ମଙ୍ଗଳ ଗ୍ରହରେ ଖଣିଜ ପୃଷ୍ଠ ତଳେ ଲୁଚି ରହିଛି ଜଳ: ନାସା ବୈଜ୍ଞାନିକଙ୍କ ଦାବି
ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ଦାବି କରିଛନ୍ତି ଯେ ମଙ୍ଗଳ ଗ୍ରହ ତଳେ ପ୍ରାଚୀନ ଜଳ ଲୁଚି ରହିଛି। ନାସା ଅନୁଦାନ ପ୍ରାପ୍ତ ଏହି ଅଧ୍ୟୟନ ସେହି ସିଦ୍ଧାନ୍ତକୁ ଚ୍ୟାଲେଞ୍ଜ କରିଛି ଯେଉଁଥିରେ କୁହାଯାଇଥିଲା ଯେ ମଙ୍ଗଳ ଗ୍ରହର ସମସ୍ତ ଜଳ ମହାକାଶକୁ ଉଡିଯାଇଛି। କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ବୈଜ୍ଞାନିକମାନଙ୍କ ଅଧ୍ୟୟନ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି । ଏଥିରେ ସେ ଦାବି କରିଛନ୍ତି ମଙ୍ଗଳ ଗ୍ରହରେ ୩୦ ରୁ ୯୯ ପ୍ରତିଶତ ଜଳ ଗ୍ରହରେ ଥିବା ଖଣିଜ ଏବଂ ତାହାର ପୃଷ୍ଠ ଭିତରେ ରହିଛି ।
ବୈଜ୍ଞାନିକଙ୍କ ଅନୁଯାୟୀ, ୪୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଏତେ ଜଳ ଥିଲା ଯେ ୧୦୦ ରୁ ୧୫୦୦ ମିଟର ଗଭୀର ବିଶିଷ୍ଟ ସମଗ୍ର ଗ୍ରହରେ ସମୁଦ୍ର ସୃଷ୍ଟି ହୋଇ ପାରିଥାନ୍ତା । ଗ୍ରହର ଚୁମ୍ବକୀୟ ଶକ୍ତି ଶେଷ ହୋଇଯାଇଥିଲା । ଯାହାଫଳରେ, ଗ୍ରହର ବାୟୁମଣ୍ଡଳ ସମାପ୍ତ ହେବାକୁ ଲାଗିଲା ଏବଂ ସେଥିପାଇଁ ଗ୍ରହର ଜଳ ମଧ୍ୟ ସରିଗଲା । ଲକ୍ଷ ଲକ୍ଷ ବର୍ଷ ପରେ ଏହା ଆଜି ମଧ୍ୟ ଶୁଖିଲା ଅଛି । ଗବେଷକ ଇଭା ସ୍କେଲର୍ କହିଛନ୍ତି, ମଙ୍ଗଳ ଗ୍ରହର ଉପର ପୃଷ୍ଠରେ କିଛି ଖଣିଜ ପଦାର୍ଥ ଅଛି ଯାହାର କ୍ରିଷ୍ଟାଲ୍ ଷ୍ଟ୍ରକ୍ଚର୍ ରେ ଜଳ ରହିଛି । ସ୍କେଲର୍ ପ୍ରସ୍ତୁତ କରିଥିବା ମଡେଲ୍ ଅନୁଯାୟୀ, ୩୦ ରୁ ୯୯ ପ୍ରତିଶତ ଜଳ ଏହି ଖଣିଜ ପଦାର୍ଥ ମଧ୍ୟରେ ରହିଛି । ବାଷ୍ପ, ତରଳ ଏବଂ ବରଫ ସହିତ ଥିବା ସ୍ତିତିର ସମସ୍ତ ରାସାୟନିକ ସରଞ୍ଚନାର ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।
ମଙ୍ଗଳ ଗ୍ରହକୁ ପଠାଯାଇଥିବା ଅର୍ବିଟର ଏବଂ ଅନ୍ୟାନ୍ୟ ଉପଗ୍ରହରୁ ମିଳିଥିବା ତଥ୍ୟ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି । ସ୍କେଲର୍ କହିଛନ୍ତି, ମଙ୍ଗଳ ଗ୍ରହର କିଛି ଜଳ ସମାପ୍ତ ହୋଇଥାଇପାରେ କିମ୍ବା ଅଦୃଶ୍ୟ ହୋଇଥାଇପାରେ, କିନ୍ତୁ ଅଧିକାଂଶ ଜଳ ଏବେବି ଗ୍ରହରେ ରହିଛି । ବୈଜ୍ଞାନିକମାନେ ଗ୍ରହର ଉଲକାପିଣ୍ଡର ବ୍ୟବହାର କରି ଜଳର ମୁଖ୍ୟ ଭାଗ ହାଇଡ୍ରୋଜେନ୍ ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି ଏବଂ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।
କେକ୍ ଇନଷ୍ଟିଚ୍ୟୁଟ୍ ଫର ସ୍ପେସ୍ ଷ୍ଟଡିଜ୍ ର ଆସୋସିଏଟ୍ ନିର୍ଦ୍ଦେଶକ ପ୍ରଫେସର ବେଥାନି ଅଲହମନ କହିଛନ୍ତି, ପରିବେଶରେ ପରିବର୍ତ୍ତନ କିମ୍ବା କୌଣସି ପ୍ରକାରର କ୍ଷତି ସିଧାସଳଖ ଜଳକୁ ପ୍ରଭାବିତ କରିଥାଏ । ଗତ କିଛି ଦଶନ୍ଧି ଧରି ମଙ୍ଗଳ ମିଶନରୁ ଜଣାପଡିଛି, ମଙ୍ଗଳ ଗ୍ରହରେ ପ୍ରାଚୀନ ହାଇଡ୍ରେଟେଡ୍ ଖଣିଜ ପଦାର୍ଥର ଏକ ବଡ଼ ଭଣ୍ଡାର ଅଛି ଯାହାର ସରଞ୍ଚନା କ୍ରମାଗତ ଭାବରେ ବଦଳୁଛି କାରଣ ଜଳ ହ୍ରାସ ପାଉଛି ।
Comments are closed.