ନେକ୍ସସ୍ ମଲ୍‌ସ ଓ କ୍ରେଡ୍ ମଧ୍ୟରେ ସହଭାଗିତା


ଭୁବନେଶ୍ୱର : କ୍ରେଡ୍ ସଦସ୍ୟଙ୍କ ପାଇଁ ଚଳିତ ପାର୍ବଣ ଋତୁ ଅତିରିକ୍ତ ଲାଭ ସହ ଆସିଛି । ଅକ୍ଟୋବର ୧୨ ତାରିଖ ୨୦୨୨ରୁ କ୍ରେଡ୍ ସଦସ୍ୟମାନେ ନେକ୍ସସ୍ ଏସ୍‌ପ୍ଲାନେଡ୍ ମଲ୍‌ରେ କ୍ରେଡ୍ ପେ’ର ବ୍ୟବହାର କରି ସପିଙ୍ଗ୍ କଲେ ଅତିରିକ୍ତ ରିୱାର୍ଡ ପାଇପାରିବେ । କେବଳ ସେତିକି ନୁହେଁ ପ୍ରତି ଘଂଟାରେ ଜଣେ କ୍ରେଡ୍ ସଦସ୍ୟ ୧୦୦% କ୍ୟାଶ୍‌ବ୍ୟାକ୍ ଜିତିବାର ସୁଯୋଗ ପାଇପାରିବେ ଯାହା ସେମାନଙ୍କର କ୍ରେଡ୍ ବାଲାନ୍ସରେ କ୍ରେଡିଟ୍ ହେବ । ଗ୍ରାହକମାନେ ନେକ୍ସସ୍ ଏସ୍‌ପ୍ଲାନେଡ୍ ମଲ୍‌ରେ ସପିଙ୍ଗ୍ କରି କ୍ରେଡ୍ ପେ’ର ବ୍ୟବହାର କରି ସ୍କାନ୍ ଓ ପେମେଂଟ୍ କରି ଅତିରିକ୍ତ ରିହାତି, ରିୱାର୍ଡ ଓ କ୍ୟାଶବ୍ୟାକ୍ ଜିତିପାରିବେ । ଏହି ଅଫର୍ ପାଇଁ କ୍ରେଡ୍ ଓ ନେକ୍ସସ୍ ମଲ୍‌ସ ମଧ୍ୟରେ ଏକ ସହଭାଗିତା ହୋଇଛି ।
ଏସମ୍ପର୍କରେ ନେକ୍ସସ ମଲ୍‌ସର ସିଓଓ ଜାୟେନ ନାୟକ କହିଛନ୍ତି, “ନେକ୍ସସ୍ ମଲ୍‌ସରେ ଆମେ ଗ୍ରାହକଙ୍କ ସପିଙ୍ଗ୍ ଅନୁଭୂତିକୁ ଉନ୍ନତ କରିବାରେ ବିଶ୍ୱାସ ରଖିଥାଉ । ଆମର ୧୭ଟି ମଲ୍‌ର ପୋର୍ଟଫୋଲିଓରେ ସପିଙ୍ଗ୍ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ କ୍ରେଡ୍ ଆପ୍‌ର ବ୍ୟବହାର ପାଇଁ ଯେପରି ଲାଭାନ୍ୱିତ ହୋଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଚଳିତ ପାର୍ବଣ ଋତୁ ପାଇଁ ଆମେ କ୍ରେଡ୍ ପେ’ ସହ ସହଭାଗିତା କରିଛୁ । ଏହି ଅଫର୍ ରିହାତି ଓ ନିଶ୍ଚିତ ଉପହାରଠାରୁ ଉପରେ ରହିଛି ଯାହାକୁ ଆସନ୍ତା ଜାନୁଆରୀ ୨୬ ତାରିଖ ୨୦୨୩ ପର୍ଯ୍ୟନ୍ତ ହାସଲ କରାଯାଇପାରିବ ।” ଋଣଯୋଗ୍ୟ ବ୍ୟକ୍ତି, ବ୍ରାଣ୍ଡ ଓ ସଂସ୍ଥାଗୁଡିକର ଏକ ଉଚ୍ଚ ବିଶ୍ୱସନୀୟ ସମୁଦାୟ କ୍ରେଡ୍ ପକ୍ଷରୁ ଆପ୍‌ରେ ଏହାର ସଦସ୍ୟଙ୍କ ପାଇଁ ଏକ ୟୁପିଆଇ ପେମେଂଟ୍ ଅନୁଭୂତି- ‘ସ୍କାନ୍ ଆଣ୍ଡ ପେ’ର ଶୁଭାରମ୍ଭ କରାଯାଇଛି । ଏବେ ସଦସ୍ୟମାନେ ଯେକୌଣସି କ୍ୟୁଆର୍ କୋଡ୍ ସ୍କାନ୍ କରି କ୍ରେଡ୍ ଆପ୍ ସହ ଲିଙ୍କ୍ ହୋଇଥିବା ନିଜ ବ୍ୟାଙ୍କ ଆକାଉଂଟ୍‌ରୁ ପେମେଂଟ୍ କରିପାରିବେ । ରିଟେଲ୍ କ୍ଷେତ୍ରରେ ପରିବର୍ତନ, ସୁଧାର ଓ ଉଦ୍ଭାବନ ଆଣିବାର ଏକ ବିଶ୍ୱାସ ସହିତ ନେକ୍ସସ୍ ମଲ୍‌ସ ଏହାର ପୋର୍ଟଫୋଲିଓରେ ଏକ ୱାନ୍‌-ଷ୍ଟପ୍‌-ସପ୍ ସୁବିଧା ପ୍ରଦାନ କରୁଛି ।

 


Share It

Comments are closed.