ଓସ୍କାର ଦୌଡ଼ରେ ନୀଳ ମାଧବଙ୍କ ‘କାଲିର ଅତୀତ’


ଭୁବନେଶ୍ୱର: ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଆହୁରି ଅନେକ ବର୍ଗ ପାଇଁ ଓସ୍କାର ଦୌଡ଼ରେ ସାଧାରଣ ବର୍ଗରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟିର କାହାଣୀ ଜଳବାୟୁ ପରିବର୍ତନ ଏବଂ ସମୁଦ୍ର ପତନ ବୃଦ୍ଧି ହେତୁ ଓଡ଼ିଶାରେ ଭାରତର ପୂର୍ବ ଉପକୂଳର ଅଦୃଶ୍ୟ ହୋଇଯାଇଥିବା ଗ୍ରାମଗୁଡ଼ିକ ବିଷୟରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଏକାଡେମୀ ସ୍କ୍ରିନିଙ୍ଗ ରୁମରେ ଉପଲବ୍ଧ ଯେବେକି ଭୋଟ ଓ ନୋମିନେସନ ପାଇଁ ଏକାଡେମୀର ସଦସ୍ୟମାନେ ଏହି ଚଳଚ୍ଚିତ୍ରତ୍ରଟିକୁ ଦେଖିପାରିବେ ।

ନୀଳ ମାଧବ ପଣ୍ଡା କହିଛନ୍ତି ଯେ, “ଲସ୍ ଆଞ୍ଜେଲସ ଏବଂ ନ୍ୟୁୟର୍କର ସମସ୍ତ ଥିଏଟର ବନ୍ଦ ରହିଥିବା ହେତୁ ଚଳିତବର୍ଷ ଏହି ଯୋଗ୍ୟତା ହାସଲ କରିବା କଷ୍ଟକର ଥିଲା । ଆମେ ପ୍ରଚାର ଆରମ୍ଭ କରିଦେଇଛୁ ଏବଂ ଚଳଚ୍ଚିତ୍ରଟିକୁ ଦେଖାଇବା ପାଇଁ ଜୁରିମାନଙ୍କ ନୀକଟରେ ପହଂଚିଛୁ ।”

 


Share It

Comments are closed.