ନ୍ୟୁଜିଲାଣ୍ଡ ସଂସଦରେ ନିଜ ମାତୃଭାଷା ‘ମାଲାୟାଲମ’ରେ ଭାଷଣ ଦେଲେ ମନ୍ତ୍ରୀ, ଭିଡିଓ ଭାଇରାଲ


ନ୍ୟୁଜିଲାଣ୍ଡର ପ୍ରଥମ ଭାରତୀୟ ମନ୍ତ୍ରୀ ପ୍ରିୟଙ୍କା ରାଧାକୃଷ୍ଣନ୍ ସେଠାର ସଂସଦରେ ମାଲାୟଲମ୍ ଭାଷାରେ ଭାଷଣ ଦେଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଯୋରଦାର ଭାବରେ ଭାଇରାଲ ହେଉଛି। ଏହି ଭିଡିଓକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସହିତ ଲେଖିଛନ୍ତି, ଭାରତକୁ ଗୌରବାନ୍ୱିତ କରି ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ବଂଶୋଦ୍ଭବ ତଥା ସେଠାର ମନ୍ତ୍ରୀ ପ୍ରିୟଙ୍କା ସଂସଦରେ ମାଲାୟଲମରେ ଭାଷଣ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ପ୍ରିୟଙ୍କାଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ନଭେମ୍ବର ୨୦୧୭ ମସିହାର। ପ୍ରିୟଙ୍କା ଗତ ୧୪ ବର୍ଷ ଧରି ଲେବର ପାର୍ଟିର ସଦସ୍ୟ ଅଛନ୍ତି। ଭାରତରେ ଜନ୍ମିତ ୪୧ ବର୍ଷୀୟ ପ୍ରିୟଙ୍କା ସିଙ୍ଗାପୁରରେ ଶିକ୍ଷାଗ୍ରହଣ କରିବା ପରେ ଉଚ୍ଚଶିକ୍ଷା ପାଇଁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ଏହାପରେ । ୨୦୦୪ରୁ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇ ଲେବର ପାର୍ଟିର ଅଛନ୍ତି। ଏବେ ପ୍ରିୟଙ୍କା ନିଜ ସ୍ୱାମୀଙ୍କ ସହିତ ଅକ୍‌ଲାଣ୍ଡରେ ରୁହନ୍ତି।

ଭାରତୀୟ ବଂଶୋଦ୍ଭବ ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ନ୍ୟୁଜିଲାଣ୍ଡରେ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ନ୍ୟୁଜିଲାଣ୍ଡରେ ମନ୍ତ୍ରୀ ହେବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ଜୋର୍ସିଣ୍ଡା ଆରର୍ଡନ ନିଜ ମନ୍ତ୍ରିମଣ୍ଡଳରେ ପ୍ରିୟଙ୍କାଙ୍କ ସମେତ ୫ ଜଣ ନୂଆ ମନ୍ତ୍ରୀଙ୍କୁ ସୋମବାର ସାମିଲ କରିଛନ୍ତି । ସେମାନଙ୍କ ଭିତରୁ ପ୍ରିୟଙ୍କା ହେଉଛନ୍ତି ଅନ୍ୟତମ।


Share It

Comments are closed.