ଏୟାରଟେଲ କର୍ପୋରେଟ କମ୍ୟୁନିକେସନ ଏବଂ କର୍ପୋରେଟ ଆଫେୟାରର୍ସର ମୁଖ୍ୟ ହେଲେ ନୀରଜ ଝା


ଭୁବନେଶ୍ୱର: ନୀରଜ ଝା ଏୟାରଟେଲର କର୍ପୋରେଟ କମ୍ୟୁନିକେସନ ଏବଂ କର୍ପୋରେଟ ଆଫେୟାର୍ସର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଦାୟିତ୍ୱ ପରେ ନୀରଜ ଝା ଏୟାରଟେଲର ବ୍ରାଣ୍ଡ ଆଡଭୋକେସି, ପ୍ରତିଷ୍ଠା ଏବଂ ଯୋଗାଯୋଗ ପ୍ରୟାସ ଦିଗରେ କାର୍ଯ୍ୟ କରିବା ଦାୟୀତ୍ୱ ତୁଲାଇବେ । ଏହା ସହିତ ଅନ୍ୟାନ୍ୟ ଭାରତୀ ଗ୍ରୁପ୍ ସଂସ୍ଥାଗୁଡ଼ିକୁ ସହାୟତା କରିବା ସହିତ ସେଗୁଡ଼ିକର ତଦାରଖ ମଧ୍ୟ କରିବେ ।
ଜର୍ଣ୍ଣାଲିଜମ୍ ଏବଂ ଶିଳ୍ପ କ୍ଷେତ୍ରରେ ନୀରଜ ଝାଙ୍କର ୨୪ ବର୍ଷର ଅଭିଜ୍ଞତା ରହିଛି । ଏୟାରଟେଲରେ ଯୋଗଦେବା ପୂର୍ବରୁ ସେ ଏଚଡିଏଫସି ବ୍ୟାଙ୍କରେ କର୍ପୋରେଟ କମ୍ୟୁନିକେସନର ମୁଖ୍ୟ ଏବଂ କମ୍ପାନୀର ମୁଖପାତ୍ର ଥିଲେ । ଏଠାରେ ତାଙ୍କର ୧୪ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ବ୍ୟାଙ୍କର ବ୍ୟବସାୟୀକ ଏବଂ ଡିଜିଟାଲ ସାମର୍ଥ୍ୟ ତଥା ଏହାର ପରିଚାଳନା ଗଭୀରତା ଭଳି ଉପାଦାନଗୁଡ଼ିକୁ ଉପଯୋଗ କରିଥିଲେ ଯାହା ବ୍ୟାଙ୍କର ଏକ ଦୃଢ଼ ଛବି ଏବଂ ନେତୃତ୍ୱ ସୃଷ୍ଟି କରିଥିଲା ।
“ଏୟାରଟେଲର କର୍ପୋରେଟ ପ୍ରତିଷ୍ଠା ଦାୟିତ୍ୱରେ ନୀରଜଙ୍କୁ ପାଇ ଆମେ ବେଶ ଆନନ୍ଦିତ । ମୋର ଦୃଢ଼ ବିଶ୍ୱାସ ଯେ ନୀରଜଙ୍କ ସମୃଦ୍ଧ ଅଭିଜ୍ଞତା ଏୟାରଟେଲରେ ବିପୁଳ ମୂଲ୍ୟବୋଧ ସାମିଲ କରିବ ।” ବୋଲି ଭାରତୀ ଏୟାରଟେଲର (ଭାରତ ଏବଂ ସାଉଥ ଏସିଆ)ଏମଡି ତଥା ସିଇଓ ଶ୍ରୀ ଗୋପାଳ ଭିଟ୍ଟଲ କହିଛନ୍ତି । ସେହିଭଳି ନିଜର ନିଯୁକ୍ତି ସମ୍ପର୍କରେ ମତ ରଖି ନୀରଜ ଝା କହିଛନ୍ତି ଯେ, “ମୁଁ ବିଶ୍ୱାସ କରେ ଯେ ମୁଁ ଏକ ଏଭଳି ସଂସ୍କୃତିରେ ଯୋଗ ଦେଇଛି ଯାହାକି ଜାତି, ଏହାର ଜନସାଧାରଣ, ପରିବାର ଏବଂ ବ୍ୟବସାୟଗୁଡ଼ିକୁ ଯୋଡ଼ିବା ପାଇଁ ପ୍ରତିବଦ୍ଧ ଅଟେ । ଏୟାରଟେଲ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ଅଟେ ଯାହାକୁ ନୂତନ ଭାରତର ଯୁବପିଢ଼ୀ ଚାହିଁ ରହିଛନ୍ତି । ଏହାର ଏକ ଅଂଶ ହୋଇ ମୁୁଁ ବେଶ ଗର୍ବିତ ।”


Share It

Comments are closed.