ୱିଙ୍କ ମ୍ୟୁଜିକର ବୃହତ ଦୀୱାଲି ପାର୍ଟି କନସର୍ଟ


ଭୁବନେଶ୍ୱର: ନବରାତ୍ରି ନାଇଟସ୍ ଅନ୍‌ଲାଇନ୍ କନସର୍ଟର ବିପୁଳ ସଫଳତା ପରେ ଭାରତର ନମ୍ବର ୱାନ ମ୍ୟୁଜିକ ଷ୍ଟ୍ରିମିଙ୍ଗ ଆପ୍ ୱିଙ୍କ ମ୍ୟୁଜିକ ପକ୍ଷରୁ ଏହାର ଦୀୱାଲି ପାର୍ଟି କନସର୍ଟର ଶୁଭାରମ୍ଭ କରାଯାଇଛି । ଏହି କନସର୍ଟ ନଭେମ୍ବର ୫ରୁ ନଭେମ୍ବର ୮ ପର୍ଯ୍ୟନ୍ତ ସଂନ୍ଧ୍ୟା ୬.୩୦ରୁ ଆରମ୍ଭ ହୋଇଯିବ । ଏହି ଅନଲାଇନ କନସର୍ଟରେ ଗ୍ରାହକମାନେ ନିଜ ଘରର ସୁରକ୍ଷା ମଧ୍ୟରେ ରହି ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ଦୀପାବଳୀ ଉତ୍ସବ ପାଳନ କରିପାରିବେ । ୱିଙ୍କ ମ୍ୟୁଜିକର ଏହି ଦୀୱାଲି ପାର୍ଟିରେ ଅମିତ ତ୍ରିବେଦୀ, ବେନି ଦୟାଲ, ଡିଜେ ସୁକେତୁ ଏବଂ ହାର୍ଡି ସାଣ୍ଡୁଙ୍କ ଭଳି ଲୋକପ୍ରିୟ କଳାକାରଙ୍କର ଲାଇଭ ପରଫରମାନ୍ସକୁ ଗ୍ରାହକ ଉପଭୋଗ କରିବେ ।
ଏହାସମ୍ପର୍କରେ ୱିଙ୍କର ସିଇଓ ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ନବରାତ୍ରି ନାଇଟ୍‌ସ ସିରିଜକୁ ଭାରତରେ ବେଶ ଅଧିକ ଅନଲାଇନ ୟୁଜରଙ୍କ ସମର୍ଥନ ମିଳିଛି । ତେଣୁ ଏହି ପରିପ୍ରେକ୍ଷୀରେ ଆମେ ଆମର ଗ୍ରାହକମାନଙ୍କୁ ଶ୍ରେଷ୍ଠ ସଂଙ୍ଗୀତ ସହିତ ଆମର ପରବର୍ତୀ ଦିୱାଲୀ କନସର୍ଟ ସିରିଜର ଅଂଶ ହେବା ନିମେନ୍ତ ଆମନ୍ତ୍ରିତ କରୁଛୁ ।”
ବର୍ଷର ଏହି ବୃହତ ପାର୍ଟିରେ ସାମିଲ ହେବା ପାଇଁ ଆପଣଙ୍କୁ କେବଳ ୱିଙ୍କ ମ୍ୟୁଜିକ ଆପ୍‌କୁ ଡାଉନଲୋଡ଼ କରିବାକୁ ହେବ । ଏହି ଦୀୱାଲି ପାର୍ଟି ଅଣ ଏୟାରଟେଲ ଗ୍ରାହକଙ୍କ ସମେତ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକମାନେ ମାତ୍ର ୨୯ ଟଙ୍କାରେ ଏକ ମାସର ୱିଙ୍କ ମ୍ୟୁଜିକ ପ୍ରିମିୟମକୁ ସବସ୍କ୍ରାଇବ କରିବା ଦ୍ୱାରା ଏହି ଉତ୍ସବର ପହଂଚ ଉପଲବ୍ଧ କରିପାରିବେ । ଯେବେକି ସମସ୍ତ ଏୟାରଟେଲ ଥ୍ୟାଙ୍କ୍‌ସ ଏବଂ ୱିଙ୍କ ପ୍ରିମିୟମ ଗ୍ରାହକମାନେ ଏହାକୁ ମାଗଣାରେ ପାଇପାରିବେ ।


Share It

Comments are closed.