ନିଶାନ ପକ୍ଷରୁ ସମ୍ପୂର୍ଣ୍ଣ ନୂତନ ଟେକ୍ନୋଲୋଜି ଯୁକ୍ତ ଷ୍ଟାଇଲିଷ୍ଟ ଏସୟୁଭିର ଦ୍ୱିତୀୟ ଝଲକ


ଭୁବନେଶ୍ୱର: ନିଶାନ ଇଣ୍ଡିଆ ପକ୍ଷରୁ ଭାରତୀୟ ବଜାର ପାଇଁ ଏହାର ପ୍ରଥମ କମ୍ପାକ୍ଟ ବି-ଏସୟୁଭିର ଦ୍ୱିତୀୟ ଝଲକ ପ୍ରଦର୍ଶନ କରାଯାଇଛି ଯାହାର ବଜାର ପ୍ରବେଶ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହେବା ନିମନ୍ତେ ଧାର୍ଯ୍ୟ ହୋଇଛି । ନିଶାନ ଇଣ୍ଡିଆ ଏହାର “ମେକ ଫର ଇଣ୍ଡିଆ, ମେକ ଫର ଦ ୱାଲଡ” ଦର୍ଶନ ଉପରେ ଆଧାରିତ ଭାରତ ପାଇଁ ପ୍ରସ୍ତୁତ କମ୍ପାକ୍ଟ ଏସୟୁଭିର ଶୁଭାରମ୍ଭ କରିବ ।
ନିଶାନର ଗ୍ଲୋବାଲ ଏସୟୁଭି ପରମ୍ପରା ଏବଂ ବିକଶିତ ଟେକ୍ନୋଲୋଜି ଉପରେ ନିର୍ମିତ ଏହି ନୂତନ କମ୍ପାକ୍ଟକୁ ଆଗାମୀ ଦିନର ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ସୁଗମ ଓ ଉନ୍ନତମାନର ରାସ୍ତାକୁ ଉପଭୋଗ କରିବା ପାଇଁ ଷ୍ଟାଇଲିଷ୍ଟ ଡିଜାଇନ ଏବଂ ଉନ୍ନତ ବୈଶିଷ୍ଟ୍ୟରେ ମଧ୍ୟ ସମୃଦ୍ଧ ହୋଇଛି । ଯାନବାହନଗୁଡ଼ିକ ସମାଜରେ କିପରି ସମୃଦ୍ଧ, ପରିଚାଳିତ ହୁଅନ୍ତି ସେ କ୍ଷେତ୍ରରେ କମ୍ପାନୀର ଦୃଷ୍ଟିକୋଣ(ନିଶାନ ଇଣ୍ଟେଲିଜେଣ୍ଟ ମୋବିଲିଟି)ର ଏକ ଅଂଶବିଶେଷ ଭାବେ ନିଶାନର ନୂତନ ଏସୟୁଭି ବିକଶିତ ଟେକ୍ନୋଲୋଜିକୁ ସାମିଲି କରିଛି । ଏହି କମ୍ପାକ୍ଟ ଏସୟୁଭି ନିରବଛିନ୍ନ ଅଭିନବତା ଏବଂ ଜାପାନିଜ ଇଞ୍ଜିନିୟରିଂ କ୍ଷେତ୍ରରେ ନିଶାନର ଗ୍ଲୋବାଲ ଏସୟୁଭି ଡିଏନଏର ଭାବନା ପ୍ରତି ଏକ ନିଦର୍ଶନ, ଯାହାକି ନିଶାନର ଲୋକପ୍ରିୟ ମଡେଲ ଯଥା ପେଟ୍ରୋଲ, ପାଥଫାଇଣ୍ଡର, ଆର୍ମଣ୍ଡା, ଏକ୍ସ-ଟ୍ରେଲ, ଜ୍ୟୁକ, କ୍ୱାଶକ୍ୱାଇ ଏବଂ କିକ୍ ଉପରେ ନିର୍ମିତ ।


Share It

Comments are closed.