ଅଭିନେତ୍ରୀ ‘ସ୍ୱସ୍ତିକା ମୁଖାର୍ଜୀ’ଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣର ଧମକ ଦେଇଥିବା ଦୁଇ ଯୁବକ ଗିରଫ


ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ନେଇ ଜୋରସୋରରେ ଆଗ୍ରହ ଦେଖା ଦେଇଛି। ଫିଲ୍ମର ଟ୍ରେଲରଠୁ ନେଇ ଗୀତ ଯାଏଁ ସମସ୍ତଙ୍କୁ ଖୁବ୍ ପସନ୍ଦ କରାଯାଉଛି। କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ଫିଲ୍ମର ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀଙ୍କୁ ଜଣେ କେହି ଦୁଷ୍କର୍ମ ଏବଂ ଏସିଡ ଆଟାକ୍ ଧମକ ଦେଇଛି। ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିବାର ଉଦ୍ୟମ କରାଯାଇଛି।

ସ୍ୱସ୍ତିକା ମୁଖାର୍ଜୀ ସୋସିଆଲ୍ ମିଡିଆରେ ଏକ ଲମ୍ବା ପୋଷ୍ଟ ଜରିଆରେ କହିଛନ୍ତି ଯେ କିପରି ଏକ ଗୁଜବ ଖବର ଯୋଗୁଁ ତାଙ୍କ ସହ ସାଇବର ବୁଲିଂ କରାଯାଇଛି। ସେ ପୋଷ୍ଟରେ ଲେଖିଛନ୍ତି- ସୁଶାନ୍ତଙ୍କ ପରଲୋକର କିଛି ଦିନ ପରେ ଜୁନ୍ ୨୬ତାରିଖରେ ଏକ ମିଡିଆ ରିପୋର୍ଟରେ ତାଙ୍କର ମିଛ ବୟାନ ଚଲାଇବା ଦାବି କରାଯାଇଥିଲା ଯେ ସେ ସୁଇସାଇଡକୁ ଏକ ଫ୍ୟାଶନ୍ କହିଛନ୍ତି। ଏହା ଯୋଗୁଁ ସୋସିଆଲ ମିଡିଆରେ ତାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣ ଭଳି ଧମକ ମିଳିଛି। ସ୍ୱସ୍ତିକା କହିଛନ୍ତି ଯେ କୋଲକାତାର ଶୁଭମ୍ ଚକ୍ରବର୍ତ୍ତୀ ଏକ ଗୁଜବ ସୃଷ୍ଟି କରିଥିଲା। ଏହି ବ୍ୟକ୍ତି କୌଣସି ଏକ ନ୍ୟୁଜ୍ ସଂସ୍ଥାରେ କାମ କରେ। କୋଲକାତା ପୋଲିସ୍ ଏହି ବ୍ୟକ୍ତିକୁ ଗିରଫ କରିଛି। ପୋଲିସ୍ ସେହି ବ୍ୟକ୍ତିକୁ ମଧ୍ୟ ଖୋଜି ବାହାର କରିଛି ଯିଏ ସ୍ୱସ୍ତିକାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣର ଧମକ ଦେଇଥିଲା। ପୋଷ୍ଟରେ ଏହି ଅଭିଯୁକ୍ତ ବିଷୟରେ ସ୍ୱସ୍ତିକା କହିଛନ୍ତି ଯେ ହୁଗଳିର କୌଶିକ ଦାସ ତାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣର ଧମକ ଦେଇଥିଲା। ତାକୁ ମଧ୍ୟ ଗିରଫ କରାଯାଇଛି।


Share It

Comments are closed.