‘ଓ, ପୁଷ୍ପା ଆଇ ହେଟ୍ ଟିୟର୍ସ’ର ମ୍ୟୁଜିକ୍ ଓ ଟ୍ରେଲରର ଶୁଭାରମ୍ଭ


ଭୁବନେଶ୍ୱର: ଆଗାମୀ ଚଳଚ୍ଚିତ୍ର ‘ଓ ପୁଷ୍ପା ଆଇ ହେଟ୍ ଟିୟର୍ସ’ର ଟ୍ରେଲର ଓ ମ୍ୟୁଜିକ୍ ଶୁଭାରମ୍ଭ ନିକଟରେ ଶେଷ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର କାଷ୍ଟ୍ କୃଷ୍ଣା ଅଭିଶେକ୍‌, ଅର୍ଜୁମନ୍ ମୁଗଲ, ଅନୁସ୍ମ୍ରିତି ସର୍‌କାର, କାର୍ତ୍ତିକ୍ ଜୟରାମଙ୍କ ସମେତ ଫିଲ୍ମର ନିର୍ଦ୍ଦେଶକ ଦିନକର କପୁର, ସଙ୍ଗୀତ ନିର୍ଦ୍ଦେଶକ ରାମଜୀ ଗୁଲାଟି, ନିର୍ମାତା ଅମୂଲ୍ୟ ଦାସ ଓ ସୁଜାତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମେଡିଆନ୍ ତଥା ନିର୍ଦ୍ଦେଶକ ଫର୍‌ହାଦ୍ ସାମ୍‌ଜି ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ‘ଓ, ପୁଷ୍ପା ଆଇ ହେଟ୍ ଟିୟର୍ସ’ ଫିଲ୍ମ ଜମ୍ପିଙ୍ଗ୍ ଟମାଟୋ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆସନ୍ତା ଫେବୃଆରୀ ୨୮ ତାରିଖରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ।
କୃଷ୍ଣା ଅଭିଶେଷଙ୍କ ନୂତନ ଫିଲ୍ମ ‘ଓ ପୁଷ୍ପା ଆଇ ହେଟ୍ ଟିୟର୍ସ’ ଖୁବ୍‌ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ତାଙ୍କ ଫିଲ୍ମର ଏହି ନାମ ରାଜେଶ ଖାନ୍ନାଙ୍କ ଫିଲ୍ମ ଅମର୍ ପ୍ରେମ୍‌ର ଏକ ଲୋକପ୍ରିୟ ଡାଇଲଗ୍ ଉପରେ ଆଧାରିତ । ଫିଲ୍ମସ୍‌୫୦ ବ୍ୟାନର୍‌ରେ ୱେଭ୍‌ଲେନ୍ଥ ଷ୍ଟୁଡିଓସ୍ ସହଯୋଗିତାରେ ନିର୍ମିତ ‘ଓ ପୁଷ୍ପା ଆଇ ହେଟ୍ ଟିୟର୍ସ ହେଉଛି ସସ୍‌ପେନ୍ସ, ଥ୍ରୀଲର ଓ କମେଡିର ଏକ ସ୍ୱତନ୍ତ୍ର ସଂଯୋଜନା । ଅଭିନେତା କୃଷ୍ଣା ଅଭିଶେକ, କାର୍ତିକ୍ ଜୟରାମ୍‌, ଅର୍ଜୁମନ୍ ମୁଗଲ ଓ ଅନୁସ୍ମ୍ରିତି ସରକାର ଫିଲ୍ମର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବେ ନଜର ଆସିବେ ।
ଫିଲ୍ମର ନିର୍ମାତା ଅମୂଲ୍ୟ କୁମାର ଦାସ ଓଡିଶାର ହୋଇଥିବା ବେଳେ ‘ଓ ପୁଷ୍ପା ଆଇ ହେଟ୍ ଟିୟର୍ସ ମାଧ୍ୟମରେ ସେ ବଲିଉଡ୍‌ରେ ନିର୍ମାତା ଭାବେ ଡେବ୍ୟୁ କରିବେ । ତାଙ୍କର ଏହି ଫିଲ୍ମ ଉଭୟ ହିନ୍ଦୀ ଓ କାନାଡା ଭାଷାରେ ମୁକ୍ତିଲାଭ କରିବ ଚଳିତ ଫ୍ରେବୃଆର ୭ରେ ମୁକ୍ତିଲାଭ କରିବାକୁ ଯାଉଛି । ଜଣେ ନିର୍ଦ୍ଦେଶକ ଭାବେ ତାଙ୍କର ଓଡିଆ ଟିଭି ସିରିଏଲ୍‌ଗୁଡିକ ଥିଲା ପ୍ରାୟଶ୍ଚିତ (ଇଟିଭି) ଓ ବିଜୟିନୀ (ଦୂରଦର୍ଶନ) ଇତ୍ୟାଦି ।


Share It

Comments are closed.