ମିନ୍ତ୍ରାର ଫ୍ଲାଗସିପ ଇଭେଂଟ ଇଓଆର୍‌ଏସ୍‌-୧୪ର ଶୁଭାରମ୍ଭ


ଭୁବନେଶ୍ୱର: ମିନ୍ତ୍ରା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଇଭେଂଟ୍‌, ଏଣ୍ଡ୍ ଅଫ୍ ରିଜନ୍ ସେଲ୍ (ଇଓଆର୍‌ଏସ୍‌)ର ୧୪ତମ ସଂସ୍କରଣ ଶୁଭାରମ୍ଭ ଘୋଷଣା କରାଯାଇଛି ଯାହା ଆସନ୍ତା ଜୁଲାଇ ୩ରୁ ୮ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି । ଏହି ମେଗା ଫ୍ୟାଶନ କାନିର୍ଭାଲର ସର୍ବବୃହତ୍ ଏଡିସନ ନିଜ ସହିତ ୩୦୦୦ରୁ ଅଧିକ ବ୍ରାଣ୍ଡରୁ ୯ ଲକ୍ଷରୁ ଅଧିକ ଷ୍ଟାଇଲ୍ ଆଣିବ ଏବଂ ଏହା ୫୦ ମିଲିୟନରୁ ଅଧିକ ଭିଜିଟରଙ୍କ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା କରାଯାଉଛି । ଏହି ୬ ଦିନର ଅବଧି ସମୟରେ ବିଏୟୁରେ ୩ ଗୁଣ ଅଧିକ ଚାହିଦାର ଆକଳନ ସହିତ ପ୍ଲାଟ୍‌ଫର୍ମ ପାଇଁ ଟ୍ରାଫିକ୍ ଗତବର୍ଷ ଜୁନ୍ ମାସରେ ଆୟୋଜିତ ସେଲ୍‌ର ପୂର୍ବ ଏଡିସନ ତୁଳନାରେ ୭୫% ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଗତ କିଛି ମାସ ମଧ୍ୟରେ ମିନ୍ତ୍ରା ବିଭିନ୍ନ ଅଂଚଳରୁ ପ୍ରଥମ ଥର ଉପଭୋକ୍ତାମାନଙ୍କ ସଂଖ୍ୟାରେ ଏକ ବୃଦ୍ଧି ପରିଲକ୍ଷିତ କରିଛି, ଯାହାକି ସ୍ପଷ୍ଟ ରୂପେ ଏକ ମଜଭୁତ ସପିଙ୍ଗ୍ ଉଦ୍ଦେଶ୍ୟକୁ ସୂଚିତ କରୁଛି । ଏସ୍‌ଏମ୍‌ଇଗୁଡିକୁ ଗୁରୁତ୍ୱ ପ୍ରଦାନ କରି ମିନ୍ତ୍ରା ୧୮୦୦ ବ୍ରାଣ୍ଡରୁ ୨୦,୦୦୦ ଷ୍ଟାଇଲ ପ୍ରଦାନ କରିଥିବା ଜୁନ୍ ୨୦୨୦ ଏଡିସନ୍ ତୁଳନାରେ ‘ମେଡ୍ ଇନ୍ ଇଣ୍ଡିଆ’ ହ୍ୟାଣ୍ଡଲୁମ୍ ସିଲେକ୍ସନ ମାନିଫୋଲ୍ଡକୁ ବୃଦ୍ଧି କରିଛି ।
ବର୍ଷରେ ଦୁଇ ଥର ଆୟୋଜିତ ହେଉଥିବା ଏହି ଫ୍ୟାଶନ ଇଭେଂଟ୍‌କୁ ଦୃଷ୍ଟିରେ ରଖି ବିଗତ ବର୍ଷଗୁଡିକରେ କ୍ରେତାଙ୍କ ଅନୁଭୂତିକୁ ଅତ୍ୟଧିକ ଉନ୍ନତ କରିଥିବା ‘ପ୍ରାଇସ୍ ରିଭିଲ୍‌’ ଓ ‘ୟର୍ଲି ଆକ୍‌ସେସ୍‌’ ଭଳି ମିନ୍ତ୍ରାର ଅଭିନବ ଓ ଆକର୍ଷଣୀୟ ଗ୍ରାହକ ନିୟୋଜନ ଅଭିଯାନଗୁଡିକ ଚଳିତ ସଂସ୍କରଣର ମଧ୍ୟ ଏକ ଅଂଶ ହେବେ । ଶୀର୍ଷ ସ୍ତରର ମିନ୍ତ୍ରା ଇନ୍‌ସାଇଡର୍ କିମ୍ବା ମିନ୍ତ୍ରାର ଲୟାଲ୍‌ଟି ପ୍ରୋଗ୍ରାମର ସଦସ୍ୟମାନେ (ସିଲେକ୍ଟ, ଏଲିଟ୍ ଓ ଆଇକନ୍‌) ଇଓଆର୍‌ଏସ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ମାଗଣାରେ ପ୍ରାରମ୍ଭିକ ଆକ୍‌ସେସ୍ ପାଇପାରିବେ । ଇନ୍‌ସାଇଡର୍‌ଙ୍କ ଅନ୍ୟାନ୍ୟ ଲାଭ ମଧ୍ୟରେ ମାଗଣା ସିପିଙ୍ଗ୍‌, ୯୦ରୁ ଅଧିକ ପ୍ରମୁଖ ବ୍ରାଣ୍ଡଗୁଡିକରୁ ଅତିରିକ୍ତ ସ୍ୱତନ୍ତ୍ର ଅଫର୍ ଓ ରିଡିମେବୁଲ ଭାଉଚର ପଏଂଟ୍ ଆଦି ସାମିଲ ରହିଛି । ଇଓଆର୍‌ଏସ୍‌ର ଦିନକ ପୂର୍ବରୁ ଜୁଲାଇ ୨ ତାରିଖରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ କ୍ରେତାମାନଙ୍କ ପାଇଁ ଗୋଲ୍ଡ ପାସ୍ ମଧ୍ୟ ଉପଲବ୍ଧ ହେଉଛି । ଏହି ୪ ଘଂଟାର ସପିଙ୍ଗ ୱିଣ୍ଡୋକୁ ୱିଶ୍‌ଲିଷ୍ଟିଙ୍ଗ୍‌, କାର୍ଟରେ ପ୍ରଡକ୍ଟ ଆଡ୍ କରି କିମ୍ବା ପ୍ଲେ ଆଣ୍ଡ ୟର୍ଣ୍ଣ ମାଧ୍ୟମରେ ବ୍ୟବହାର କରାଯାଇପାରିବ । ଅନ୍‌-ଅପ୍ ଏନ୍‌ଗେଜ୍‌ମେଂଟ୍ ଆକ୍ଟିଭିଟିଗୁଡିକ ଗ୍ରାହକଙ୍କୁ ଏକ ସ୍ଲଟ୍ ବୁକ୍ କରିବା ଏବଂ ମ୍ୟାଚିଙ୍ଗ୍ ଲୋଗୋ, ପିକ୍ସନାରୀ ଓ କ୍ୱିଜ୍ ଭଳି ଗେମ୍‌ଗୁଡିକ ମାଧ୍ୟମରେ କୁପନ ଜିତିବାକୁ ସକ୍ଷମ କରିବ ଏବଂ ଏହା ଜୁନ୍ ୨୩ ତାରିଖରୁ ଲାଇଭ୍ ରହିବ । ୟର୍ଲି ବାର୍ଡ କ୍ରେତାମାନଙ୍କୁ ଇଓଆର୍‌ଏସ୍ ସମୟରେ ଦିନ୨ରୁ ୩ଟା ମଧ୍ୟରେ ଏକ ଫାର୍ଷ୍ଟ କମ୍ ଫାର୍ଷ୍ଟ ସର୍ଭ ଆଧାରରେ ଆକର୍ଷଣୀୟ ଡିଲ୍ ଦିଆଯିବ । ପ୍ରଥମ ଥରର କ୍ରେତାମାନେ ମିନ୍ତ୍ରାରେ ନିଜର ପ୍ରଥମ ମାସ ପାଇଁ ମାଗଣା ଡେଲିଭରି ସହିତ ନିଜର ପ୍ରଥମ ଟ୍ରାଞ୍ଜାକ୍ସନ ଉପରେ ୫୦୦ ଟଙ୍କାର ରିହାତି ପାଇବେ ।
ଇଓଆର୍‌ଏସ୍‌ର ଆରମ୍ଭ ଉପରେ ମତ ରଖି ମିନ୍ତ୍ରାର ସିଇଓ ଅମର ନାଗାରାମ କହିଛନ୍ତି, “ବ୍ରାଣ୍ଡ, ସପ୍ଲାୟର୍‌, କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଡେଲିଭରି ପାର୍ଟନର୍ ଆଦିଙ୍କ ସମେତ ଏହି ଫ୍ୟାଶନ ଇକୋସିଷ୍ଟମ ଏକ ସକାରାତ୍ମକ ବ୍ୟବସାୟ ମୂହୁର୍ତକୁ ଅପେକ୍ଷା କରିଛି । ଏହି ଇଭେଂଟ୍ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ବ୍ରାଣ୍ଡଗୁଡିକ ପାଇଁ ଚାହିଦାକୁ ବୃଦ୍ଧି କରି, କିରାନା (ମେନ୍‌ସା) ନେଟ୍‌ୱର୍କ ସହିତ ଡେଲିଭରି ପାର୍ଟନର୍‌ଙ୍କ ପାଇଁ ଆୟ ସୁଯୋଗ ବଢାଇ ଗ୍ରାହକଙ୍କୁ ସପିଙ୍ଗର ଆନନ୍ଦ ପ୍ରଦାନ କରିବା ସହ ଏକ ଆଶାର କିରଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି । ଆମେ ଚେକ୍‌ଆଉଟ୍ ଫିଚରରେ ଚାରିଟିର ଶୁଭାରମ୍ଭ ମଧ୍ୟ କରିଛୁ, ଯାହା ଇଓଆର୍‌ଏସ୍ କ୍ରେତାଙ୍କୁ ସମାଜର ବର୍ତମାନର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପ୍ରତି ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଦାନ କରିବାକୁ ସକ୍ଷମ କରିବ ।”


Share It

Comments are closed.