ଇସ୍ପାତ୍ କ୍ଷେତ୍ର ଓ ଖଣି ପରିଚାଳନା ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ


ଝାଡ଼ଖଣ୍ଡ, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦି ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଝାଡ଼ଖଣ୍ଡ ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଝାଡଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବଦା ବର୍ତମାନର ସାମାଜିକ ଦାୟିତ୍ୱ ନିଜ ହାତକୁ ନେଉଥିବା ସଂଗଠନର ନାଁ ଏବିଭିପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ପ୍ରଥମେ ରାଜଭବନ ଠାରେ ରାଜ୍ୟପାଳ ଦ୍ରୌପଦି ମୁର୍ମୁଙ୍କୁ ଭେଟିବା ସହ ଝାଡ଼ଖଣ୍ଡର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କୁ ସାକ୍ଷାତ୍ କରିବା ସହ ଝାଡଖଣ୍ଡରେ ଜାତୀୟ ଖଣିଜ ବିକାଶ ଉଦ୍ୟୋଗ(ଏନଏମଡ଼ିସି) ତଥା ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆର ଖଣି ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଜାତୀୟ ଖଣିଜ ଏନଏମଡ଼ିସି ଓ ସେଲର ସହଜରେ ପରିଚାଳନା ନେଇ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମୋଦି ସରକାର ଏବଂ କେନ୍ଦ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଝାଡଖଣ୍ଡର ବିକାଶ ପାଇଁ କଟିବଦ୍ଧ ଥିବା ଶ୍ରୀ ପ୍ରଧାନ ଆଲୋଚନା କାଳରେ ଦୋହରାଇଥିଲେ ।
ଝାଡଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏବିଭିପି କେବଳ ଏକ ଛାତ୍ର ସଂଗଠନ ନୁହେଁ ବରଂ ଏକ ସାମାଜିକ ସଂଗଠନ, ବିଶ୍ୱର ଏକ ପ୍ରବାହ, ସାମାଜିକ ଶକ୍ତି ଓ ଆଜି ଏବଂ ବର୍ତମାନର ଭବିଷ୍ୟତ । ଆଜି ଦୁନିଆ ପରିବର୍ତନ ହେଉଥିବା ବେଳେ ଭାରତ ଦୁନିଆର ନେତୃତ୍ୱ ନେଉଛି । କରୋନା ଟିକା ପ୍ରସ୍ତୁତ କରି ଭାରତ ବିଶ୍ୱବାସୀଙ୍କ ଦାୟିତ୍ୱ ନେଇଛି । ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ । କରୋନା ଟିକା ହେଉ କିମ୍ବା ମହାମାରୀ ସମୟରେ ପିପିଇ କିଟ୍ ଉତ୍ପାଦନ କରିବା ଓ ବିଶ୍ୱକୁ ରପ୍ତାନୀ କରିବାରେ ଭାରତ ଅଗ୍ରଣୀ ରାଷ୍ଟ୍ର ମଧ୍ୟରେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.