ନୋକିଆ ୧୧୦ ଫିଚର ଫୋନ୍ ବର୍ତ୍ତମାନ ବଜାରରେ


ଭୁବନେଶ୍ୱର : ଏଚଏମଡି ପକ୍ଷରୁ ଏହାର ଲୋକପ୍ରିୟ ଫିଚର ଫୋନ ଶୃଙ୍ଖଳରେ ନୂତନ ନୋକିଆ ୧୧୦ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ନୋକିଆ ୧୧୦ ଆପଣଙ୍କୁ ମନୋରଞ୍ଜନ ପାଇଁ ସବୁକିଛି ସାମିଲ କରିଛି ଯେପରି ଏମପିଥ୍ରୀ ପ୍ଲେୟର, ଏଫଏମରେଡିଓ, କ୍ଲାସିକ ସ୍ନେକ ଭଳି ଆପଣଙ୍କ ମନପସନ୍ଦର ଗେମ ଏବଂ ଏଭଳି ଏକ ବ୍ୟାଟେରୀ ଯାହାକି ଥରେ ମାତ୍ର ଚାର୍ଜରେ ଆପଣଙ୍କୁ ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କଥା ହେବାକୁ ଦେଇଥାଏ । ନୋକିଆ ଫିଚର ଫୋନ ଫୋର୍ଟଫୋଲିଓରେ ସାମିଲ ହୋଇଥିବା ଏହି ନୂତନ ସଂସ୍କରଣ ମ୍ୟୁଜିକ, ଗେମ ଏବଂ ଫଟୋକୁ ପୂର୍ବାପେକ୍ଷା ଅପେକ୍ଷା ଏକ ଅଧିକ ବ୍ୟୟସାପେକ୍ଷ ମୂଲ୍ୟରେ ନେଇ ଆସିଛି ।ଏହା ସମ୍ପର୍କରେ ଏଚଏମଡି ଗ୍ଲୋବାଲର ମୁଖ୍ୟ ଉତ୍ପାଦ ଅଧିକାରୀ ଶ୍ରୀ ଜୁହୋ ସର୍ବିକାସ କହିଛନ୍ତି, “ବର୍ତ୍ତମାନ ନୋକିଆ ୧୧୦ ସହ ଆମେ ମନୋରଞ୍ଜନକୁ ଆଉ ପାଦେ ଆଗକୁ ବଢ଼ାଇ ଦେଇଛୁ । ଗୋଟିଏ ନୋକିଆ ଫିଚର ଫୋନରୁ ଆମର ପ୍ରଶଂସକମାନେ ଆଶାକରୁଥିବା ସମସ୍ତ ନିତି ଦିନିଆ ଆବଶ୍ୟକତା ସହ ନୋକିଆ ୧୧୦, ଏକ ଆଧୁନିକ, ଦୀର୍ଘସ୍ଥାୟୀ ଡିଜାଇନ ସହ ଆସିଛି ।”

ଏଚଏମଡି ଗ୍ଲୋବାଲ, ଏପିଏସି ଏବଂ ଭାରତର ଉପାଧ୍ୟକ୍ଷ ତଥା ଆଞ୍ଚଳିକ ମୁଖ୍ୟ ଶ୍ରୀ ଅଜୟ ମେହେଟା କହିଛନ୍ତି ଯେ, “ ମନୋରଞ୍ଜନ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ ଭାରତୀୟ ଫିଚର ଫୋନ କ୍ଷେତ୍ରରେ ନୋକିଆ ୧୧୦ ଏକ ଉପଯୁକ୍ତ ପ୍ରସ୍ତାବ, ଯାହାକି କେବଳ ବିଶ୍ୱାସଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ହୋଇନଥାଏ କିନ୍ତୁ ଏଭଳି ଏକ ବ୍ୟକ୍ତିତ୍ୱକୁ ଧାରଣ କରିଛି ଯାହାକି ଏହାକୁ ଅନେକ ବ୍ୟବସ୍ଥିତ ଫୋନ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବେ ଦଣ୍ଡାୟମାନ ହେବାରେ ସମର୍ଥ କରାଇଛି ।”ନୋକିଆ ୧୧୦ ଓସନ ବ୍ଲୁ, ବ୍ଲାକ ଏବଂ ପିଙ୍କ ରଙ୍ଗରେ ଚଳିତ ବର୍ଷ ୧୮ ଅକ୍ଟୋବର ଠାରୁ ଭାରତର ସମସ୍ତ ଅଗ୍ରଣୀ ମୋବାଇଲ ରିଟେଲ ଆଉଟଲେଟ ଏବଂ Nokia.com/phones ୱେବସାଇଟରେ ମାତ୍ର ଟ.୧,୫୯୯/-ରେ ଉପଲବ୍ଧ ହେଉଛି ।


Share It

Comments are closed.