ତୈମୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ନୋରା ଫତେହି : କରୀନା କପୁର ଦେଲେ ଏଭଳି ପ୍ରତିକ୍ରିୟା


ଅଭିନେତ୍ରୀ କରୀନା କପୁର ଖାନ ଗର୍ଭାବସ୍ଥାରେ ମଧ୍ୟ ତାଙ୍କ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି | ସେ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କର ଏକ ପୁଅ ଅଛି, ଯାହାର ନାମ ତୈମୁର | ସମସ୍ତେ ତୈମୁରଙ୍କର ଲୋକପ୍ରିୟତା ସହିତ ପରିଚିତ |

ତୈମୁରଙ୍କର ଗୋଟିଏ ଝଲକ ପାଇବାକୁ ମଧ୍ୟ ସମସ୍ତେ ବ୍ୟଗ୍ର | ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ତ ତୈମୁରଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଅସଲରେ, ନୋରା ଫତେହି କରୀନା କପୁରଙ୍କ ଶୋ ’What Women Want 3’ ରେ ଅତିଥି ଭାବରେ ପହଞ୍ଚିଥିଲେ | ଏଠାରେ କରୀନା କପୁର କହିଥିଲ୍ ଯେ ସେ ଏବଂ ସୈଫ ନୋରାଙ୍କ ଡ୍ୟାନ୍ସ ମୁଭକୁ ବହୁତ ଭଲ ପାଆନ୍ତି।

ନୋରା ଏହାର ଉତ୍ତରରେ ମ୍ୟାରେଜ ପ୍ରପୋଜାଲ ରଖିଥିଲେ | ନୋରା କୁହନ୍ତି- ମୁଁ ଆଶା କରେ ଯେ ଶୀଘ୍ର ତୈମୁର ବଡ ହେଲେ ଆମେ ମୋର ଏବଂ ତାଙ୍କର (ତୈମୁର) ବିବାହ କିମ୍ବା ଏନଗେଜମେଂଟ ବିଷୟରେ ଚିନ୍ତା କରିପାରିବା |

କରୀନା ତାଙ୍କ ଉତ୍ତରରେ କହିଲେ ଯେ – ତାଙ୍କୁ ବର୍ତ୍ତମାନ ୪ ବର୍ଷ | ବର୍ତ୍ତମାନ ବହୁତ ସମୟ ଲାଗିବ | ତେଣୁ ନୋରା ହସି କହିଥିଲେ କିଛି କଥା ନାହିଁ, ମୁଁ ଅପେକ୍ଷା କରିବି |

ପ୍ରକାଶଥାଉ ଯେ ତୈମୁର ଅଲି ଖାନ ଜନ୍ମ ହେବା ପରଠାରୁ ହିଁ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି | ସେ ଏକ ସୋସିଆଲ୍ ମିଡିଆ ସେନ୍ସେସନ ପାଲଟିଯାଇଛନ୍ତି |

କରୀନା ଅଗଷ୍ଟ ମାସରେ ତାଙ୍କ ପ୍ରେଗନେନ୍ସି ବିଷୟରେ ସୂଚନା ଦେଇଥିଲେ। ଗର୍ଭାବସ୍ଥାରେ ମଧ୍ୟ କରୀନା ଆଗାମୀ ଚଳଚ୍ଚିତ୍ର ଲାଲ ସିଂ ଚଢାର ସୁଟିଂ କରିଥିଲେ।


Share It

Comments are closed.