ନିସାନ ଇଣ୍ଡିଆର ନୂଆ ଷ୍ଟାଇଲିଷ୍ଟ ବି-ଏସୟୁଭି ନିସାନ ମାଗ୍‌ନାଇଟ


ଭୁବନେଶ୍ୱର: ନିସାନ ଇଣ୍ଡିଆ ପକ୍ଷରୁ ଏହାର ବହୁ ପ୍ରତିକ୍ଷିତ ବି-ଏସୟୁଭି, ନିସାନ ମ୍ୟାଗନାଇଟର କନସେପ୍ଟ ସଂସ୍କରଣର ଉନ୍ମୋଚନ କରାଯାଇଛି । ପ୍ରଯୁକ୍ତିରେ ସମୃଦ୍ଧ ଏହି ଷ୍ଟାଇଲିସ ବି-ଏସୟୁଭିକୁ ଭାରତରେ ଆର୍ଥିକ ବର୍ଷ ୨୦୨୦ରେ ଶୁଭାରମ୍ଭ କରାଯିବ । “ମ୍ୟାଗ୍ନେଟିକ” ଏବଂ “ଇଗନାଇଟ” ଏହି ଦୁଇ ଶବ୍ଦର ମେଳରୁ ମ୍ୟାଗ୍‌ନାଇଟ ଶବ୍ଦ ସୃଷ୍ଟି ହୋଇଛି । ଯେଉଁଠାରେ ମ୍ୟାଗ୍ନେଟିକ ଶବ୍ଦ ଡିଜାଇନ ଏବଂ ଉତ୍ପାଦର ସେହି ବିଶେଷତ୍ୱକୁ ପ୍ରକାଶ କରିଥଶଏ ଯାହାକି ଉପଭୋକ୍ତାଙ୍କୁ ଆକର୍ଷିତ କରିଥାଏ, ଯେବେକି ଇଗନାଇଟ ନିସାନ ଭାରତକୁ ଆଣିବାକୁ ଚାହୁଁଥିବା ସେହି ନୂଆ ଯୁଗର ପ୍ରାରମ୍ଭ ଉପରେ ଗୁରୁତ୍ୱ ଦେଇଥାଏ । ଅନେକ ପ୍ରିମିୟମ ସୁବିଧା ସହିତ ଆସୁଥିବା ନିସାନ ମ୍ୟାଗ୍‌ନାଇଟ ଏହାର ଷ୍ଟାଇଲିଷ୍ଟ ଡିଜାଇନ ସହିତ ସଡ଼କ ଉପସ୍ଥିତି କ୍ଷେତ୍ରରେ ବେଶ ଶକ୍ତିଶାଳୀ ଏବଂ ମଜବୁତ ପ୍ରଦର୍ଶନ କରିବ ।
“ନିସାନର ମ୍ୟାଗ୍‌ନାଇଟ ନିସାନର ବିଶ୍ୱସ୍ତରୀୟ ଏସୟୁଭି ଡିଏନ୍‌ଏର ଏକ ନୂଆ ଉଚତା ହାସଲ କରିଛି । ଅନ୍‌ବୋର୍ଡରେ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ଏହା ନିଜ ସେଗମେଂଟରେ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଚାରି ମିଟରରୁ କମ ଶ୍ରେଣୀରେ ଏହି ପ୍ରକାରର ବିଶେଷତ୍ୱଗୁଡ଼ିକୁ ପ୍ରଦର୍ଶନ କରିବା ପରେ ଆମକୁ ପୁରା ବିଶ୍ୱାସ ରହିଛି ଯେ ନିସାନ ମ୍ୟାଗନାଇଟ ଉଦ୍ୟୋଗର ବି-ଏସୟୁଭି ଶ୍ରେଣୀକୁ ପୁଣିଥରେ ପରିଭାଷିତ କରିବ । ନିସାନ ମ୍ୟାଗନାଇଟକୁ ‘ମେକ ଫର ଇଣ୍ଡିଆ’, ‘ମେକ ଫର ଦ ୱାର୍ଲଡ’ ଚିନ୍ତାଧାରା ସହିତ ପ୍ରସ୍ତୁତ କରାଯାଇଛି, ଯେବେକି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଏବଂ ଅଭିଳାଷାକୁ ଧ୍ୟାନରେ ରଖି ଏହାକୁ ଜାପାନରେ ଡିଜାଇନ କରାଯାଇଛି ।” ବୋଲି ନିସାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାକେଶ ଶ୍ରୀବାସ୍ତବ କହିଛନ୍ତି ।


Share It

Comments are closed.