକଙ୍କ କହିବାନୁସାରେ, ସେ ସମ୍ପୂର୍ଣ୍ଣ ଠିକ୍ ଥିଲେ, ଏପରି କିଛି ନଥିଲା। ଏହି ମାମଲାକୁ ନେଇ କୋଲକତା ପୋଲିସ ଯାଞ୍ଚ କରୁଛି ଏବଂ ଶରବରୀଙ୍କ ଅଚାନକ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।  ଶରବରୀ ଦତ୍ତା ସୁପ୍ରସିଦ୍ଧ ବଙ୍ଗୀୟ କବି ଅଜିତ ଦତ୍ତାଙ୍କ କନ୍ୟା। ଶରବରୀ ଜରେ ପ୍ରଖ୍ୟାନ ଫ୍ୟାସନ ଡିଜାଇନର ଥିଲେ। ସେ ସବୁଠୁ ଅଧିକା ପୁରୁଷମାନଙ୍କ ପାଇଁ ଏଥେନିକ୍‌ ୱିୟର ଢିଜାଇନ ପାଇଁ ଜଣାଶୁଣା।


Share It

Comments are closed.