ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ସହ ରଚିଲା ଇତିହାସ, ଭାଙ୍ଗିଲା ଅଷ୍ଟ୍ରେଲିଆର ୧୯ବର୍ଷ ତଳର ରେକର୍ଡ


ଟି-୨୦ ବିଶ୍ୱକପ ୨୦୨୨ର ନିଜ ପ୍ରଥମ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବା ସହ ଇତିହାସ ରଚିଛି । ଅଷ୍ଟ୍ରେଲିଆର ୧୯ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବା ସହ ଟିମ୍ ଇଣ୍ଡିଆ ଗୋଟିଏ ବର୍ଷରେ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିଛି । ପାକିସ୍ତାନ ବିପକ୍ଷରେ ଭାରତର ଏହା ଚଳିତ ବର୍ଷର ୩୯ତମ ବିଜୟ ଥିଲା ।

୨୦୦୩ରେ ରିକି ପଟିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୩୮ଟି ମ୍ୟାଚ୍ ବିଜୟ ସହ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା । ଟିମ୍ ଇଣ୍ଡିଆ ନିକଟରେ ଚଳିତ ବର୍ଷ ଆହୁରି କେତେକ ମ୍ୟାଚ୍ ବାକି ରହିଛି ଏପରିସ୍ଥଳେ ଭାରତ ଏକ ନୂଆ କୀର୍ତ୍ତିମାନ ରଚିବାକୁ ନିଶ୍ଚିତ ଭାବେ ଚାହିଁବ ।

ରିକି ପଟିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୦୩ରେ ୩୦ଓ୍ବାନଡେ ଏବଂ ୮ଟେଷ୍ଟ ମ୍ୟାଚ ଜିତି ଏହି ରେକର୍ଡ ନିଜ ନାଁରେ କରିଥିଲେ । ମାତ୍ର ଚଳିତ ବର୍ଷ ଭାରତ ଦୁଇଟି ଟେଷ୍ଟ, ୧୩  ଦିନିକିଆ ଏବଂ ୨୪ଟି-୨୦ମ୍ୟାଚ୍ ଜିତି ଏହି ବିଶ୍ୱ ରେକର୍ଡ ନିଜ ନାଁରେ କରି ନେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଭାରତ ଥରେ ଅଷ୍ଟ୍ରେଲିଆର ଏହି ରେକର୍ଡର ନିକଟତର ହୋଇଥିଲା । ମାତ୍ର ତାହା ହାତରୁ ଖସିଯାଇଥିଲା । ଭାରତ ୨୦୧୭ରେ ୩୭ମ୍ୟାଚ ଜିତିଥିଲା ।


Share It

Comments are closed.