ପୁଣି ପ୍ରେମରେ ପଡିଲେ ନେହା, ଜାଣନ୍ତୁ ତାଙ୍କ ନୂଆ ପ୍ରେମିକ କିଏ


କଣ୍ଠଶିଳ୍ପୀ ନେହା କକ୍କର କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପୁଣି ଥରେ ନିଜ ବାହାଘରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଶୁଣିବାକୁ ମିଳୁଛି ନେହା କକ୍କର ନିଜ ବନ୍ଧୁ ରୋହନପ୍ରୀତ ସିଂହଙ୍କୁ ବିବାହ କରିପାରନ୍ତି। ଯଦିଓ ଏହି ଖବର ଉପରେ ଅଫିସିଆଲ ଭାବେ କୌଣସି ନିଦ୍ଧିଷ୍ଟ ସୂଚନା ମିଳିନାହିଁ। ତେବେ ଏକ ସୁତ୍ରରୁ ଜଣାପଡ଼ିଛି ନେହା ଏବଂ ରୋହନପ୍ରୀତ ଏହି ମାସ ଶେଷରେ ବିବାହ କରିପାରନ୍ତି। ଏହି ବିବାହ ଦିଲ୍ଲୀରେ ହେବ। କରୋନା କଟକଣା ପାଇଁ ବିବାହରେ କମ୍‌ ଅତିଥି ସାମିଲ ହେବେ। ଏକ ରିପୋର୍ଟ ମୁତାବିକ, ଦୁହେଁ ଅକ୍ଟୋବର ୨୪ ତାରିଖରେ ସାତ ଫେରା ନେଇପାରନ୍ତି। ତେବେ ରୋହନପ୍ରୀତଙ୍କ ମ୍ୟାନେଜର ବି ଏଭଳି କିଛି ଶୁଣିବାକୁ ପାଇଛନ୍ତି ବୋଲି ସେ କହିଛନ୍ତି। ଦୁହେଁ ଗୋଟିଏ ଭିଡ଼ିଓ ଏକାଠି କାମ କରିଛନ୍ତି। ଯେଉଁ କାରଣରୁ ଦୁହିଁଙ୍କୁ ଲିଙ୍କ୍ କରାଯାଉଛି। ତେବେ ଏମିତି ବି କିଛି ଶୁଣିବାକୁ ମିଳିଛି ଯେ, ରୋହନପ୍ରୀତ ବିବାହକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଯୋଜନା କରିନାହାନ୍ତି।

କିଛି ଦିନ ତଳେ ରୋହନପ୍ରୀତ ଏବଂ ନେହା ଏକ ମ୍ୟୁଜିକ୍ ଭିଡ଼ିଓ ଏକାଠି କରିଥିଲେ। ଏହି ଭିଡ଼ିଓରେ ନେହା ରୋହନପ୍ରୀତଙ୍କୁ ଲକ୍‌ଡାଉନରେ ବିବାହ କରିବେ ବୋଲି କହୁଛନ୍ତି। ତାଙ୍କର ଏହି ଭିଡ଼ିଓରେ ଦୁହିଁଙ୍କ ବିବାହକୁ ନେଇ କିଛି ସଙ୍କେତ ଦିଆଯାଉଛି ବୋଲି କୁହାଯାଉଛି। ରୋହନପ୍ରୀତ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯେଉଁଥିରେ ନେହା ତାଙ୍କୁ ହୀରା ମୁଦି ପିନ୍ଧାଇବାକୁ ଡିମାଣ୍ଡ କରୁଛନ୍ତି। ଏହାପରେ ଭିଡ଼ିଓରେ ରୋହନପ୍ରୀତ ନେହାଙ୍କୁ ମୁଦି ପିନ୍ଧାଉଥିବାର ନଜର ଆସିଛି। ରୋହନପ୍ରୀତ ରିଆଲିଟି ସୋ ‘ମୁଝସେ ଶାଦି କରୋଗେ’ରେ ଅଭିନୟ କରିସାରିଛନ୍ତି। ସେ ଏହି ଶୋ’ରେ ପ୍ରତିଯୋଗୀ ଥିଲେ ଯିଏ ବିବାହ ପାଇଁ ଶାହନାଜ ଗିଲଙ୍କୁ ପ୍ରଭାବିତ କରୁଥିଲେ।


Share It

Comments are closed.