ମେକ୍‌ମାଇଁଟ୍ରିପ୍ ପକ୍ଷରୁ ମାଇଁ ପାର୍ଟନର୍ ପ୍ଲାଟଫର୍ମ ଉନ୍ମୋଚିତ


ଭୁବନେଶ୍ୱର: ମେକ୍‌ମାଇଁଟ୍ରିପ୍ ପକ୍ଷରୁ ଯାତ୍ରୀମାନଙ୍କୁ ବାଧାମୁକ୍ତ ଓ ଉନ୍ନତ ଟ୍ରାଭେଲ ବୁକିଙ୍ଗ୍ ଅନୁଭବ ପ୍ରଦାନ କରିବାରେ ଟ୍ରାଭେଲ ଏଜେଂଟ୍‌ମାନଙ୍କୁ ସଶକ୍ତ ଓ ସହଯୋଗ କରିବା ପାଇଁ ଏକ ସମର୍ପିତ ପ୍ଲାଟ୍‌ଫର୍ମ ମାଇଁପାର୍ଟନର୍‌ର ଶୁଭାରମ୍ଭ କରାଯାଇଛି । ଏହି ଉପଭୋକ୍ତା ଅନୁକୂଳ ପ୍ଲାଟ୍‌ଫମ, ଅଫଲାଇନ ସ୍ଥାନୀୟ ଟ୍ରାଭେଲ ଏଜେଂଟ୍‌ମାନଙ୍କୁ ଅନ୍‌ଲାଇନ୍ ଭ୍ରମଣ ତାଲିକାର ବ୍ୟାପକ ରେଞ୍ଜ ଉପଲବ୍ଧ କରାଇବ । ମାଇଁପାର୍ଟନର୍ ପ୍ଲାଟ୍‌ଫର୍ମ ସେମାନଙ୍କୁ ଏକାଧିକ ଭ୍ରମଣ ବିକଳ୍ପ ଯୋଗାଇଦେବାକୁ ସକ୍ଷମ କରାଇବ, ଯାହାକି ସେମାନଙ୍କ ଗ୍ରାହକଙ୍କ ପାଇଁ କଷ୍ଟମାଇଜେଶନ, ପର୍ସନାଲାଇଜେଶନ ଓ ଟ୍ରାଭେଲ ବୁକିଂ ସୁବିଧା ସହିତ ସୁସଜ୍ଜିତ ରହିଛି ।
ମାଇଁପାର୍ଟନର୍ ପ୍ଲାଟ୍‌ଫର୍ମ ସମ୍ପର୍କରେ ମେକ୍‌ମାଇଁଟ୍ରିପ୍‌ର ଗ୍ରୁପ୍ ସିଇଓ ରାଜେଶ ମାଗୌ କହିଛନ୍ତି ଯେ, “ଆମର ନୂତନ ମାଇଁପାର୍ଟନର୍ ଅଫରିଙ୍ଗ୍ ମାଧ୍ୟମରେ ଆମେ ଦେଶର ଟ୍ରାଭେଲ ଏଜେଂଟ୍‌ମାନଙ୍କୁ ସର୍ବୋତମ ମୂଲ୍ୟରେ ଆମର ଘରୋଇ ଓ ଆନ୍ତର୍ଜାତୀୟ ହୋଟେଲ୍‌ଗୁଡିକର ତାଲିକା ଓ ସମୃଦ୍ଧ କଂଟେଂଟ୍ ଉପଲବ୍ଧ କରାଇ ଗର୍ବିତ ଅନୁଭବ କରୁଛୁ । ଯାତ୍ରା ପ୍ରତିବନ୍ଧକ ଏବେ ଧିରେ ଧିରେ ହଟୁଥିବାରୁ ଏହା ସେମାନଙ୍କୁ ଶୀଘ୍ର ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ ।”
ନୂଆ ନର୍ମାଲରେ ଭାରତୀୟମାନେ ପୁଣିଥରେ ଭ୍ରମଣକୁ ଫେରୁଥିବାରୁ ଆମ ପ୍ଲାଟ୍‌ଫର୍ମର ଲାଭ ଉଠାଉଥିବା ଟ୍ରାଭେଲ ଏଜେଂଟ୍‌ମାନେ ମେକ୍‌ମାଇଁଟ୍ରିପ୍‌ର ‘ମାଇଁସେଫ୍ଟି’ ମାନଦଣ୍ଡକୁ ଅନୁପାଳନ କରୁଥିବା ବିକଳ୍ପଗୁଡିକ ପ୍ରଦାନ କରିବାକୁ ସକ୍ଷମ ହେବେ, ଯାହାକୁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ ପ୍ରସ୍ତୁତ କରାଯାଇଛି । ମାଇଁସେଫ୍ଟି ଷ୍ଟାଣ୍ଡାର୍ଡ ଭ୍ରମଣ ସମୟରେ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରି ସମସ୍ତ ଟ୍ରାଭେଲ ଟଚ୍ ପଏଂଟ୍‌ଗୁଡିକରେ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଏଥିସହିତ ପ୍ଲାଟ୍‌ଫର୍ମର ଇଂଟିଗ୍ରେଟେଡ୍ ‘ଏକ୍ସପ୍ରେସ୍ କେୟାର’ ବିକଳ୍ପ ସହଜ ପୋଷ୍ଟ-ବୁକିଂ ମୋଡିଫିକେସନ, କ୍ୟାନ୍ସେଲେଶନ ଓ ଶେଷ ମୁହୂର୍ତରେ ମାତ୍ର କିଛି କ୍ଲିକ୍‌ରେ କୌଣସି ପ୍ରକାରର ଭ୍ରମଣପଥ ପରିବର୍ତନ ଭଳି ସୁବିଧା ପ୍ରଦାନ କରି ଏଜେଂଟ୍‌ମାନଙ୍କ ପାଇଁ ଏକ ବାଧାମୁକ୍ତ ଏଣ୍ଡ-ଟୁ-ଏଣ୍ଡ ବୁକିଙ୍ଗ ଅନୁଭବ ସୁନିଶ୍ଚିତ କରିଥାଏ ।


Share It

Comments are closed.