ଏହି ସ୍ଥାନରେ କାହିଁକି ପ୍ରତ୍ୟେକ ବର୍ଷ ହୋଇଥାଏ ମାଛ ବର୍ଷା, ଜାଣନ୍ତୁ


ଆଜି ଆମେ ଆପଣଙ୍କୁ ଏଭଳି ଏକ ଜାଗା ସଂପର୍କରେ କହିବୁ ଯେଉଁଠାରେ ପ୍ରତ୍ୟେକ ବର୍ଷ ମାଛ ବର୍ଷା ହୋଇଥାଏ । ବିଗତ ୧୦୦ ବର୍ଷ ହେବ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଆସୁଛି । ଏଭଳି ଘଟଣା ଯେଉଁ ଦେଶରେ ଘଟୁଛି, ସେହି ଦେଶର ନାମ ହେଲା ହୋଣ୍ଡୁରାସ, ଯାହାକି ମେସ୍କିକୋ ନକଟରେ ଅବସ୍ଥିତ ଅଟେ । ଏଠାରେ ୧୦୦ ବର୍ଷରୁ ଅଧିକ ସମୟ ଧରି ମାଛ ବର୍ଷା ହୋଇ ଆସୁଛି । ଏହି ମାଛ ବର୍ଷା ବସନ୍ତ ଋତୁ ଶେଷରେ କିମ୍ବା ଗ୍ରୀଷ୍ମ ଋତୁ ପ୍ରାରମ୍ଭରେ ଘଟିଥଲା କାରଣ ଏହି ଦେଶ, ଅଟଲାଣ୍ଟିକ ମହାସାଗର ଠାରୁ ୨୦୦ କି.ମି ଦୂରରେ ଅବସ୍ଥିତ ।
ବୈଜ୍ଞାନିକ ମାଛ ବର୍ଷାର କାରଣ ଅଟଲାଣ୍ଟିକ ମହାସାଗରକୁ କହୁଥିବାବେଳେ କିନ୍ତୁ ଏଠାକାର ନିବାସୀ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହିଥାନ୍ତି । କୁହାଯାଏ ଯେ, ଏଠାରେ ମାଛ ବର୍ଷା ପୂର୍ବରୁ ମୂଷଳଧାରାରେ ବର୍ଷା ହୁଏ ଏବଂ ଏତେ ଜୋରରେ ବିଜୁଳି ମାରେ ଯେ, କେହି ଘରୁ ବାହାରିବାକୁ ମଧ୍ୟ ଡରନ୍ତି । ଯେତେବେଳେ ବର୍ଷା ଥମିଯାଏ ଏବଂ ଆକାଶ ସଫା ହୋଇଯାଏ ସେତେବେଳେ ଲୋକମାନେ ବାଲ୍ଟି ଏବଂ ଝୁଡି ଧରି ବାହରି ରାସ୍ତାରେ ପଡିଥିବା ହଜାର ହଜାର ମାଛ ସଂଗ୍ରହ କରି ନେଇଯାଇଥାନ୍ତି ।


Share It

Comments are closed.