ଆମାଜନ ଜଙ୍ଗଲରୁ ଆସିପାରେ ଆଉ ଏକ ମହାମାରୀ : ବ୍ରାଜିଲ ବୈଜ୍ଞାନିକଙ୍କ ଚେତାବନୀ
କରୋନା ଭାଇରସ ମହାମାରୀ ପରେ ଦୁନିଆକୁ ଆସିପାରେ ଆଉ ଏକ ମହାମାରୀ । ବ୍ରାଜିଲର ପରିବେଶ ବିଜ୍ଞାନୀ ଡେଭିଡ ଲାପୋଲା ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଭାଇରସର ପ୍ରକୋପ ସମୟରେ ପ୍ରଚୁର ଜଙ୍ଗଲ କାଟିବା କାରଣରୁ ଆମାଜନରେ ନୂଆ ରୋଗ ସୃଷ୍ଟି ହେବାର ବିପଦ ଜନ୍ମ ହେଉଛି ।
ଗବେଷକଙ୍କ କହିବା ଅନୁଯାୟୀ ଜଙ୍ଗଲୀ କ୍ଷେତ୍ରଗୁଡ଼ିକର ସହରୀକରଣ ଯୋଗୁଁ ଜୁନୋଟିକ ରୋଗର ଆଶଙ୍କା ବଡ଼ିଯାଇପାରେ ଯାହା ପଶୁଙ୍କଠାରୁ ମନୂଷ୍ୟକୁ ସଂକ୍ରମିତ କରିଥାଏ । ଜଙ୍ଗଲ ଉପରେ ଗବେଷଣା କରୁଥିବା ୩୮ ବର୍ଷିୟ ଲାପୋଲା ଏଏଫପିକୁ ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ଆମାଜନ ଜଙ୍ଗଲ ଭାଈରସର ଏକ ବୃହତ ଭଣ୍ଡାର ଅଟେ । ସେ କହିଛନ୍ତି ଯେ ଦୁନିଆର ସବୁଠାରୁ ବଡ଼ ବର୍ଷାବନ ଦ୍ରୁତ ଗତିରେ ସମାପ୍ତି ହେଉଛି । ରାଷ୍ଟ୍ରପତି ଜାୟର ବୋଲ୍ସନରୋଙ୍କ କାର୍ଯ୍ୟକାଳର ପୂର୍ବ ବର୍ଷ ବ୍ରାଜିଲର ଆମାଜନରେ ଜଙ୍ଗଲ କାଟିବା ୮୫ ପ୍ରତିଶତ ବଢ଼ିଯାଇଥିଲା । ଚଳିତବର୍ଷ ମଧ୍ୟ ବହୁଳ ମାତ୍ରାେରେ ଗଛ କାଟିବା ଜାରି ରହିଛି ।
ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ବ୍ରାଜିଲର ରାଷ୍ଟ୍ରିୟ ଅନ୍ତରୀକ୍ଷ ଅନୁସଂନ୍ଧାନ ସଂସ୍ଥାନ(ଆଇଏନପିଇ) ଏହି ବର୍ଷର ଆରମ୍ଭର ଚାରି ମାସରୁ ୧୨୦୨ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଗଛ କାଟିବାର ନୂଆ ରେକର୍ଡ କରିଛି । ଲାପୋଲା କହିଛନ୍ତି ଏହା କେବଳ ଗ୍ରହଗୁଡ଼ିକ ପାଇଁ ନୁହେଁ ବରଂ ମାନବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ଖବର ଅଟେ । ସେ କହିଛନ୍ତି ଯେ ଯେତେବେଳେ ଆପଣ ପାରିପାଶ୍ୱର୍ିକ ଅସମାନତା ସୃଷ୍ଟି କରିଥାନ୍ତି ସେତେବେଳେ ଗୋଟିଏ ଭାଇରସ ପଶୁଙ୍କ ଠାରୁ ମଣିଷ ଠାରେ ଜନ୍ମ ହୋଇପାରେ । ଏଚଆଇଭି, ଡେଙ୍ଗୁ ଜ୍ୱର ଏବଂ ଇବୋଲା ମଧ୍ୟ ଏହିଭଳି ସୃଷ୍ଟି ହୋଇଥିଲେ ।
ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅଧିକାଂଶ ଏଭଳି ପ୍ରକୋପକୁ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ କେନ୍ଦ୍ରିତ କରାଯାଇଛି ଯେଉଁଗୁଡ଼ିକୁ ସବୁବେଳେ ବାଦୁଡ଼ିର କିଛି ପ୍ରଜାତି ସହ ଯୋଡ଼ାଯାଇଛି । କିନ୍ତୁ ଆମାଜନର ଅପାର ଜୈବ ବିବିଧତା ଏହି କ୍ଷେତ୍ରକୁ ଦୁନିଆର ସବୁଠାରୁ ବଡ଼ କରୋନା ଭାଇରସ ଜୋନରେ ପରିଣତ କରିପାରେ ।
ଏହାର ପ୍ରଥମ କାରଣ ହେଉଛି ଆମାଜନ ଜଙ୍ଗଲର ଉପଯୋଗ ଯେଉଁଭଳି ଭାବେ ହେଉଛି ତାହା ହେବା ଉଚିତ ନୁହେଁ । ଅନ୍ୟ ଏକ କାରଣ ହେଉଛି ଅବୈଧ ଭାବେ ଜଙ୍ଗଲ କାଟିବା । ଆମକୁ ନିଜର ବର୍ଷାବନ ଏବଂ ସମାଜ ମଧ୍ୟରେ ସମ୍ବନ୍ଧକୁ ବଜବୁତ କରିବା ଆବଶ୍ୟକ ଅନ୍ୟଥା ଦୁନିଆକୁ ଅଧିକ ପ୍ରକୋପର ସାମ୍ନା କରିବାକୁ ପଡ଼ିବାରେ ।
Comments are closed.